ETV Bharat / state

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଅଗଷ୍ଟ ୧୫ରେ ମିଳିବ ନୂଆ ୟୁନିଫର୍ମ

author img

By

Published : Jul 11, 2023, 4:57 PM IST

Updated : Jul 11, 2023, 5:09 PM IST

ଏଣିକି ଚେକ ସାର୍ଟ ସାଙ୍ଗକୁ ଫୁଲ ପ୍ୟାଣ୍ଟରେ ନଜର ଆସିବେ ନବମ ଓ ଦଶମ ପିଲା । ବଦଳିଲା ହାଇସ୍କୁଲ ୟୁନିଫର୍ମ । ଅଧିକ ପଢନ୍ତୁ

Etv Bharat
Etv Bharat
ବଦଳିଲା ହାଇସ୍କୁଲ ୟୁନିଫର୍ମ, ଅଗଷ୍ଟ ୧୫ରେ ମିଳିବ ନୂଆ ୟୁନିଫର୍ମ

ଭୁବନେଶ୍ବର: ବଦଳିଲା ହାଇସ୍କୁଲ ୟୁନିଫର୍ମ । ଆସନ୍ତା ମାସ ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେବ ନୂଆ ୟୁନିଫର୍ମ । ଚେକ ସାର୍ଟ ସାଙ୍ଗକୁ ଫୁଲ ପ୍ୟାଣ୍ଟରେ ନଜର ଆସିବେ ନବମ ଓ ଦଶମ ପିଲା । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ । ଏହି ଯୋଜନାକୁ ଚଳିତ ଶିକ୍ଷାବ‌ର୍ଷରୁ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଥିବା ସୂଚନା ମିଳିଛି ।

କିଭଳି ଭାବରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୧୫ ତାରିଖରେ ପୋଷାକ ମିଳିବ ସେ ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ରହିଛି ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ । ଏହା ସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ପୂର୍ବରୁ କେବଳ ପ୍ରଥମରୁ ଅ‌ଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋ‌ଷାକ ଓ ଉଭୟ ଜୋତା ଓ ମୋଜା ପାଉଥିଲେ।

ଏହା ବି ପଢନ୍ତୁ- ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ କି ୟୁନିଫର୍ମ; ଭୋକରେ ଛାତ୍ରଛାତ୍ରୀ

ଏବେ ହାଇସ୍କୁଲ ପିଲାଙ୍କୁ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି । ଏନେଇ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା ମୋଜା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପାଖାପାଖି ଭାବରେ ୪୦ ପ୍ରତିଶତ ପୋଷାକ ବଣ୍ଟନ କରାଯାଇଥିବା ବେଳେ ନବମ ଓ ଦଶମ ଶ୍ରେଣୀର ପୋଷାକ ପାଇଁ ଆସନ୍ତା ଅଗଷ୍ଟ ୧୫ରେ ବଣ୍ଟନ କରାଯିବ । ପୋଷାକ ଜୋତା ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ ସ୍ତରରେ ଏକ କମିଟି ଗଠିତ ହୋଇଛି । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ପାଖାପାଖି ୫ଟି ଅଧିକାରୀମାନେ ରହିଛନ୍ତି ସଦସ୍ୟ ।

ତେବେ ଏହି କମିଟି ନେତୃତ୍ବରେ ସ୍ବୀକୃତିପ୍ରାପ୍ତ ଏସଏଚଜିଙ୍କୁ ପୋଷାକଗୁଡ଼ିକ ବଣ୍ଟନ ଦାୟିତ୍ବ ଦିଆଯାଇଛି । ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ । ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ଦୁଇ ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ । ଛାତ୍ରଙ୍କ ପାଇଁ ଫୁଲ୍‌ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର ପଞ୍ଜାବୀ ପୋଷାକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2023, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.