ETV Bharat / state

ଟିକା ପାଇଁ କେନ୍ଦ୍ରକୁ ଚିଠି, ମାସ୍କ ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର: ବିଜୟ ପାଣିଗ୍ରାହୀ

କୋଭିଡ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଟୀକା ପାଇଁ ଚିଠି ହୋଇଛି। ୪୧ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି। କିନ୍ତୁ ଏହି ସଂଖ୍ୟା ଜାତୀୟ ହାର ଠରୁ ଅଧିକ ରହିଛି। ଏପଟେ ରାଜ୍ୟରେ ଆଜି ୧୪୧ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ

author img

By

Published : Apr 11, 2023, 9:20 PM IST

corona vaccine supply
corona vaccine supply
corona vaccine supply

ଭୁବନେଶ୍ବର: କୋଭିଡ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଟିକା ପାଇଁ ଚିଠି ଦିଆଯାଇଛି। ରାଜ୍ୟରେ ୧୬ ଜିଲ୍ଲାକୁ ବ୍ୟାପିଲାଣି କୋଭିଡ ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ଉଭୟ ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଛନ୍ତି ୯୧ ପ୍ରତିଶତ। ୪୧ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି । କିନ୍ତୁ ଏହି ସଂଖ୍ୟା ଜାତୀୟ ହାର ଠରୁ ଅଧିକ ରହିଛି । ଅଧିକାଂଶ ଲୋକ ଏବେବି ଟିକା ରୁ ବଞ୍ଚିତ ହୋଇଛନ୍ତି । ଏନେଇ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ।

ତେବେ ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ବି ଭୟାବହତା ନାହିଁ। ମେଡ଼ିକାଲ ଏତେ ଆବଶ୍ୟକ ପଡୁ ନ ଥିଲେ ମଧ୍ୟ ପ୍ରତିଦିନ ସ୍ଥିତି ନେଇ ରାଜ୍ୟ ସ୍ତରରେ ସମୀକ୍ଷା କରାଯାଉଛି । ମାସ୍କ ବାଧ୍ୟତାମୂଳକ ହେବ ନା ନାହିଁ ସରକାର ନିଷ୍ପତ୍ତି ନେବେ । କିନ୍ତୁ ଲୋକେ ନିୟମ ମାନିବାକୁ ଅପିଲ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିସହ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ଏଥିଲାଗି ୫୦ ହଜାର ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର । ସଂକ୍ରମଣର ଭୟାବହତା କମ ଅଛି। ମେଡିକାଲରେ ବି କମ ସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉଛନ୍ତି । ଏଯାଏଁ ଆଇସିୟୁର ବ୍ୟବହାର ହୋଇନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସଚେତନତା ଅଛି। ଏହାର ସମୀକ୍ଷା ହେଉଛି।

ଏହା ମଧ୍ୟ ପଢନ୍ତୁ- କର୍ଣ୍ଣାଟକ ଟକ୍କର: ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେପି ବିଧାୟକଙ୍କ ବଡ ଘୋଷଣା, ନଡ୍ଡାଙ୍କ ନିକଟରେ ପହଞ୍ଚିଲା ଖବର

ଏହା ମଧ୍ୟ ପଢନ୍ତୁ-ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

ଗତ ଜାନୁଆରୀ ମାସରେ ଯେଉଁ ଟିକା ଆସିଥିଲା ତାହା ତାହା ଫେବୃଆରୀ ୮ ତାରିଖରେ ସରିଯାଇଛି । ଓଡ଼ିଶାରେ ୯୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ଏଯାଏଁ ୪୧ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି । ତେବେ ଏହା ଜାତୀୟ ସ୍ତରରୁ ଅଧିକ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.