ETV Bharat / state

Odisha Junior Teachers Recruitment: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ପୁଣି ଆରମ୍ଭ ହେବ ଠିକା ନିଯୁକ୍ତି ପ୍ରଥା। ଏଣିକି ରାଜ୍ୟ ସ୍ତରରେ ନୁହେଁ ଜିଲ୍ଲା ସ୍ତରରେ ହେବ ଠିକା ନିଯୁକ୍ତି ପ୍ରକ୍ରିୟା। ବର୍ଷକ ପାଇଁ 20 ହଜାର ପ୍ରାଥମିକ ଶିକ୍ଷକଙ୍କୁ ଦିଆଯିବ ଠିକା ନିଯୁକ୍ତି । ଏନେଇ ଗାଇଡ୍‌ଲାଇନ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏବେ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିବା ସହ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

Odisha Junior Teachers Recruitment: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
Odisha Junior Teachers Recruitment: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
author img

By ETV Bharat Odisha Team

Published : Aug 23, 2023, 10:53 PM IST

ଭୁବନେଶ୍ବର: ଠିକା ନିଯୁକ୍ତି ପ୍ରତିବାଦରେ ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା । ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି ହେବା ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ଗୋଟିଏ ପଟେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାର ଏଭଳି ନିଯୁକ୍ତି ଦେଇ ନିର୍ବାଚନୀ ବୈତରଣୀ ପାର କରିବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପୁଣି ଆରମ୍ଭ ହେବ ଠିକା ନିଯୁକ୍ତି ପ୍ରଥା। ଏଣିକି ରାଜ୍ୟ ସ୍ତରରେ ନୁହେଁ ଜିଲ୍ଲା ସ୍ତରରେ ହେବ ଠିକା ନିଯୁକ୍ତି ପ୍ରକ୍ରିୟା । ବର୍ଷକ ପାଇଁ 20 ହଜାର ପ୍ରାଥମିକ ଶିକ୍ଷକଙ୍କୁ ଦିଆଯିବ ଠିକା ନିଯୁକ୍ତି । ଏନେଇ ଗାଇଡ଼ ଲାଇନ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆଉ ଏହି ଗାଇଡ଼ ଲାଇନ ଜାରି ହେବା ପରେ ଏବେ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିବା ସହ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ସରକାର ଠିକା ନିଯୁକ୍ତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯୁବବର୍ଗଙ୍କ ସହ ଖେଳୁଛନ୍ତି ସରକାର । ଆଗକୁ ନିର୍ବାଚନ ଆସୁଥିବାରୁ 20 ହଜାର ଠିକା ଶିକ୍ଷକ ନିଯୁକ୍ତି ଦେଇଛନ୍ତି । ଏହା ଏକ ନିର୍ବାଚନୀ ଥୋପ ।

ଏହାବି ପଢନ୍ତୁ- ରାଜଧାନୀରେ ପୁଣି ଗର୍ଜିଲେ ଶିକ୍ଷକ: ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ରାଜରାସ୍ତାରେ ଆନ୍ଦୋଳନ

ଠିକା ନିଯୁକ୍ତି ଉଛେଦକୁ ନେଇ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ଏହି ପ୍ରଥାକୁ ଉଛେଦ କରିବାକୁ ରାଜ୍ୟ ସରକାର କ୍ୟାବିନେଟ ରେ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିର 10 ମାସ ନପୁରୁଣୁ ନ୍ୟାସନାଲ କାଉନସିଲ ଅଫ ଟିଚର୍ସ ଏଜୁକେସନ ଓ ସୁପ୍ରିମକୋର୍ଟଙ୍କ ରାୟକୁ ଆଳ ଦେଖାଇ ଜିଲ୍ଲା ସ୍ତରରେ ପ୍ରାଥମିକ ସ୍କୁଲଗୁଡ଼ିକରେ ଠିକା ଶିକ୍ଷକ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ପୁଣି ଠିକା ନିଯୁକ୍ତିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିରୋଧୀ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ରାଜ୍ୟ ସରକାର ଯାହା କରିବା କଥା କରୁଛନ୍ତି। ଗ୍ରାମାଞ୍ଚଳରେ ଯୁବକମାନଙ୍କୁ ଏଭଳି ନିଯୁକ୍ତି ଆଳ ଦେଖାଇ ଭୋଟକୁ ହଟେଇବା ପାଇଁ ଏଭଳି ଯୋଜନାକୁ କାଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଯେଉଁମାନେ ଗାନ୍ଧୀମାର୍ଗରେ ଆନ୍ଦୋଳନ କରୁଥିଲେ। ଠିକା ନିଯୁକ୍ତି ଉଚ୍ଛେଦ ହେଲା କହି ତାଙ୍କୁ ଘରକୁ ପଠେଇ ଦିଆଯାଇଥିଲା । ଏବେ 20 ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି ଦେବା କଥା କହୁଛନ୍ତି । ଏଥିରୁ ଜଣାପଡ଼ିଛି ସରକାର କେବଳ ନିର୍ବାଚନ ବୈତାରିଣୀ ପାର ହେବା ପାଇଁ ସର୍ବଦା ମିଛ ପ୍ରତିଶୃତି ଦେଇ ଆସୁଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୈତିକ ସମୀକ୍ଷକ । ରାଜ୍ୟ ସରକାର ଶିକ୍ଷା ପ୍ରତି ଗୁରୁତ୍ବ ଦେଉନଥିବା ଭଳି ଲାଗୁଛି । ଆନ୍ତରିକତାର ଅଭାବ ଦେଖାଯାଉଛି । ସ୍କୁଲରେ ଶିକ୍ଷକ ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା । ଯେଉଁଠି ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି, ସେଠି ସରକାର ଠିକା ନିଯୁକ୍ତି ଦେବା ଠିକ ନୁହେଁ । ଛାତ୍ରଛାତ୍ରୀମାନଙ୍କ ପାଖରେ ଶିକ୍ଷାର ମାନ କମି ଯାଉଛି । ନିଜେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଠିକା ନିଯୁକ୍ତି ବନ୍ଦ ହେବ ହେଲେ କାହିଁକି ପରିବର୍ତ୍ତନ କଲେ ଜଣାପଡୁନି । ନିର୍ବାଚନ ପାଇଁ କରିପାରନ୍ତି ହେଲେ ଏହା ଶିକ୍ଷା ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.