ETV Bharat / state

ବେଆଇନ ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ 25 ହଜାର ପୁରସ୍କାର

author img

By

Published : Nov 12, 2022, 10:13 AM IST

ରାଜ୍ୟରୁ ବେଆଇନ ଲିଙ୍ଗ ନିରୂପଣ ହ୍ରାସ ନେଇ ସରକାରଙ୍କ ଉଦ୍ୟମ । ଲିଙ୍ଗ ନିରୂପଣ ସମ୍ପର୍କରେ ସୂଚନା ଦେଲେ ମିଳିବ 25 ହଜାର ଟଙ୍କାର ପୁରସ୍କାର । ଅଧିକ ପଢ଼ନ୍ତୁ

rs 25 thousand reward for information on illegal sex determination
ବେଆଇନ ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ 25 ହଜାର ପୁରସ୍କାର

ଭୁବନେଶ୍ବର: ବେଆଇନ ଲିଙ୍ଗ ନିରୂପଣ ସମ୍ପର୍କରେ ସୂଚନା ଦେଲେ ମିଳିବ 25 ହଜାର ଟଙ୍କାର ପୁରସ୍କାର । ତିନି କିସ୍ତିରେ ସୂଚନାଦାତାଙ୍କୁ 25 ହଜାର ଟଙ୍କା ନଗଦ ପୁରସ୍କାର ସହିତ ଉତ୍ସାହିତ କରାଯିବ । ଏହି ଯୋଜନାରେ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ନିଶ୍ଚିତ ସୂଚନା ଦେବା ପରେ 10 ହଜାର ଟଙ୍କା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଗଠନ ଏବଂ ପ୍ରବର୍ତ୍ତନ ରିପୋର୍ଟ ଦାଖଲ ପରେ ଦଶ ହଜାର ଟଙ୍କା ଏବଂ କୋର୍ଟରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।

ଜିଲ୍ଲା ସ୍ତରରେ ଅଲଗା ଗୋପନୀୟ ଫାଇଲ ଏବଂ ଅଭିଯୋଗ ରେଜିଷ୍ଟର ରହିବ । ଅଭିଯୋଗ ଗ୍ରହଣ ପାଇଁ ଗୋଟିଏ ଯୋଗାଯୋଗ ନମ୍ବର ରଖାଯିବ । ଏନେଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ସୂଚନା ଏବଂ ଅଭିଯୋଗ ପାଇବା ପରେ, ଉପଯୁକ୍ତ କର୍ତ୍ତୃପକ୍ଷ ଜିଲ୍ଲା ଟାସ୍କଫୋର୍ସ ସଦସ୍ୟଙ୍କ ସାହାଯ୍ୟରେ ପ୍ରକୃତ ତଥ୍ୟ ଅନୁସନ୍ଧାନ କରିବେ ।

ଏହା ମଧ୍ୟ ପଢ଼ନ୍ତୁ: ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ରିମାଣ୍ଡରେ ଗଲା ଖଗେଶ୍ୱର, ପାୱାର କରିଡରରେ କମ୍ପନ

ଉକ୍ତ ଯୋଜନା ବିଷୟରେ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି, "ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ କରିବା ଏବଂ ଲିଙ୍ଗ ଚୟନ ଟେକ୍ନୋଲୋଜିର ଅପବ୍ୟବହାରର କରାଯାଉଛି । ଯାହା ଲିଙ୍ଗ ନିରୂପଣ ଅନୁପାତ ହ୍ରାସ ହେବାର ଏକ ପ୍ରମୁଖ କାରଣ ଅଟେ । ତେଣୁ ସାରା ରାଜ୍ୟରେ PC ଏବଂ PNDT ଅଧିନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା କଲେକ୍ଟର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସରଳୀକୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।" ନିର୍ଦ୍ଦେଶାବଳୀ ଅନୁଯାୟୀ, ବେଆଇନ ଲିଙ୍ଗ ନିରୂପଣ ନିର୍ଣ୍ଣୟ ବିଷୟରେ ସୂଚନାଦାତା ତିନି କିସ୍ତିରେ 25 ହଜାର ଟଙ୍କା ନଗଦ ପୁରସ୍କାର ସହିତ ଉତ୍ସାହିତ ହେବେ । ଫଳରେ ରାଜ୍ୟରୁ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.