ETV Bharat / state

Police Commemoration Day 2022: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡିଶା ପୋଲିସ - ଓଡ଼ିଶା ପୋଲିସ

କଟକ ସ୍ଥିତି ରାଜ୍ୟ ପୋଲିସ ହେଡକ୍ବାର୍ଟସରେ ୬୩ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡିଜିପି ସୁନୀଲ ବଂଶଲ ଯୋଗ ଦେଇ ଶହୀଦ ପୋଲିସ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ

Police Commemoration Day 2022: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା

author img

By

Published : Oct 22, 2022, 3:30 PM IST

ଭୁବନେଶ୍ବର: ୬୩ତମ ପୋଲିସ ଶହୀଦ ଦିବସ (Police Commemoration Day 2022) ଶୁକ୍ରବାର ପାଳିଛି ଓଡ଼ିଶା ପୋଲିସ (Odisha Police) । ରାଜଧାନୀର ଚନ୍ଦ୍ରଶେଖପୁର ସ୍ଥିତ ୭ନଂ ବାଟାଲିୟନ ଗ୍ରାଉଣ୍ଡରେ ଏହି ପବିତ୍ର ଦିବସ ପାଳନ ହୋଇଥିବା ବେଳେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ଶହୀଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡିଶା ପୋଲିସ

ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ମଧ୍ୟ ସେ ଗଭୀର ସମ୍ବେଦନା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, " କମିଶନରେଟ ପୋଲିସ ପକ୍ଷରୁ ୭ନଂ ବାଟାଲିୟନ ଗ୍ରାଉଣ୍ଡରେ ଏହି ଶହୀଦ ଦିବସ ପାଳନ କରାଯାଇଛି । ବିଗତ ୧ବର୍ଷ ମଧ୍ୟରେ ୨୬୫ ଜଣ ପୋଲିସ କର୍ମଚାରୀ ନିଜର ପରମ ଆତ୍ମବଳୀ ଦେଇଥିଲେ, ତାଙ୍କୁ ଆଜି ଆମେ ସ୍ମରଣ କରିଛୁ । ଏହାସହିତ ଏହି କାର୍ଯ୍ୟକ୍ରମରେ ଆମେ ଅଙ୍ଗୀକାରବଦ୍ଧ ହୋଇଛୁ ଯେ ଦେଶମାତୃକାର ସେବା ଲାଗି ନିଜର ନିଷ୍ଠା ଜାରି ରଖିବୁ । ଏହାସହିତ ଡ୍ୟୁଟିରେ ଥାଇ ନିଜ ଆତ୍ମବଳି ଦେଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।"

ଏହା ବି ପଢନ୍ତୁ- ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ, ଦୁଇ ଶହୀଦଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କଲେ ଏସପି

ଅନ୍ୟପଟେ କଟକ ସ୍ଥିତ ରାଜ୍ୟ ପୋଲିସ ହେଡକ୍ବାର୍ଟସରେ ମଧ୍ୟ ପୋଲିସ ଶହୀଦ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡିଜିପି ସୁନୀଲ ବଂଶଲ (DGP Sunil Bansal) ଯୋଗ ଦେଇଥିଲେ । ଡ୍ୟୁଟି ସମୟରେ ଶହୀଦ ହୋଇଥିବା ପୋଲିସ ଅଧିକାରୀ (Police Martyrs)ଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହା ବି ପଢନ୍ତୁ- କନ୍ଧମାଳ ପୋଲିସ ପକ୍ଷରୁ 63ତମ ପୋଲିସ ଶହୀଦ ଦିବସ ପାଳିତ

ସୂଚନା ଥାଉ କି ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଆଜିର ଦିନରେ ଦେଶବ୍ୟାପୀ ଏହି ପବିତ୍ର ଦିବସ ପାଳନ କରାଯାଏ । ୧୯୫୯ ମସିହା ପରଠାରୁ ଏହି ଦିବସ ପାଳିତ ହୋଇଆସୁଛି । ୧୯୫୯ ମସିହାରେ ଚୀନ ସୈନ୍ୟଙ୍କ ବିରୋଧରେ ଲଦାଖରେ ଭାରତୀୟ ଯବାନ ସାହସିକତାର ସହ ଲଢେଇ କରିଥିଲେ । ଏଥିରେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.