ETV Bharat / state

ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା, OPTCL, BSNL ଏବଂ OCAC ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା

author img

By

Published : May 5, 2023, 10:27 PM IST

କାର୍ଯ୍ୟକ୍ରମରେ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ଉପସ୍ଥିତରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଏହି ଭାରତନେଟ - ଓଡିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ସ୍ତରରେ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ ସେବା ଉପଲବ୍ଧ ହେବ । ଆଜିର ଯୁଗରେ ପ୍ରାୟ ସମସ୍ତ ସରକାରୀ ସେବାଗୁଡିକ ଇଣ୍ଟରନେଟ ଉପରେ ନିର୍ଭରଶୀଳ । ଅଧିକ ପଢନ୍ତୁ

ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା, OPTCL, BSNL ଏବଂ OCAC ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା
ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା, OPTCL, BSNL ଏବଂ OCAC ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା

ଭୁବନେଶ୍ବର: ସରକାରୀ ସେବାକୁ ଲୋକଙ୍କ ହାତ ପାହାନ୍ତାରେ ପହଁଚାଇବା ଲାଗି ଯୋଜନା କରୁଛନ୍ତି ସରକାର । ସେଥିପାଇଁ ଉନ୍ନତମାନର ଇଣ୍ଟରନେଟର ଆବଶ୍ୟକତା ରହିଛି । ଭାରତନେଟ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ଅଧିନରେ ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ଓପିଟିସିଏଲ୍‌, ଭାରତ ସଂଚାର ନିଗମ ଲିମିଟେଡ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

କାର୍ଯ୍ୟକ୍ରମରେ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ଉପସ୍ଥିତରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଏହି ଭାରତନେଟ-ଓଡ଼ିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ସ୍ତରରେ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ ସେବା ଉପଲବ୍ଧ ହେବ । ଆଜିର ଯୁଗରେ ପ୍ରାୟ ସମସ୍ତ ସରକାରୀ ସେବାଗୁଡିକ ଇଣ୍ଟରନେଟ ଉପରେ ନିର୍ଭରଶୀଳ । ଲୋକମାନେ ବ୍ୟାଙ୍କିଂ, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ସରକାର ଚେଷ୍ଟିତ ଅଛନ୍ତି । ରାଜ୍ୟ ସରକାର ୫-‘ଟି’ ଅଧିନରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ସେଥିପାଇଁ ଇଣ୍ଟରନେଟର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ । ଲୋକମାନେ ସମସ୍ତ ସରକାରୀ ସୁବିଧାର ଲାଭ ପାଇପାରିବେ ।

ଓପିଟିସିଏଲ ଏବଂ ଓକାକ୍‌ ନିଜର କାର୍ଯ୍ୟ ପାରଦର୍ଶିତା ଦେଖାଇ ସଫଳ ଭାବରେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ନେଟ - ୨ ପର୍ଯ୍ୟାୟର ପ୍ରକଳ୍ପକୁ ସଂପୂର୍ଣ୍ଣ କରିଥିବାରୁ ମନ୍ତ୍ରୀ ଏହି ଦୁଇ ସଂସ୍ଥାକୁ ଭୂୟସୀ ପ୍ରଶାଂସା କରିଛନ୍ତି । ଭାରତ ସଂଚାର ନିଗମ ଲିମିଟେଡ ମଧ୍ୟ ଏହି ଭିତ୍ତିଭୂମିର ଲାଭ ଉଠାଇ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସେବାକୁ ସୁଦୃଢ କରିପାରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର. ଏନ୍‌ ପଲାଇ କହିଛନ୍ତି ଯେ, ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିଲୋମିଟର ଦୀର୍ଘ ଅପ୍ଟିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧୀନରେ ଥିବା ୨୯୩୨ଟି ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଯାହା ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସହଜରେ ବ୍ୟାଙ୍କିଂ, କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ଗୁରୁତ୍ବପୂର୍ଣ୍ଣ ଡିଜିଟାଲ ସେବା ପାଇ ପାରିବେ । କାର୍ଯ୍ୟକ୍ରମରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଓପିଟିସିଏଲର ନିର୍ଦ୍ଦେଶକ ବି.ବି ମେହେଟ୍ଟା ଏବଂ ଭାରତ ସଞ୍ଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର. ଏନ ପଲ୍ଲାଇ, ଓକାକ ସିଇଓ ମନୋଜ ପଟ୍ଟନାୟକ, ଓକାକର ଜେନେରାଲ ମ୍ୟାନେଜର ଓକାକ୍‌ ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.