ଖୋର୍ଦ୍ଧା: ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗ୍ରାମରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଅଭିଯୋଗ ହୋଇଛି । ଖବର ପାଇ ଜଙ୍କିଆ ଥାନାଧିକାରୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଶନିବାର ସକାଳେ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କ ଖୋଲିବା ପୂର୍ବରୁ ବ୍ୟାଙ୍କ ତାଲା ଖୋଲାଥିବାର ଦେଖିଥିଲେ । ଏଥିସହିତ ବ୍ୟାଙ୍କରେ ଲାଗିଥିବା ଗ୍ରୀଲ ମଧ୍ୟ କଟାଯାଇଥିଲା । ଏସମ୍ପର୍କରେ ବ୍ୟାଙ୍କ କର୍ମଚାରୀମାନେ ପ୍ରଥମେ ଜଙ୍କିଆ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ବ୍ୟାଙ୍କରୁ କେତେ ଟଙ୍କା ଓ ସୁନା ଗହଣା ଲୁଟ ହୋଇଛି ତାହା ଜଣାପଡିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ