ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗଟେ କଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ । ପ୍ରେସମିଟ ଜରିଆରେ କହିଛନ୍ତି ଓଡ଼ିଶାର ମହିଳାମାନେ ବିଜେଡ଼ି ପାଇଁ କେବଳ ଏକ ଭୋଟ ବ୍ୟାଙ୍କ। କିନ୍ତୁ ବାସ୍ତବରେ ଯେଉଁ ସଶକ୍ତୀକରଣ ହେବା କଥା ତାହା ହୋଇନାହିଁ।
ପ୍ରବାସ କାର୍ଯ୍ୟକ୍ରମରେ ଦୁଇ ଦିନିଆ ଗସ୍ତରେ ଆସି ସାଂଗଠନିକ ଜିଲ୍ଳା ବୁଲି ଦେଖିବା ପରେ ସେ କହିଛନ୍ତି, ମହିଳା ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମରେ ଓଡ଼ିଶା ଏକ ନମ୍ବର। କିନ୍ତୁ ନିର୍ଭୟା ଫଣ୍ଡର ସଦୁପଯୋଗ କରିବାରେ ପଛରେ ଓଡିଶା । 2021ରେ ନିର୍ଭୟା ଯୋଜନାରେ 75 କୋଟି କେନ୍ଦ୍ର ଦେଇଥିବା ବେଳେ ମାତ୍ର 45 କୋଟି ଖର୍ଚ୍ଚ ହୋଇଛି। ମମିତା, ପରୀ ଭଳି ଅନେକ ମହିଳା ବିରୋଧୀ ଘଟଣାରେ ବିଜେଡ଼ି ନେତା ମନ୍ତ୍ରୀଙ୍କ ସଂପ୍ରକ୍ତି ରହିଛି । କିନ୍ତୁ ବିଜେପିର ସବକା ସାଥ ସବକା ବିକାଶ ନୀତିର ବିପରୀତ ଧାରାରେ କାମ କରୁଛନ୍ତି ରାଜ୍ୟ ସରକାର । କାହିଁକି ନା ରାଜ୍ୟ ସରକାରଙ୍କ ଯୋଜନାର ଫାଇଦା କେବଳ ତାଙ୍କ ଦଳୀୟ କର୍ମୀଙ୍କୁ ମିଳୁଛି। ବିଜେଡ଼ିକୁ ଭୋଟ ଦେଉ ନଥିବାରୁ ଅନେକ ମହିଳା ଏଥିରୁ ବଞ୍ଚିତ ହେଉଛନ୍ତି।
ଏହାବି ପଢନ୍ତୁ- ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ତଳେ ସତ୍ୟାଗ୍ରହ କରିବ ରାଜ୍ୟ ବିଜେପି
କେନ୍ଦ୍ରୀୟ ଯୋଜନା ଯେମିତି ହର ଘର ଜଲ ହେଉ କି ଆବାସ ଯୋଜନା କେବଳ ନାମ ବଦଳାଇ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। ସେହିଭଳି କେନ୍ଦ୍ରର ପୋଷଣକୁ ମମତା ଯୋଜନାକୁ ନାମ ବଦଳାଇ ମମତା ଯୋଜନା କରିଛନ୍ତି। ତାକୁ ଯେଉଁମାନେ କାର୍ଯ୍ୟକାରୀ କରୁଛନ୍ତି ଅଙ୍ଗନୱାଡ଼ି କର୍ମୀ ତାଙ୍କୁ ହତାଦର କରାଯାଇଛି। ମହିଳା କେବଳ ଭୋଟ ବ୍ୟାଙ୍କ। ବାସ୍ତବରେ ସଶକ୍ତିକରଣ ହୋଇନାହିଁ । ଏସଏଚଜିକୁ କେବଳ ଟଙ୍କା ବାଣ୍ଟି ସଶକ୍ତୀକରଣ କରିଛନ୍ତି ହେଲେ ସେମାନେ କେମିତି ଆର୍ଥିକ ବିକାଶ କରିବେ ଆଉ ମଜବୁଥ ହେବେ ସେଥିପାଇଁ ସରକାରଙ୍କ ନିଘା ନାହିଁ। ଗ୍ରାଉଣ୍ଡଜିରୋରେ ମହିଳା ମାନେ ଚାହୁଁଛନ୍ତି ଡବଲ ଇଞ୍ଜିନ ସରକାର ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର