ETV Bharat / state

ପଦ୍ମଶ୍ରୀ ସମ୍ମାନୀତଙ୍କୁ ମିଳିବ ମାସିକ 10ହଜାର ଟଙ୍କା - pension

ପଦ୍ମଶ୍ରୀ ସମ୍ମାନ ପାଇଥିବା ବ୍ୟକ୍ତିତ୍ବଙ୍କୁ ମାସିକ 10ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର
author img

By

Published : Jul 8, 2019, 8:58 PM IST

Updated : Jul 9, 2019, 1:47 AM IST

ଭୁବନେଶ୍ବର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ସମ୍ମାନୀତଙ୍କୁ ସରକାର ଦେବେ ସହାୟତା ରାଶି । ସଂସ୍କୃତି ବିଭାଗର ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ବମାନଙ୍କୁ ସହାୟତା ରାଶି ସ୍ବରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ଗଣମାଧ୍ୟମରେ ଦର୍ଶାଯାଇଥିବାରୁ ପରେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବ୍ୟକ୍ତିତ୍ବଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା ।

ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ପଦ୍ମଶ୍ରୀ ସମ୍ମାନୀତ ବ୍ୟକ୍ତିତ୍ବଙ୍କ ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ଦୈତାରୀ ନାୟକ ସ୍ବଉଦ୍ୟମରେ କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍‌ ସୃଷ୍ଟି କରିଥିବାରୁ ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ
ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭାସଂପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ସ୍ୱରୂପ ମାସକୁ ୧୦ ହଜାର
ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ପାଇଁ ଯୋଗ୍ୟ ବ୍ୟକ୍ତିତ୍ୱଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ
ନିର୍ଦ୍ଦେଶ ଦିଆଯାଇଛି ।
କିଛିଦିନ ତଳେ ଏକ ଓଡ଼ିଶା ଖବର କାଗଜରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀ ଦୈତାରୀ ନାୟକଙ୍କ
ବିଷୟରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ କି ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିପ୍ରତି
ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି
ବିଭାଗ ପକ୍ଷରୁ ଓଡ଼ିଶାରେ ଯେତେଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ତଥ୍ୟ
ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ
ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ଯେଉଁମାନେ
କର୍ମମୟ ଜୀବନଯାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପକିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି
ଜଣାପଡ଼ିଛି । ଏହି ଆର୍ଥିକ ଦୁରାବସ୍ଥାସଂପନ୍ନ ବ୍ୟକ୍ତିତ୍ୱମାନଙ୍କର ଦୈନନ୍ଦିନ ଜୀବନ ଭରଣାପୋଷଣ ପାଇଁ ମାନ୍ୟବର
ମୁଖ୍ୟମନ୍ତ୍ରୀ ଏହି ମର୍ମରେ ନିଷ୍ପତ୍ତି ନେଇଛନ୍ତି । ଖୁବ୍‌ ଶୀଘ୍ର ଏହି ବ୍ୟକ୍ତିତ୍ୱମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ।
ଏହାଦ୍ୱାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି
ଆସିପାରିବ ।
ସୂଚନାଯୋଗ୍ୟ ଯେ ଶ୍ରୀ ଦୈତାରୀ ନାୟକ ନିଜ ଉଦ୍ୟମରେ କେଉଁଝର ଜିଲ୍ଲାର ଜଳସେଚନ ରହିତ
ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍‌ ସୃଷ୍ଟି କରି ୨୦୧୮ ମସିହାରେ ପଦ୍ମଶ୍ରୀ ଉପାଧିରେ
ଭୂଷିତ ହୋଇଥିଲେ ।Body:HhConclusion:
Last Updated : Jul 9, 2019, 1:47 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.