ETV Bharat / state

STATE CORONA; ଦିନକରେ ୬୮୧ ପଜିଟିଭ ଚିହ୍ନଟ, ୧୧୮ ଶିଶୁ ଆକ୍ରାନ୍ତ - ଖସୁଛି ସଂକ୍ରମଣର ପାରା

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । କିନ୍ତୁ ଏପଟେ ମୁଣ୍ଡବ୍ୟଥାର କାରଣ ପାଲଟିଛି ଶିଶୁ ସଂକ୍ରମଣ । ଦୈନିକ 100ରୁ ଉର୍ଦ୍ଧ୍ବ ଶିଶୁ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA; ଦିନକରେ ୬୮୧ ପଜିଟିଭ ଚିହ୍ନଟ, ୧୧୮ ଶିଶୁ ଆକ୍ରାନ୍ତ

author img

By

Published : Sep 4, 2021, 9:58 AM IST

ଭୁବନେଶ୍ବର: ଅଗଷ୍ଟ ପରେ ସେପ୍ଟେମ୍ବରରେ ବି ସଂକ୍ରମଣ ହାର କମ ରହିଛି । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । କିନ୍ତୁ ଏପଟେ ମୁଣ୍ଡବ୍ୟଥାର କାରଣ ପାଲଟିଛି ଶିଶୁ ସଂକ୍ରମଣ । ଦୈନିକ 100ରୁ ଉର୍ଦ୍ଧ୍ବ ଶିଶୁ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୮ ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ ୨୮୩ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୧୮ ଜଣ ପଜିଟିଭ ରହିଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 222 ଜଣ ଥିବାବେଳେ ଅନୁଗୋଳରୁ 18, ବାଲେଶ୍ବରରୁ 34, ବରଗଡ଼ରୁ 14, ଭଦ୍ରକରୁ 9, ବୌଦ୍ଧରୁ 3, କଟକରୁ 101, ଦେବଗଡ଼ରୁ 9, ଢେଙ୍କାନାଳରୁ 19, ଗଞ୍ଜାମରୁ 13, ଜଗତସିଂହପୁରରୁ 19, ଯାଜପୁରରୁ 33, ଝାରସୁଗୁଡାରୁ 5, କଳାହାଣ୍ତିରୁ 4, କେନ୍ଦ୍ରାପଡ଼ାରୁ 9, କେନ୍ଦୁଝରରୁ 10, କୋରାପୁଟରୁ 3, ମାଲକାନଗିରିରୁ 3, ମୟୂରଭଞ୍ଜରୁ 27, ନବରଙ୍ଗପୁରରୁ 1, ନୟାଗଡ଼ରୁ 10, ପୁରୀ 26, ରାୟଗଡ଼ାରୁ 5, ସମ୍ବଲପୁରରୁ 10,ସୋନପୁରରୁ 6, ସୁନ୍ଦରଗଡ଼ରୁ 20 ଏବଂ ଷ୍ଟେଟ ପୁଲ୍‌ରୁ 48 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୧୮୬ ସକେରୟ ମାମଲା ରହିଥିବା ବେଳେ ୯ ଲକ୍ଷ ୯୫ ହଜାର ୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୮୩ ଲକ୍ଷ ୩୯ ହଜାର ୪୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.