ETV Bharat / state

ଅବସର ନେବେ ପୋଲିସ ଡିଜି ସୁନିଲ ବଂଶଲ, ନୂଆ ଡିଜିପି କିଏ ହେବେ ବଢିଲା ଚର୍ଚ୍ଚା - ନୂଆ ଡିଜିପି କିଏ ହେବେ ବଢିଲା ଚର୍ଚ୍ଚା

ପୋଲିସ ମହାନିର୍ଦ୍ଦେଶକ ପଦରୁ ସୁନିଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ପରେ ରାଜ୍ୟ ସ୍ପଷ୍ଟ ହୋଇଛି ନୂଆ ବର୍ଷରୁ ରାଜ୍ୟ ପୋଲିସକୁ ମିଳିବେ ନୂଆ ମୁଖିଆ । ଗତ 2 ବର୍ଷ ଧରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି 1987 ମସିହାର ଏହି ବରିଷ୍ଠ ଆଇପିଏସ ଅଫିସର । ଅଧିକ ପଢନ୍ତୁ

ଅବସର ନେବେ ପୋଲିସ ଡିଜି  ସୁନିଲ ବଂଶଲ, ନୂଆ ଡିଜିପି କିଏ ହେବେ ବଢିଲା ଚର୍ଚ୍ଚା

author img

By ETV Bharat Odisha Team

Published : Nov 18, 2023, 5:26 PM IST

Updated : Nov 18, 2023, 6:24 PM IST

ଭୁବନେଶ୍ବର: ଅବସର ନେବେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । ଆସନ୍ତା ଡିସେମ୍ବର 31 ରେ ସରକାରୀ ଚାକିରୀରୁ ଅବସର ନେବାକୁ ରାଜ୍ୟ ସରକାରଙ୍କ ଅନୁମତି । ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ପୋଲିସ ମହାନିର୍ଦ୍ଦେଶକ ପଦରୁ ସୁନିଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ପରେ ରାଜ୍ୟ ସ୍ପଷ୍ଟ ହୋଇଛି ନୂଆ ବର୍ଷରୁ ରାଜ୍ୟ ପୋଲିସକୁ ମିଳିବେ ନୂଆ ମୁଖିଆ । ଗତ 2 ବର୍ଷ ଧରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି 1987 ବ୍ୟାଚର ଏହି ବରିଷ୍ଠ ଆଇପିଏସ ଅଫିସର । ଆଗାମୀ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଚର୍ଚ୍ଚା ହେଉଥିଲା ସରକାର ପୋଲିସ ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପାରିଶ କରିପାରନ୍ତି । କିନ୍ତୁ ଏବେ ଅବସର ପାଇଁ ଅନୁମତି ଦେବା ପରେ ସ୍ପଷ୍ଟ ଯେ ନୂଆ ଡିଜିଙ୍କ ନେତୃତ୍ବରେ ନିର୍ବାଚନ ପରିଚାଳନା ସୁରକ୍ଷା ଦାୟିତ୍ବ ରହିବ ।

ଅଧିକ ପଢନ୍ତୁ- DGP Calls on Governor: ରାଜ୍ୟପାଳଙ୍କୁ ସାକ୍ଷାତ କଲେ ପୋଲିସ ମହାନିର୍ଦ୍ଦେଶକ

ବର୍ତ୍ତମାନର ପୋଲିସ ଡିଜି ସୁନିଲ ବଂଶଲ ଆସନ୍ତା ଡିସେମ୍ବରରେ ଅବସର ନେଉଥିବା ସ୍ପଷ୍ଟ ହେବା ପରେ ଏବେ ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ କିଏ ହେବେ ତାକୁ ନେଇ ପାୱାର କରିଡରରେ ଯୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସରକାରୀ ସୂତ୍ର ଅନୁସାରେ ସୁନିଲ ବଂଶଲଙ୍କ ଉତ୍ତରାଧିକାରୀ ଖୋଜିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ରାଜ୍ୟ କ୍ୟାଡରର 7 ଜଣ ବରିଷ୍ଠ ଆଇପିଏସଙ୍କ ତାଳିକା ପ୍ରସ୍ତୁତି କରି ପୋଲିସ ଡିଜି ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କୁ ସୁପାରିଶ କରିଛନ୍ତି । ସୁପାରିଶ ହୋଇଥିବା ତାଳିକାରେ ଅଛନ୍ତି 1989 ବ୍ୟାଚ ମହିଳା IPS ବି ରାଧିକା । ଆଇପିଏସ ରାଧିକାଙ୍କ ନା ସୁପାରିଶ ପରେ ଏବେ ରାଜ୍ୟକୁ ପ୍ରଥମ ମହିଳା ଡିଜିପି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ସୁପାରିଶ ତାଳିକାରେ ଅଛନ୍ତି ଆଇପିଏସ ଅରୁଣ ଷଡଙ୍ଗୀ, ସୁଧାଂଶୁ ଷଡଙ୍ଗୀ, ଏଏମ ପ୍ରସାଦ, ୱାଇ.ବି ଖୁରାନିଆ, ଏସଏମ ନରୱଣେ, ଅରୁଣ ରାୟ ।

ଅଧିକ ପଢନ୍ତୁ- ନୂଆ ବର୍ଷରେ ଦାୟିତ୍ବ ନେବେ ନୂଆ DGP

ସୂଚନାଯୋଗ୍ୟଯେ ବର୍ତ୍ତମାନ ଡିଜିପି ଥିବା 1987 ବ୍ୟାଚର ବରିଷ୍ଠ ଆଇପିଏସ ସୁନିସ ବଂଶଲ ପ୍ରାରମ୍ଭକି ପୋଷ୍ଟିଂରେ ମୟୁରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଆଉ ଓଡିଶା ଫେରିନଥିଲେ । ପରେ ଚାକିରୀ କାଳର ଅନ୍ତିମ କିଛି ବର୍ଷ ପରେ ଓଡିଶା ଫେରି ପୋଲିସ ଡିଜି ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 18, 2023, 6:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.