ETV Bharat / state

୮୭ତମ ଉତ୍କଳ ଦିବସ, ରାଜଭବନ ଛକ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି - ରାଜଭବନ ଛକ

ଆଜି ପବିତ୍ର ୮୭ତମ ଉତ୍କଳ ଦିବସରେ ଓଡ଼ିଶାର ଗୌରବମାନଙ୍କ ସ୍ମୃତିଚାରଣ କରୁଛି ରାଜ୍ୟ । ଏହି ଅବସରରେ ରାଜଭବନ ଛକ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳଙ୍କ ସମେତ ବିଭିନ୍ନ ସଂଗଠନର ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

Utkal Gourav Madhusudan Das
Utkal Gourav Madhusudan Das
author img

By

Published : Apr 1, 2023, 5:23 PM IST

Updated : Apr 1, 2023, 7:07 PM IST

୮୭ତମ ଉତ୍କଳ ଦିବସ, ରାଜଭବନ ଛକ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ହେଉଛି ୮୭ ତମ ଉତ୍କଳ ଦିବସ । ଆଜି ପୁରା ରାଜ୍ୟ, ପ୍ରତିଟି ଓଡ଼ିଆ ତାର ସ୍ବାଭିମାନ ଓ ଅସ୍ମିତାର ଦିବସ ପାଳନ କରୁଛି । ୧୯୩୬ ଏପ୍ରିଲ ୧ ବା ଆଜିର ଦିନରେ ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ରାଜ୍ୟର ପରିଚୟ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସାଧକମାନଙ୍କୁ ଏହି ଅବସରରେ ସମ୍ମାନ ଜଣାଉଥିବା ବେଳେ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି ।

ଏପ୍ରିଲ ୧ରେ ଓଡ଼ିଶା ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିବା ବେଳେ ଆଜି ଦଳମତ ନିର୍ବିଶେଷରେ ସମସ୍ତେ ଉତ୍କଳ ଦିବସ ପାଳନ କରୁଛନ୍ତି । ଆଉ ଆମକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ମହାମାନବ ଓ ଓଡ଼ିଶାର ଗୌରବମାନଙ୍କୁ ଆଜି ସ୍ମରଣ କରି ସେମାନଙ୍କର ସ୍ମୃତି ଚାରଣ କରୁଛନ୍ତି । ତେବା ରାଜଭବନ ଛକରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

ଏହା ବି ପଢନ୍ତୁ- Utkal Divas 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ସେହିପରି ଉତ୍କଳ ସମ୍ମିଳନୀ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଭଳି ଅନେକ ସଂଗଠନ ଆସି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶରେ ଥିବା ତାଙ୍କ ବଳିଦାନଙ୍କୁ ମନେ ପକାଇ ତାଙ୍କର ସ୍ମୃତି ଚାରଣ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, "ମୁଁ ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଉତ୍କଳର ହେଉଛି ଉତ୍କର୍ଷ ରାଜ୍ୟ । ତେଣୁ ଏହି ଦିନରେ ଉତ୍କଳର ଗାରିମା, ପ୍ରାଣପ୍ରତିଷ୍ଠାତା ପ୍ରଜ୍ଞା ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉତ୍ସର୍ଗକୁ ମନେ ପକାଇ ହୃଦୟରୁ ସମ୍ମାନ ଜଣାଉଛି ।"

ଏହି ଅବସରରେ ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶାଖାର ସଭାପତି ଦିଲୀପ ଦାସ ଶର୍ମା କହିଛନ୍ତି, "ଆଜିର ଦିନରେ ସମସ୍ତ ଓଡ଼ିଆଙ୍କୁ ଉତ୍କଳ ଦିବସର ଅଭିବାଦନ ଓ ଶୁଭେଚ୍ଛା ଜଣାଉଛି । ଆଉ ଆଜିର ଦିନରେ ଅନୁରୋଧ କରୁଛି ସବୁ ଓଡ଼ିଆ ଉତ୍କଳ ସଂଗୀତ ଗାନ କରିବା ସହ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ । କାରଣ ଓଡ଼ିଆ ଭାବରେ ଆମ ପାଇଁ ଆଜି ହେଉଛି ସ୍ବାଭିମାନର ଦିବସ ।"

ଆମ ପରିଚୟ ଓ ଆମ ଅସ୍ମିତାକୁ ନେଇ ଆଜି ତିନିଥର ବନ୍ଦେ ଉତ୍କଳ ଜନନୀ କହି ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ କହିଥିଲେ । ଏହାସହ ସମ୍ମିଳନୀ ପାଖରୁ ଉତ୍କଳମଣି ଗୋପବନ୍ଧୁ ଦାସ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଓଡ଼ିଶାର ସ୍ରଷ୍ଟା ବା କର୍ଣ୍ଣଧାରମାନଙ୍କୁ ସମ୍ମାନ ଜଣାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2023, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.