ETV Bharat / state

ସିଏମଓର ନିିଷ୍ପତ୍ତି, ଘାସମରା ଔଷଧ ପାରାକ୍ବେଟ ବ୍ୟବହାର ନିଷିଦ୍ଧ - ପାରାକ୍ବେଟ ବ୍ୟାନ

ମଣିଷ ଓ ପ୍ରାଣୀ ଜଗତଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରଣ ବିଷାକ୍ତ ପାରାକ୍ବେଟର ବ୍ୟବହାରକୁ ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Paraquat ban
ଘାସମରା ଔଷଧ ପାରାକ୍ବେଟ ବ୍ୟବହାର ନିଷିଦ୍ଧ
author img

By ETV Bharat Odisha Team

Published : Oct 6, 2023, 11:45 AM IST

ଭୁବନେଶ୍ବର: ଘାସ ମରା ପାଇଁ ବ୍ୟବହାର କରାଯାଉଥିବା ବିଷାକ୍ତ ହର୍ବିସାଇଡ୍ ପାରାକେୱଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍ ପାରାକେୱଟ ଆଉ ବ୍ୟବହାର ହେବ ନାହିଁ । ଜମିରେ ତୃଣନାଶକ ଭାବେ ଏହାର ବ୍ୟାପକ ବ୍ୟବହାର ହୁଏ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହାକୁ ନିଷିଦ୍ଧ କରାଯାଇଛି । ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ ନିଷେଧାଜ୍ଞା ହୋଇଛି ।

  • ମନୁଷ୍ଯ ଓ ପ୍ରାଣୀ ଜଗତଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବିଷାକ୍ତ 'ପାରାକ୍ବେଟ୍‌'ର ବ୍ୟବହାରକୁ ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ବିଷାକ୍ତ ରାସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି।

    ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କୃଷି ରାସାୟନିକ… pic.twitter.com/7qGoP7TWQQ

    — I & PR Department, Odisha (@IPR_Odisha) October 5, 2023 " class="align-text-top noRightClick twitterSection" data=" ">

ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି । ନିଷେଧାଜ୍ଞାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଏହା ସହିତ ଏହି ବିଷାକ୍ତ ରାସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । କୀଟନାଶକ ଅଧିନିୟମ, ୧୯୬୮ର ନିୟମ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ରହିବ । ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସମ୍ପର୍କରେ ବିଜ୍ଞାନଭିତ୍ତିକ ମତାମତ ପାଇବା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହି ରାସାୟନିକ ପଦାର୍ଥର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବେ ।

‘ମୋ ସରକାର’ ଉପକ୍ରମ ଅଧିନରେ ହିତାଧିକାରୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷାକ୍ତ ତୃଣନାଶକ ବ୍ୟବହାର କରି ଆଉ ଯେପରି ମଣିଷ ଜୀବନହାନି ନହୁଏ ସେଥିପାଇଁ ପାରାକ୍ବେଟ୍‌ ନିଷିଦ୍ଧ କରିବା ବିଷୟରେ ଯାଞ୍ଚ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରାମର୍ଶ ଦେଇଥିଲେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଅଧିକୃତ ବିକ୍ରେତାଙ୍କ ଦ୍ୱାରା କୀଟନାଶକ ଏବଂ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକୃତ ଅଧିକାରୀ, ସଂପୃକ୍ତ ସରକାରୀ ବିଭାଗ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କୃଷି ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନଙ୍କ ପ୍ରେସକ୍ରିପ୍ସନ୍‌କୁ ବାଧ୍ୟତାମୂଳକ କରିଛନ୍ତି ।

ଏହା ବି ପଢନ୍ତୁ...ବନ୍ୟପ୍ରାଣୀ ସୁରକ୍ଷା ସହ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆବଶ୍ୟକ

ଜନ ଅନୁେରୋଧ ଆଧାରରେ ସିଏମଓ ଏହି ନିଷ୍ପତ୍ତି ନେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଏ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ । ଏହାଦ୍ୱାରା କୃଷି ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁଯାୟୀ କୀଟନାଶକ ଔଷଧ ଏବଂ କୃଷି ରାସାୟନିକ ପଦାର୍ଥର ସଠିକ ବ୍ୟବହାର ହୋଇପାରିବ । କୃଷକ ଏବଂ ପରିବେଶ ଉପରେ ହେଉଥିବା କ୍ଷତିକୁ ହ୍ରାସ କରାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.