ETV Bharat / state

ଦୃର୍ବଳ ହେଲା ଲଘୁଚାପ: ରାଜ୍ୟରେ ସକ୍ରିୟ ମୌସୁମୀ, ଆସନ୍ତା ୨ ଦିନ ପ୍ରବଳ ବର୍ଷିବ - ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ହେଲେ ଏବେବି ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୨୪ ଘଣ୍ଟାରେ 18 ଜିଲ୍ଲାକୁ ୱାର୍ଣ୍ଣିଂ । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୃର୍ବଳ ହୋଇଛି

author img

By ETV Bharat Odisha Team

Published : Sep 6, 2023, 8:11 PM IST

ଦୃର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ଏବେବି ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସକ୍ରିୟ ଥିବା ବେଳେ ମୌସୁମୀ ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆହୁରି ୨ ଦିନ ରାଜ୍ୟରେ ଭାରି ବର୍ଷା ଜାରି ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପ୍ରବଳ ବର୍ଷାକୁ ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର ମୟୂରଭଞ୍ଜ, ଅନୁଗୁଳ ଓ ବାଲେଶ୍ୱର ।

ସେହିପରି ଆସନ୍ତାକାଲି ଅର୍ଥାତ୍ 7 ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପ୍ରବଳ ବର୍ଷାକୁ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 13ଟି ଜିଲ୍ଲା ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ବିଭାଗ । ସେହିପରି 8 ତାରିଖରେ ରାଜ୍ଯରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । 9, 10 ଓ 11 ତିରଖରେ ବିଭିନ୍ନ ଜିଲ୍ଲାର କିଛି କିଛି ଅଞ୍ଚଳରେ ମଧ୍ୟମରୁ କମ୍ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ.. ରାଜ୍ୟରେ ଲଘୁଚାପ ପ୍ରଭାବ, ଆଗାମୀ ୩ଦିନ ପ୍ରବଳ ବର୍ଷା

ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଗୋଟିଏ କିମ୍ବା ଦୁଇଟି ସହରରେ ପ୍ରବଳ ବର୍ଷା ହୋଇପାରେ । ତେବେ ଗତକାଲି ବାଲେଶ୍ୱରରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ୧୧୭.୧ ମିମି ବାଲେଶ୍ଵରରେ ରେକର୍ଡ ହୋଇଛି । ବାଲେଶ୍ବର ବାହାଙ୍ଗାରେ 95 ମିମି , ମୟୂରଭଞ୍ଜ ଉଦଳରେ 92.5 ଓ ଭୁବନେଶ୍ବରରେ 20 ମିଲିମିଟର ବର୍ଷା ରେକର୍ଡ୍‌ ହୋଇଛି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୧୭.୪ ମିମି ବର୍ଷା ରେକର୍ଡ୍‌ ହୋଇଥିବା ବେଳେ ସ୍ୱାଭାବିକଠାରୁ ୧୪ ପ୍ରତିଶତ ଅଧିକା ବର୍ଷା ରେକର୍ଡ ହୋଇଛି । ତେବେ ରାଜ୍ୟରେ 11 ତାରିଖ ପରଠାରୁ ପାଗ ବଦଳିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.