ETV Bharat / state

ସଫଳ ହେବ ତ ମହାମେଣ୍ଟ ! ଆପ ସହିତ କଂଗ୍ରେସର ମତଭେଦ ଦୂର ହେବ କହିଲେ ପଞ୍ଚାନନ

ମୋଦି ସରକାର ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ । ହେଲେ ଦିଲ୍ଲୀରେ ଆପ ସରକାର ବିରୋଧରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ପ୍ରତି କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ଯାହାକୁ ନେଇ କଂଗ୍ରେସ ଓ ଆପ ଏକାଠି ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Jun 24, 2023, 7:46 PM IST

ଆପ ଓ କଂଗ୍ରେସ ମଧ୍ୟରେ ଥିବା ମତଭେଦ ଦୂର ହେବ କହିଲେ ପଞ୍ଚାନନ

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ମୋଦି ସରକାରଙ୍କୁ କେନ୍ଦ୍ରରୁ ଗାଦିଚ୍ୟୁତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ଶୁକ୍ରବାର ପାଟନାରେ ଏକାଠି ହୋଇଥିଲେ ବିରୋଧୀ । ତେବେ ଆଗାମୀ ୨୦୨୪ ନିର୍ବାଚନରେ ନୀତିଶଙ୍କ ମହାମେଣ୍ଟ କାମ କରିବ ତ ? ସଫଳ ହେବ ତ ମହାମେଣ୍ଟ ? ଏକାଠି ହୋଇ ଲଢିପାରିବେ ତ ବିରୋଧୀ ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ଦିଲ୍ଲୀରେ ଆପ ସରକାର ବିରୋଧରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ପ୍ରତି କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ।

'ମହାମେଣ୍ଟକୁ ଆପର ସମର୍ଥନ ରହିଛି, କଂଗ୍ରେସ ମଧ୍ୟ ଆପ ପ୍ରତି ଆଭିମୁଖ୍ୟ ସ୍ପଷ୍ଟ କରୁ': ଓଡିଶା ଆପ ମୁଖ୍ୟ ନିଶିକାନ୍ତ ମହାପାତ୍ର କହିଛନ୍ତି, "ମହାମେଣ୍ଟକୁ ଆପର ସମର୍ଥନ ରହିଛି ଏବଂ ରହିବ । କିନ୍ତୁ କଂଗ୍ରେସ ମଧ୍ୟ ଆପ ପ୍ରତି ତାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ଦିଲ୍ଲୀରେ ଆପ ସରକାର ବିରୋଧରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବା ପାଇଁ ସବୁ ବିରୋଧୀ ରାଜନୈତିକ ଦଳ ଏକାଠି ହେଉଥିବା ବେଳେ କଂଗ୍ରେସ ତାର ମତ ସ୍ପଷ୍ଟ କରିନାହିଁ । ଗତକାଲି ବୈଠକରେ ମଧ୍ୟ କଂଗ୍ରେସ କିଛି ମତ ରଖିଲା ନାହିଁ । ତେଣୁ ମହାମେଣ୍ଟକୁ ସମର୍ଥନ କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ କଂଗ୍ରେସ ଆପ ବିରୋଧରେ ଆସିଥିବା ଅର୍ଡିନାନ୍ସକୁ ବିରୋଧ କରିବା ବେଳେ ତାର ଆଭିମୁଖ୍ୟ ସ୍ପଷ୍ଟ ରଖୁ ।"

'ଆପ ଓ କଂଗ୍ରେସ ମଧ୍ୟରେ ଥିବା ମତଭେଦ ଦୂର ହେବ': ଗତକାଲି ପାଟନାରେ ୧୮ ବିରୋଧୀ ରାଜନୈତିକ ଦଳର ମୁଖିଆ ମାନେ ଏକାଠି ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ଷ୍ଟାଲିନଙ୍କ ପର୍ଯ୍ୟନ୍ତ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ହୋଇଥିଲେ । ତେବେ ଆପ ଓ କଂଗ୍ରେସ ମଧ୍ୟରେ ଥିବା ମତ ପାର୍ଥକ୍ୟ ମହାମେଣ୍ଟକୁ ଅଡୁଆରେ ପକାଇବ ନାହିଁ ତ ? ବଡ଼ କଥା ହେଉଛି ୨୦୨୪ ନିର୍ବାଚନରେ ଆସନ ଭାଗ ବଣ୍ଟା । ପଶ୍ଚିମବଙ୍ଗ ଏବଂ ବିହାର ଭଳି ରାଜ୍ୟରେ କଂଗ୍ରେସ କେତେ ସିଟରେ ପ୍ରାର୍ଥୀ ଛିଡା କରିବ ? ଆସନ ଭାଗ ବଣ୍ଟାର ଗଣିତ କଣ ରହିବ, ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଆପ ଓ କଂଗ୍ରେସ ମଧ୍ୟରେ ଥିବା ମତ ପାର୍ଥକ୍ୟ ଦୂର ହେବ । ମହାମେଣ୍ଟ ଆଶାତୀତ ସଫଳତା ପାଇବ ।"

କଣ ରହିବ କଂଗ୍ରେସର ଆଭିମୁଖ୍ୟ ?: ଆଗକୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ଆପ ସେଠାରେ ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି । ଏପରି ସ୍ଥିତିରେ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିବା ଉପରେ ସବୁକିଛି ନିର୍ଭର କରୁଛି । ଯଦି ଆପର ସମର୍ଥନରେ କଂଗ୍ରେସ ବାହାରେ, ଆପ ସେହି ଅନୁସାରେ ତାର ରଣନୀତି ତିଆରି କରିବ । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ଅର୍ଡିନାନ୍ସ ବା ଅଧ୍ୟାଦେଶ ପ୍ରତି କଂଗ୍ରେସର ଆଭିମୁଖ୍ୟ କଣ ତାହା ଏବେବି ଅସ୍ପଷ୍ଟ । ଯାହାକି ଆପ ପାଇଁ ମହାମେଣ୍ଟରେ ଏକ ଭୂମିକା ନିର୍ବାହ କରିବାରେ ଅଡୁଆ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.