ETV Bharat / state

ପରିବହନ ଶ୍ରମିକଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ ନିଷ୍ପତିକୁ ସଂଘର ସ୍ବାଗତ

author img

By

Published : Nov 8, 2022, 9:41 AM IST

ପରିବହନରେ ନିୟୋଜିତ ହଜାର ହଜାର ଶ୍ରମିକଙ୍କ ପାଇଁ ଗଠନ ହେବାକୁ ଯାଉଛି ଶ୍ରମିକ କଲ୍ୟାଣ ବୋର୍ଡ । ଅଧିକ ପଢନ୍ତୁ

ଗଠନ ହେବ ଶ୍ରମିକ କଲ୍ୟାଣ ବୋର୍ଡ
ଗଠନ ହେବ ଶ୍ରମିକ କଲ୍ୟାଣ ବୋର୍ଡ

ଭୁବନେଶ୍ବର: ବାରମ୍ବାର ରାଲି, ଧର୍ମଘଟ, ଆନ୍ଦୋଳନ ପରେ ଗଠନ ହେବାକୁ ଯାଉଛି ଶ୍ରମିକ କଲ୍ୟାଣ ବୋର୍ଡ । ଏନେଇ ରାଜ୍ୟ ପରିବହନ ବିଭାଗ ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ଶ୍ରମ ବିଭାଗକୁ ପ୍ରଦାନ କରିଛନ୍ତି । ବରିଷ୍ଠ ସରକାରୀ ଅଧିକାରୀମାନେ ମଧ୍ୟ ଏନେଇ ବାରମ୍ବାର ସମୀକ୍ଷା ବୈଠକ କରୁଥିବାବେଳେ ଏହାକୁ ଅଧିନିୟମ ରୂପ ଦେବାପାଇଁ ପ୍ରୟାସ ଜାରି ରହିଛି । ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ହେଲେ ପରିବହନରେ ନିୟୋଜିତ ହଜାର ହଜାର ଶ୍ରମିକ ଭାଇମାନେ ଲାଭାନ୍ଵିତ ହେବେ । ଦୀର୍ଘ ବର୍ଷ ଧରି ବିଭିନ୍ନ ଅଧିକାର ଓ ସୁବିଧାରୁ ଆଉ ସେମାନଙ୍କୁ ବଞ୍ଚିତ ହେବାକୁ ପଡିବନାହିଁ। କିନ୍ତୁ କିଛି ପରିବହନର କିଛି ଶ୍ରମିକ ଏହାକୁ ବୁଢି ପାରୁନଥିବାରୁ ବିବାଦ ସୃଷ୍ଟି କରୁଛନ୍ତି, ତେଣୁ ସେମାନଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ଏନେଇ ଆଜି ଓଡିଶା ସଡକ ପରିବହନ ଶ୍ରମିକ ସଂଘ ପକ୍ଷରୁ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା ।

ଗଠନ ହେବ ଶ୍ରମିକ କଲ୍ୟାଣ ବୋର୍ଡ

ଏହି ବିଲ୍ କ୍ୟାବିନେଟରେ ପାରିତ ହୋଇଗଲେ ଶ୍ରମିକ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେଣୁ ସରକାର ଏହି ନିୟମଙ୍କୁ ଖୁବଶୀଘ୍ର ଆଣନ୍ତୁ ବୋଲି ସଂଘ କହିବା ସହ ଧନ୍ଯବାଦ ଜଣାଇଛି । କାରଣ ଏହି ବୋର୍ଡ ମାଧ୍ୟମରେ ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମଚାରୀ ସୁରକ୍ଷା ସହ ଜୀବନ ଜୀବିକାର ଏକ ସୁସ୍ଥ ଧାରାରେ ଚାଲିପାରିବେ । ଆଉ ସେମାନଙ୍କ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏକ ମାଧ୍ୟମ ମିଳିଯିବ ବୋଲି ସଂଘ ତରଫରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବିଜୟ ପରେ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ

ଏନେଇ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘର ସମ୍ପାଦକ କହିଛନ୍ତି, "ସରକାର ପରିବହନ ଶ୍ରମିକଙ୍କ ପାଇଁ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରିବାକୁ ଯାଉଛନ୍ତି, କିଛି ଲୋକ ଏହାକୁ ବୁଝି ପାରିନାହାନ୍ତି, ଫଳରେ ବିବାଦ ସୃଷ୍ଟି କରୁଛନ୍ତି । ସରକାର ପରିବହନ ଶ୍ରମିକର ୭୦ ବର୍ଷର ଦାବିକୁ ପୂରଣ କରିବାକୁ ଯାଉଛନ୍ତି । ସେ ଦୃଷ୍ଟିରୁ ସବୁ ବର୍ଗର ଲୋକଙ୍କୁ ମୁଁ ଅପିଲ କରୁଛି, ସମସ୍ତେ ଏହାକୁ ସହଯୋଗ କରନ୍ତୁ, ଏହି ସହଯୋଗ ମିଳିଲେ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଆହୁରି ଦ୍ରୁତ ଗତିରେ ହେବ । ଯେଉଁ ମାନେ ଜାଣି ପାରୁନାହାନ୍ତି ସେମାନେ ଭାବୁଛନ୍ତି ଏଇଟା ଆଜି କାର୍ଯ୍ୟକାରୀ ହେଉ, କିନ୍ତୁ ସରକାରଙ୍କ ବିଧି ବ୍ୟବସ୍ଥା ଅଛି, ବିଚାର ବିମର୍ଶ ପରେ ଏହା ହେବ, ସେଇ କଥା କିଛି ଡ୍ରାଇବର ଭାଇମାନେ ଜାଣିପାରୁନାହାନ୍ତି । ମୁଁ ତାଙ୍କୁ ନିବେଦନ କରୁଛି ଆପଣମାନେ ଆନ୍ଦେଳନ କରନ୍ତୁ, ଧର୍ମଘଟ କରନ୍ତୁ ରାଲି କରନ୍ତୁ କିନ୍ତୁ ପ୍ରକୃତ ତଥ୍ୟ ବୁଝନ୍ତୁ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.