ETV Bharat / state

ଶହୀଦଙ୍କ ପ୍ରତି ଦାୟିତ୍ୱବାନ ହୁଅନ୍ତୁ ସରକାର: କର୍ଣ୍ଣେଲ ମୋହନ ନନ୍ଦ - ଶହୀଦ ଦେବାଶିଷ ବିଶ୍ୱାଳ

ଶହୀଦମାନଙ୍କ ପ୍ରତି ସରକାରଙ୍କ ହୀନ ମନୋଭାବ ରହିଛି ବୋଲି ଅଭିଯୋଗ ଆଣିଛି ବିଜେପି ଏକ୍ସ ସର୍ଭିସମେନ ସେଲ । ଅଧିକ ପଢ଼ନ୍ତୁ

ଶହୀଦମାନଙ୍କ ପ୍ରତି ଦୟୀତ୍ୱବାନ ହୁଅନ୍ତୁ ସରକାର

author img

By

Published : Apr 29, 2023, 8:11 AM IST

ଶହୀଦମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ହୀନ ମନୋଭାବ ରହିଛି: ବିଜେପି ଏକ୍ସ ସର୍ଭିସମେନ ସେଲ

ଭୁବନେଶ୍ବର: ଶହୀଦମାନଙ୍କ ପ୍ରତି ସରକାର ଦାୟିତ୍ୱବାନ ହୁଅନ୍ତୁ । ଶହୀଦଙ୍କ ପ୍ରତି ରାଜ୍ୟ ସରକାରଙ୍କର ହୀନ ମନୋଭାବ ରହିଛି । ସେମାନଙ୍କୁ ଉଚିତ୍ ସମ୍ମାନ ଦେଉନାହାନ୍ତି । ରାଜ୍ୟ ସରକାର ନା ସମ୍ମାନ ଦେଉଛି ନା ଶହୀଦଙ୍କ ପରିବାରକୁ ସାନ୍ତ୍ବନା । ଖାଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ବିଜେପି ଏକ୍ସ ସର୍ଭିସମେନ ସେଲ ସଦସ୍ୟ କର୍ଣ୍ଣେଲ ମୋହନ ନନ୍ଦ ।

କର୍ଣ୍ଣେଲ ମୋହନ ନନ୍ଦ କହିଛନ୍ତି, ‘‘ପୁଞ୍ଚରେ ଜଣେ ଓଡ଼ିଆ ଯବାନଙ୍କ ସମେତ ପଞ୍ଜାବର ୪ ଯବାନ ଶହୀଦ ହେଲେ । ପଞ୍ଜାବ ସରକାର ତାଙ୍କ ରାଜ୍ୟର ଶହୀଦମାନଙ୍କୁ କୋଟି କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ । ଆମ ସରକାର ମାତ୍ର ୨୫ ଲକ୍ଷ ଟଙ୍କା ଦେଇ ଚୁପ ବସିଗଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟର ଶହୀଦ ପରିବାରକୁ ଭେଟିଲେ । ପରିବାର ସଦସ୍ୟଙ୍କୁ ଚାକିରି ଘୋଷଣା କଲେ । କିନ୍ତୁ ବିମାନ ବନ୍ଦର ପାଖରେ ରହୁଥିବା ନବୀନ ପଟ୍ଟନାୟକ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବି ଗଲେନି । ରାଜ୍ୟ ସରକାର ଟିକେ ସମ୍ବେଦନଶୀଳ ହୁଅନ୍ତୁ । ଶହୀଦ ପରିବାରକୁ ସାଥ୍‌ ଦିଅନ୍ତୁ । ଫଳରେ ଯବାନ ମାନେ କାମ କରିବାକୁ ଉତ୍ସାହିତ ହେବେ । ଯବାନ ମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛନ୍ତି । ସରକାର ସେମାନଙ୍କ ପ୍ରତି ଭଲ ମନୋଭାବ ପୋଷଣ କରିବା ଦରକାର ।’’

ଏହାସହ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ସତ୍ୟବାଦୀର ଯେଉଁ ଯବାନ ଶହୀଦ ହେଲେ ତାଙ୍କ ପରିବାର କେମିତି ଅଛନ୍ତି ? ତାଙ୍କ ସ୍ତ୍ରୀ ପିଲା କେମିତି ଅଛନ୍ତି ତାର ଖବର ବୁଝିବାକୁ କେହି ଅଛନ୍ତି କି ? ତେଣୁ ତାଙ୍କ ପରିବାର ପ୍ରତି ଦାୟିତ୍ୱବୋଧ ସରକାରଙ୍କ ରହିବା ଦରକାର । ସରକାର ଏନେଇ ଯଥେଷ୍ଟ ଦାୟିତ୍ୱବାନ ହୁଅନ୍ତୁ । ଯେଉଁ ପରିବାର ନିଜ ପୁଅକୁ ହରେଇଛି ସେ ପରିବାର କଥା ସରକାର ବୁଝିବା ଦରକାର । ’’

ସୂଚନା ଥାଉ ଗତ ସପ୍ତାହରେ ପୁଞ୍ଚ ସେକ୍ଟରରେ ପାଞ୍ଚ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେଥି ମଧ୍ୟରୁ ଜଣେ ଶହୀଦ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଦେବାଶିଷ ବିଶ୍ୱାଳ । ଦେଶ ସେବାରୁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ଓଡିଶା ମାଟିର ବୀର ପୁଅ । ଦେଶର ସୁଯୋଗ୍ୟ ସନ୍ତାନକୁ ହରାଇ ଚାରିଆଡେ ଦୁଃଖର ପରିବେଶ । ଏପଟେ ବୀର ଯବାନଙ୍କ ଶେଷ ଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ଯାଇନଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.