ETV Bharat / state

ରାଜ୍ୟରେ ବୈଷୟିକ ଶିକ୍ଷାକୁ ଘରୋଇକରଣ ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର: ବିଜେପି

Privatization of technical education: ରାଜ୍ୟରେ ବୈଷୟିକ ଶିକ୍ଷାକୁ ଘରୋଇକରଣ ପାଇଁ ସରକାର ଚକ୍ରାନ୍ତ କରୁଥିବା ନେଇ ଅଭିଯୋଗ ଆଣିଲା ବିଜେପି । ଆଗାମୀ ଦିନରେ ଏହି ନିଷ୍ପତ୍ତିରୁ ନ ଓହରିଲେ ଆନ୍ଦୋଳନର ଦେଲା ଚେତାବନୀ । ଅଧିକ ପଢନ୍ତୁ

privatize technical education
privatize technical education
author img

By ETV Bharat Odisha Team

Published : Jan 18, 2024, 9:16 PM IST

ଭୁବନେଶ୍ବର: ରାଜ୍ୟରେ ବୈଷୟିକ ଶିକ୍ଷାକୁ ଘରୋଇକରଣ ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର । ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଦକ୍ଷିଣ ଭାରତର ଠିକାଦାରଙ୍କୁ ପଶିବାକୁ ହେଉଛି ଷଡ଼ଯନ୍ତ୍ର । ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛି ବିଜେପି । ଆଗାମୀ ଦିନରେ ଯଦି ସରକାର ଘରୋଇକରଣରୁ ନିଷ୍ପତ୍ତିରୁ ନ ଓହରିବେ ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ବରର ସିଆଇସି, ଆଇଜିଆଇଟି ସାରଙ୍ଗର ପଲିଟେକନିକ ବିଭାଗକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରିଛନ୍ତି ସରକାର । ଏଥିପାଇଁ ଟେଣ୍ଡର ଆହ୍ବାନ ହୋଇଛି । ଏବେ ବି କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ୨୦୦ କୋଟି ଅନୁଦାନ ଖର୍ଚ୍ଚ ହେବାକୁ ଯାଉଛି । ରାଜ୍ୟ ସରକାର ୧୪୦ କୋଟି ଏବଂ ରାଜ୍ୟ ସରକାର ୬୫ ଡିଏମଫ କୋଟି ଦିଆ ହୋଇଛି । ଏବେ ସେହି ଟଙ୍କାକୁ ଲୁଟ ପାଇଁ କାହା ଚକ୍ରାନ୍ତରେ ରାଜ୍ୟ ସରକାର ଘରୋଇକରଣ ନିଷ୍ପତ୍ତି ନେଲେ ? ସାରଙ୍ଗ ଆଇଜିଆଇଟିରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି । ହେଲେ ସେଥିରେ କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଗୋଟେ ପଟେ ଘରୋଇ କରଣ କରୁଛନ୍ତି ଅନ୍ୟପଟେ କହୁଛନ୍ତି 5Tରେ ଶିକ୍ଷାକୁ ବିଶ୍ବସ୍ତରୀୟ କରୁଛନ୍ତି । ଘରୋଇ କରଣରୁ ନିଷ୍ପତ୍ତିରୁ ନ ଓହରିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ।"

ଏହା ବି ପଢନ୍ତୁ- ନାଲକୋକୁ ଘରୋଇକରଣ କରାଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଜ୍ୟରେ ବିଜେଡି ସରକାର ୫ଟି ମାଧ୍ୟମରେ ପ୍ରତ୍ୟେକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ବିଶ୍ବସ୍ତରୀୟ ପାଇଁ ଯୋଜନା କରିବା ସହ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । ଏପଟେ ରାଜ୍ୟର ୩ଟି ବୈଷୟିକ ସରକାରୀ କଲେଜ ଯଥା- ଜିସିଇ କେନ୍ଦୁଝର, ସିଆଇଟିଇ ଭୁବନେଶ୍ବର, ଢେଙ୍କାନାଳ ସ୍ଥିତ ଆଇଜିଆଇଟି ସରାଙ୍ଗର ପଲିଟେକନିକ ବିଭାଗକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି । କେନ୍ଦୁଝର ଖଣି ଖାଦାନର ଜିଲ୍ଲା । ଓଡ଼ିଶାର ରାଜସ୍ବ ୩୦ପ୍ରତିଶତ କେନ୍ଦୁଝରରୁ ଆସୁଥିଲେ ସୁଧା ଏଠାରେ ଶିକ୍ଷାର ବିକାଶ ଆଶାନୁରୂପେ ହୋଇନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ଆହୁରି ଅଭିଯୋଗ କରିଛି ଯେ କେନ୍ଦୁଝର 'ସରକାରୀ ବୈଷୟିକ ମହାବିଦ୍ୟାଳୟ'ର ଭିତ୍ତିଭୂମିର ଅଗ୍ରଗତି ପାଇଁ କେନ୍ଦୁଝର ମିନେରାଲ ଫଣ୍ଡ ଓ ଓମବାଡସି ଫଣ୍ଡର ଅବଦାନ ଖୁବ ଅଧିକ । ଡିଏମସି ଓ ଓମବାଡସିର ଜନ୍ମଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଇ ଯୋଜନା ପାଇଁ କେନ୍ଦୁଝର ବୈଷୟିକ ମହାବିଦ୍ୟାଳୟ ଆଜି ମୁଣ୍ଡ ଟେକି ଠିଆ ହୋଇଛି । କିନ୍ତୁ ଏବେ ରାଜ୍ୟ ସରକାର ଏହି ବୈଷୟିକ କଲେଜକୁ ଘରୋଇକରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.