ETV Bharat / state

ଶିକ୍ଷାବୃତ୍ତିରେ ୫୮ କୋଟିର ଘୋଟାଲା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ - CAG ରିପୋର୍ଟ

ରାଜ୍ୟରେ ଶିକ୍ଷାବୃତ୍ତିରେ ୪ ବର୍ଷରେ ୫୮ କୋଟିର ହେରଫେର୍ ହୋଇଥିବା CAG ରିପୋର୍ଟରେ ପ୍ରକାଶ । ଦୃଢ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଶିକ୍ଷାବୃତ୍ତି ଘୋଟଲା
ଶିକ୍ଷାବୃତ୍ତି ଘୋଟଲା
author img

By ETV Bharat Odisha Team

Published : Oct 5, 2023, 9:12 PM IST

ଭୁବନେଶ୍ବର: ଶିକ୍ଷାବୃତ୍ତି ଘୋଟାଲା । 58 କୋଟିର ହୋଇଛି ହେରଫେର । ସିଏଜି ରିପୋର୍ଟରେ ଘୋଟାଲା ଧରାପଡିବା ପରେ ଏହାକୁ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କଲା ଓଡିଶା ଅଭିଭାବକ ମହାସଂଘ । ଓଡିଶା ଅଭିଭାବକ ମହାସଂଘ କହିଛି ମିଛ ତାଲିକାରେ ପିଲାଙ୍କ ନାଁ ରଖି କଲେଜ ଆକାଉଣ୍ଟରେ ଟଙ୍କା ଆସିଛି । ୪ ବର୍ଷରେ ୫୮ କୋଟିର ହେରଫେର୍ ହୋଇଥିବା ଅଭିଯୋଗ ଆଣିଛି ସଂଘ । ଡିବିଟିରେ ଛାତ୍ରବୃତ୍ତିକୁ ନେଇ CAGଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ଅଡିଟ୍ କହୁଛି, ଭୂତ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୫ କୋଟି ୫୭ ଲକ୍ଷ ଟଙ୍କା ।

ଓଡିଶା ଅଭିଭାବକ ମହାସଂଘ କହିଛି, CAGଙ୍କ ଅଡିଟରୁ ଜଣାପଡିଛି ମିଛ ହିତାଧିକାରୀଙ୍କ ତାଲିକା ଦେଇଥିଲେ କିଛି ନକଲି ଅନୁଷ୍ଠାନ । ଏମିତିକି ସେହି କଲେଜ ବା ଅନୁଷ୍ଠାନର କୌଣସି ସ୍ଥିତି କି ଭିତ୍ତିଭୂମି ହିଁ ନାହିଁ । ସେହିଭଳି ଆହୁରି ଚଞ୍ଚକତା କଥା ହେଲା ୬ ଜିଲ୍ଲାର ୨୨ଟି କଲେଜରେ ଛାତ୍ରଛାତ୍ରୀ ଅଧାରୁ ପାଠ ବନ୍ଦ କରିଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ଯାଇଛି ୭ କୋଟି ୩୬ ଲକ୍ଷ ଟଙ୍କା । ପୁଣି ୨୭୯ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ପାଠପଢା ସାରିବା ପରେ ମଧ୍ୟ ସେମାନଙ୍କୁ ୨ କୋଟି ୪୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ପ୍ରାୟ ୯୭୩ ଛାତ୍ରଛାତ୍ରୀଙ୍କୁ ଏକାଧିକ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଦର୍ଶାଇ ଭିନ୍ନ ଭିନ୍ନ ଅନୁଷ୍ଠାନମାନେ ୨ କୋଟି ୪୩ ଲକ୍ଷ ଟଙ୍କା ଚୂନା ଲଗାଇଥିବା ଧରିଛ CAG ରିପୋର୍ଟରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ..ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ, ପ୍ରଧାନ ମହାଲେଖାକାରଙ୍କ ପ୍ରେସମିଟ

ପ୍ରେରଣା ଏବଂ ଇ-ମେଧାବୃତ୍ତି ଇଣ୍ଟରଲିଙ୍କ ହୋଇନଥିବାରୁ ପ୍ରାୟ ୧୧ ହଜାର ୮୮୦ ଜଣ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ଦୁଇଟି ଯୋଜନାରୁ ଯାଇଛି ବୃତ୍ତି ଟଙ୍କା । ପ୍ରେରଣାରେ ୬ କୋଟି ୯୧ ଲକ୍ଷ ଟଙ୍କା ଏବଂ ଇ-ମେଧାବୃତ୍ତିରେ ୬ କୋଟି ୮୦ ଲକ୍ଷ ଟଙ୍କା ସମାନ ଆକାଉଣ୍ଟକୁ ଯାଇଛି । ତେବେ ସିଏଜି ରିପୋର୍ଟ ସାମ୍ନାକୁ ଆସିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଏପରି ଭାବରେ ଚଞ୍ଚକତାରେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସିଏଜି । ଏମିତି କି ଆବେଦନ କରିଥିବା କଲେଜ ବା ଅନୁଷ୍ଠାନଗୁଡିକୁ ଆଇଡି ପାସୱାର୍ଡ ଦେବା ପୂର୍ବରୁ ଯାଞ୍ଚ କରାଯାଇନଥିଲା ବୋଲି ଅଡିଟରୁ ଜଣାପଡିଛି । ଏହାସହ ହିତାଧିକାରୀଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗୀକରଣ ପାଇଁ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନଥିଲା ବୋଲି CAG ରିପୋର୍ଟରେ ଦର୍ଶାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.