ETV Bharat / state

ଫୋକସରେ ଯୁବପିଢି: କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ସମ୍ପୃକ୍ତିକୁ ଗୁରୁତ୍ବ

author img

By ETV Bharat Odisha Team

Published : Nov 11, 2023, 7:29 AM IST

କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ଯୁବପିଢିଙ୍କ ସମ୍ପୃକ୍ତିକୁ ଗୁରୁତ୍ବ । ଶିକ୍ଷାନୁଷ୍ଠାନ ସ୍ତରରେ ଯୁବବର୍ଗ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଅଧିକ ପଢନ୍ତୁ

ନଜରରେ ଯୁବପିଢି, କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ସମ୍ପୃକ୍ତିକୁ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନଜରରେ ଯୁବପିଢ଼ି । କ୍ରୀଡ଼ା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ ସହ ରାଜ୍ୟର ବିକାଶରେ ଯୁବବର୍ଗଙ୍କୁ ସକ୍ରିୟ ସହଭାଗୀ କରିବାକୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି । ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସରକାର ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଶିକ୍ଷାନୁଷ୍ଠାନ ସ୍ତରରେ ଯୁବବର୍ଗ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଏହାସହ ଜିଲ୍ଲା ଏବଂ ରାଜ୍ୟସ୍ତରରେ ଯୁବ ମହୋତ୍ସବ ଆୟୋଜନ କରିବା ନେଇ ଏହି ନୂତନ ଯୋଜନାରେ ବ୍ୟବସ୍ଥା ହୋଇଛି ।

ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ । କ୍ରୀଡ଼ା, ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିଯୋଗିତା ଆୟୋଜନ କରାଯିବ । ଆସନ୍ତା ୧୫ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ପ୍ରତିଯୋଗିତା ଆୟୋଜନ କରିବେ । ସାମ୍‌ସ ପୋର୍ଟାଲ୍‌ରେ କାର୍ଯ୍ୟକ୍ରମ ପ୍ରଦର୍ଶନର ବିବରଣୀ ଏବଂ ଫଟୋଗ୍ରାଫ୍ ଅପ୍‌ଲୋଡ୍ କରାଯିବ ।

ଏଥିପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଜଣେ ଫାକଲ୍ଟି ସଦସ୍ୟଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିବେ । ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତାକୁ ସେ ଅନୁଧ୍ୟାନ କରିବେ । କଲେଜର ଜଣେ ଛାତ୍ର ପ୍ରତିନିଧିଙ୍କ ସମେତ ସର୍ବନିମ୍ନ ୩ ଜଣ ସଦସ୍ୟଙ୍କୁ ନେଇ ବିଭିନ୍ନ କାର୍ଯ୍ୟକଳାପ ପାଇଁ କମିଟିମାନ ଗଠନ କରାଯିବ । ଯୁବବର୍ଗଙ୍କ ମଧ୍ୟରେ ଖେଳୁଆଡ଼, ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ଏବଂ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ ।

ଅଧିକ ପଢନ୍ତୁ- SAMS ନିୟମ ଉଲ୍ଲଙ୍ଘନ, ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି

ସେହିପରି କଳା ଓ ସଂସ୍କୃତିର ପ୍ରୋତ୍ସାହନ ପାଇଁ ଶିକ୍ଷାନୁଷ୍ଠାନ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ନୃତ୍ୟ, ନାଟକ, ସଂଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ ବିତର୍କ ଆଦି କ୍ଷେତ୍ରରେ ଦଳଗତ ଏବଂ ଏକକ ପ୍ରତିଯୋଗିତା ହେବ । ଲାଇଟ୍ ଏବଂ ସାଉଣ୍ଡ ବ୍ୟବସ୍ଥା ଟେଣ୍ଟ ହାଉସ୍‌ରୁ ଭଡ଼ା ଆଣି କରାଯିବ । କ୍ରୀଡ଼ା କ୍ଷେତ୍ରରେ ଫୁଟ୍‌ବଲ, ହକି, ବାସ୍କେଟ୍‌ବଲ, କବାଡ଼ି, ବ୍ୟାଡ୍‌ମିଣ୍ଟନ, ଖୋ-ଖୋ, କ୍ୟାରମ୍, କ୍ରିକେଟ, ଟେବୁଲ ଟେନିସ୍‌, ଚେସ୍, ଭଲି ବଲ ଭଳି ପ୍ରତିଯୋଗିତା ଆୟୋଜନ କରାଯିବ ।

ସାମାଜିକ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ । ପରିମଳ, ପ୍ଲାଷ୍ଟିକ୍‌ ମୁକ୍ତ, ସାକ୍ଷରତା, ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି । କ୍ରୀଡ଼ା ଏବଂ ଯୁବସେବା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ସମ୍ପୃକ୍ତ ବିଭାଗକୁ ପ୍ରଦାନ କରାଯିବ । ଉକ୍ତ ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଏହି ପାଣ୍ଠି ପ୍ରଦାନ କରିବେ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କଲେଜ ପାଇଁ ପାଣ୍ଠି ଆବଣ୍ଟନ ବିଷୟ ବିଚାର କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଏସ୍‌ସି-ଏସ୍‌ଟି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଏବଂ କୃଷକ ସଶକ୍ତୀକରଣ, କ୍ରୀଡ଼ା ଏବଂ ଯୁବସେବା ବିଭାଗ ଅଂଶୀଦାର ବିଭାଗ ରହିଛନ୍ତି ।

ଶିକ୍ଷାନୁଷ୍ଠାନ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଛି । ୧୦୦ରୁ ୨୦୦ ଛାତ୍ରଛାତ୍ରୀ ଥିବା ଶିକ୍ଷାନୁଷ୍ଠାନରେ ଏସବୁ କାର୍ଯ୍ୟକ୍ରମ ପାଇଁ ମୋଟ୍ ୧ ଲକ୍ଷ ୫୦ ହଜାର ଟଙ୍କା, ୨୦୦-୫୦୦ ପିଲା ଥିବା ଶିକ୍ଷାନୁଷ୍ଠାନରେ ୩ ଲକ୍ଷ ଟଙ୍କା, ୫୦୦ରୁ ୧୦୦୦ ଛାତ୍ରଛାତ୍ରୀ ଥିବା ଶିକ୍ଷାନୁଷ୍ଠାନରେ ୪ ଲକ୍ଷ, ୧୦୦୦-୨୦୦୦ ମଧ୍ୟରେ ପିଲା ଥିଲେ ୬ ଲକ୍ଷ ଏବଂ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ସଂଖ୍ୟା ଥିଲେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଶିକ୍ଷାନୁଷ୍ଠାନସ୍ତରରେ ବିଭିନ୍ନ ପ୍ରତିଯୋଗିତା ପରେ ଜିଲ୍ଲା ଓ ରାଜ୍ୟସ୍ତରରେ ଯୁବ ମହୋତ୍ସବ ଆୟୋଜନ ହେବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.