ETV Bharat / state

ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ନୁଆ ପଦବୀ

କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Jan 12, 2023, 10:54 PM IST

Etv Bharatଗୁଣାତ୍ମକ ସ୍ଵାସ୍ଥ୍ୟ ସେବା, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ପାଇଁ ନୁଆ ପଦବୀ

ଭୁବନେଶ୍ବର: ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ । ୩୩୦ ଶଯ୍ୟା ବିଶିଷ୍ଟ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପାଇଁ ନୂଆ ପଦବୀ । ରାଜ୍ୟରେ ସ୍ୱାସ୍ଥ୍ୟକୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା କରିବାକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ବିଭାଗ ଗୁଡିକରେ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।

କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ଗୋଟିଏ ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ, ଗୋଟିଏ ଜରୁରୀକାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ ଅଧିକାରୀ, ୮ ଟି ମେଡିକାଲ ଅଧିକାରୀ, ଗୋଟିଏ ଦନ୍ତ ଚିକିତ୍ସକ ଏବଂ ୩ଟି ପରିକ୍ଷଗାର ସହାୟକ ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି । ଏହି ସମସ୍ତ ପଦବୀ ଓପିଏସସି ଦ୍ଵାରା ନିଯୁକ୍ତି କରାଯାଉଥିବା ବେଳେ କେବଳ ପରୀକ୍ଷଗାର ସହାୟକ ପଦବୀ ଓ ଏସଏସଏସସି ଦ୍ଵାରା ନିଯୁକ୍ତି କରାଯିବ ।

ସେହିପରି ଭାବରେ ସୁନ୍ଦରଗଡରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୧୨ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ତିନୋଟି ନିଶ୍ଚେତକ ସ୍ପେଶାଲିଷ୍ଟ , ଗୋଟିଏ ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ, ଗୋଟିଏ ଜରୁରୀକାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ ଅଧିକାରୀ, ଗୋଟିଏ ମେଡିକାଲ ଅଧିକାରୀ, ଗୋଟିଏ ଦନ୍ତ ଚିକିତ୍ସକ, ଏବଂ ୩ଟି ପରୀକ୍ଷାଗାର ସହାୟକ ମୋଟ ୧୨ ଟି ପଦବୀ ସୃଷ୍ଟି କରାଯାଇଛି। ଏହି ସମସ୍ତ ପଦବୀ ଓପିଏସସି ଦ୍ଵାରା ନିଯୁକ୍ତି କରାଯାଉଥିବା ବେଳେ କେବଳ ପରୀକ୍ଷଗାର ସହାୟକ ପଦବୀ ଓଏସଏସଏସସି ଦ୍ଵାରା ନିଯୁକ୍ତି କରାଯିବ। ଏହି ସବୁ ପଦବୀରେ ସ୍ପେଶାଳିଷ୍ଟ ମାନେ ନିୟୋଜିତ ହେବା ପରେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁ ଗୁଣିତ ହେବ ବୋଲି ସରକାର ଆଶା ରଖିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟର ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲୋକଙ୍କ ପାଖରେ ଗୁଣାତ୍ମକ ଭାବରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା କୁ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ମେଡିକାଲ ପ୍ରଫେସର ପର୍ଯ୍ୟନ୍ତ ସମସ୍ତଙ୍କୁ ଉଚିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ହସ୍ପିଟାଲରେ ଦଲାଲ ଦମନ ପାଇଁ ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ଏପରିକି ଯେଉଁ ସରକାରୀ ଡାକ୍ତର ମାନେ କି ହସ୍ପିଟାଲ କର୍ମଚାରୀ ମାନେ ରୋଗୀଙ୍କୁ ହଇରାଣ ବା ପଇସା ନେଇ ରୋଗୀ ସେବା ଯୋଗାଉଥିଲେ ଯଦି ନଜରକୁ ଆସେ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.