ETV Bharat / state

Odisha Corona: ରାଜ୍ୟରେ 5 ଶହ ପାର କଲା ଦୈନିକ ସଂକ୍ରମଣ - ରାଜ୍ୟରେ ଉପରମୁହାଁ କୋରୋନା ସଂକ୍ରମଣ

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ 5 ଶହ କୋରୋନା ପିଜିଟିଭ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 2926କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Corona cases in odisha
Corona cases in odisha
author img

By

Published : Apr 23, 2023, 12:54 PM IST

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ରାଜ୍ୟବାସୀଙ୍କୁ ଭୟଭୀତ କରିଛି । ଗତ କିଛିଦିନର ରେକର୍ଡ ଭାଙ୍ଗି ଦୈନିକ ସଂକ୍ରମଣ 500 ପାର କରିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 502 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭ ସଂଖ୍ୟା 2926ରେ ପହଞ୍ଚିଛି । ସେହିପରି ଦିନକରେ 273 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-India Corona: ଖସିଲା ସଂକ୍ରମଣ, ୧୦ ହଜାର ୧୧୨ ନୂଆ ମାମଲା

ଯଦି ଦେଖାଯାଏ ରାଜ୍ୟର ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ ସଂକ୍ରମଣ ଅଧିକ ରହିଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ଅଧିକ ମନିଟରିଂ କରାଯାଉଛି । ତେବେ ସଂକ୍ରମଣ କେବେ କମିବ କହିବା ମୁସ୍କିଲ । ସଂକ୍ରମଣ ପିକ ନେଇ ସାରିଥିବା ବେଳେ ପ୍ଲାଟୋ ଷ୍ଟେଜକୁ ଆସି ଗଲାଣି । ଷ୍ଟେବୁଲ ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

ଏହା ମଧ୍ୟ ପଢନ୍ତୁ-ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ: ବିଜେଡିର ମହିଳା କର୍ମୀ ସମ୍ମିଳନୀ, ବିଜେପିର ଆଇନ ଶୃଙ୍ଖଳା ପ୍ରସଙ୍ଗ

ରାଜ୍ୟରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ସେଥିମଧ୍ୟରୁ ଅଧିକାଂଶ ହୋମ ଆଇସୋଲେସନରେ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 30ରୁ ଅଧିକ ହସ୍ପିଟାଲରେ ରହିଛନ୍ତି । 5 ସୂତ୍ରୀକୁ ନେଇ ପୁଣି କୋଭିଡ ମୁକାବିଲା କରାଯିବ । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟର ସ୍ଥିତି ଭଲ ରହିଛି । ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ଼, ଟେଷ୍ଟ କିଟ୍‌, ଆଦି ସ୍ଥିତି ଅନୁଧ୍ୟାନ କରାଯାଉଛି ।

ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ କୋଭିଡ ସମୀକ୍ଷା କରାଯାଉଛି । ରାଜ୍ୟରେ ବହୁତ କମ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆଇସୋଲେଟ ରୁହନ୍ତୁ ଓ ଟେଷ୍ଟ କରାନ୍ତୁ । ଯିଏ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ସହ ମିଳାମିଶା କରୁଥିବା ବ୍ୟକ୍ତି କୋରୋନା ଟେଷ୍ଟ କରିବା ସହ ଆଇସୋଲେଟ ହେବାକୁ ପରାମର୍ଶ ଦିଆଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10 ହଜାର 112 ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା 67 ହଜାର 806ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.