ETV Bharat / state

ଫୋକସରେ ଗଜପତି: ୯ ବରିଷ୍ଠ OAS ଅଫିସରଙ୍କ ଅଦଳବଦଳ

author img

By

Published : Jun 25, 2023, 7:16 AM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ OAS ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଅଧିକ ପଢନ୍ତୁ

transferred nine senior oas officer
transferred nine senior oas officer

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଦିନ ଯେତିକି ପାଖଉଛି ତତ୍ପରତା ମଧ୍ୟ ସେତିକି ପ୍ରକାଶ ପାଉଛି । ଏବେ ଫୋକସରେ ରହିଛି ଗଜପତି ଜିଲ୍ଲା । ଏଠାରେ ବିଜେଡିର କେହି ବିଧାୟକ ନଥିବା ବେଳେ ଶାସକ ଦଳର ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ବରିଷ୍ଠ OAS ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଗଜପତି ଜିଲ୍ଲାର ଜିଲ୍ଲାପାଳ IAS ଲିଙ୍ଗରାଜ ପଣ୍ଡାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ପଦୋନ୍ନତିପ୍ରାପ୍ତ ଆଇଏଏସ ସ୍ମତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବା ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ OAS ବ୍ରଜବନ୍ଧୁ ଭୋଇଙ୍କୁ ସରକାର ଅବସ୍ଥାପିତ କରିଛନ୍ତି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବରିଷ୍ଠ OAS ଦିଗନ୍ତ ରାଉତରାୟଙ୍କ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳିକୁ ରଦ୍ଦ କରାଯାଇଛି । ତାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି କରାଯାଇଛି । ଦେବଗଡ଼ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଥିବା OAS ଲୁକାସ ପ୍ରଧାନଙ୍କୁ ଭୁବନେଶ୍ୱର ଜେଲ ନିର୍ଦ୍ଦେଶାଳୟର ଅତିରିକ୍ତ ଆଇଜି ଭାବେ ବଦଳି କରାଯାଇଛି ।

ସେହିପରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(OTDC) ଜେନେରାଲ ମ୍ୟାନେଜର ଲଗ୍ନଜିତ ରାଉତଙ୍କୁ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ, ଜୟପୁର ଉପଜିଲ୍ଲାପାଳ ଦେବବରା ପ୍ରଧାନଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ଉଦଳା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଦେବଦତ୍ତ ପଣ୍ଡାଙ୍କୁ ରାଜ୍ୟ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଓ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଗଜପତି ଜିଲ୍ଲା ଶାସକ ଦଳ ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ଗଜପତିରେ କେହି ଶାସକ ବିଜେଡି ବିଧାୟକ ନାହାନ୍ତି । ଗଜପତି ଜିଲ୍ଲାର ୨ଟି ବିଧାନସଭା ଆସନ ରହିଛି । ମୋହନାରେ କଂଗ୍ରେସ ଓ ପାରଳାଖେମୁଣ୍ଡିରେ ବିଜେପିର ବିଧାୟକ ଅଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଗଜପତିରେ ଶାସକ ଦଳର ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.