ETV Bharat / state

ରାଜ୍ୟ ସରକାର ଓ HSTP ମଧ୍ୟରେ ଏମଓୟୁ ସ୍ବାକ୍ଷର, ସୁଦୃଢ ହେବ ସ୍ୱାସ୍ଥ୍ୟସେବା - ହେଲ୍ଥ ସିଷ୍ଟମ ଟ୍ରାନ୍ସଫରମେସନ ପ୍ଲାଟଫର୍ମ

ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଦୃଢ କରିବାକୁ ରାଜ୍ୟ ସରକାର ଓ HSTP ମଧ୍ୟରେ MOU ସ୍ୱାକ୍ଷରିତ । ଅଧିକ ପଢନ୍ତୁ

ରାଜ୍ୟ ସରକାର ଓ HSTP ମଧ୍ୟରେ ଏମଓୟୁ ସ୍ବାକ୍ଷର

author img

By

Published : May 10, 2023, 8:18 AM IST

ଭୁବନେଶ୍ବର: ରାଜ୍ୟରେ ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା । ଏଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ପରିବାର କଲ୍ୟାଣ ବିଭାଗ ଓ ହେଲ୍ଥ ସିଷ୍ଟମ ଟ୍ରାନ୍ସଫରମେସନ ପ୍ଲାଟଫର୍ମ (HSTP) ସହମତିରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ସ୍ବାସ୍ଥ୍ୟସେବାର ରୂପାନ୍ତରଣ ଏବଂ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟର ସମଗ୍ର ଜନସଂଖ୍ୟାକୁ ସାର୍ବଜନିକ ଭାବରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଓଡ଼ିଶା ରାଜ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ।

ଏଚଏସଟିପି ସଂଗଠନ ରାଜ୍ୟର ଲୋକଙ୍କ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ଫଳାଫଳ ବୃଦ୍ଧି ଦିଗରେ ବିଭାଗକୁ ସହଯୋଗ କରିବ । ଯାହା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଜନସ୍ବାସ୍ଥ୍ୟ ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି, ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧାରେ ଔଷଧର ସୁବିଧା, ନେତୃତ୍ବ ବିକାଶ କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ବିନିଯୋଗ ଯୋଜନା ପ୍ରସ୍ତୁତ କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ସ୍ବାସ୍ଥ୍ୟ ପ୍ରଣାଳୀର ଡିଜାଇନ, ରଣନୀତି, ଗବେଷଣା ଏବଂ ଉତ୍ସ ଗୁଡ଼ିକର ଉପଯୋଗକୁ ସର୍ବୋକୃଷ୍ଟ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଏହି ସହଭାଗୀତା ମଧ୍ୟ ପ୍ରମାଣ ସିନ୍ଥେସିସ ସୃଷ୍ଟି କରିବ ଏବଂ ଧାରଣା ପ୍ରୋଟୋଟାଇପ ଓ ମଡେଲଗୁଡିକ, ସର୍ବୋତ୍ତମ ଅଭ୍ୟାସ ଏବଂ ଉଦ୍ଭାବନରୁ ଶିକ୍ଷଣର ଡକ୍ୟୁମେଣ୍ଟେସନର ବିକାଶ କରିବ । ଯାହାଫଳରେ ଓଡିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟ ପାଇଁ ସ୍ଥାୟୀ ମଡେଲ ଅଣାଯାଇପାରେ ।

ଏହାମଧ୍ୟ ପଢନ୍ତୁ: ଏହାମଧ୍ୟ ପଢନ୍ତୁ: ୨୦ ବର୍ଷରେ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି: ମନ୍ତ୍ରୀ

ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି, ମ୍ୟାନପାୱାର ଓ ଭିତ୍ତିଭୂମି ଆଦିକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଉଛି । ରାଜ୍ୟରେ ବର୍ତ୍ତମାନ ସମୟରେ ୯ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ନିମନ୍ତେ ଅତିରିକ୍ତ ସୁବିଧା ଯୋଗାଇବା, ୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସବ-ସେଣ୍ଟରରେ ରୋଗୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହାସହ ୬୦ଟି କମ୍ୟୁନିଟ ହେଲ୍ଥ ସବ ସେଣ୍ଟର ଘର ନିର୍ମାଣ, ତୃଣମୂଳ ସ୍ତରରେ ୪୦ଟି ହେଲ୍ଥ ସବ ସେଣ୍ଟର ନିର୍ମାଣ ଓ ୬୯୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସବ ସେଣ୍ଟରରେ ରୋଗୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରକଳ୍ପମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.