ETV Bharat / state

ଆଉ ୧୮ ବ୍ଲକରେ ଖୋଲିବ କଲେଜ, ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା

author img

By ETV Bharat Odisha Team

Published : Jan 5, 2024, 8:25 AM IST

18 Degree colleges to open in state: ୧୮ଟି ବ୍ଲକରେ ଖୋଲିବ ମହାବିଦ୍ୟାଳୟ, ଆସନ୍ତା ଶିକ୍ଷାବର୍ଷରୁ ହେବ ପାଠପଢ଼ା । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ,

18 Degree colleges to open in state
ରାଜ୍ୟରେ ଆଉ ୧୮ଟି ବ୍ଲକରେ ଖୋଲିବ ମହାବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ଆଉ ୧୮ଟି ବ୍ଲକରେ ଖୋଲିବ ଯୁକ୍ତ ତିନି ମହାବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଶିକ୍ଷାରେ ସମାନତା ଆଣିବା ପାଇଁ ମହାବିଦ୍ୟାଳୟ ନଥିବା ବ୍ଲକଗୁଡିକରରେ ଯୁକ୍ତ ତିନି ମହାବିଦ୍ୟାଳୟ (କଳା ବିଭାଗ) ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ନୋଟିସରେ ଉଲ୍ଲେଖ ରହିଛି । ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନୂତନ କଲେଜଗୁଡିକରେ ପାଠ ପଢା ଆରମ୍ଭ ହେବ । ବ୍ଲକ ହେଡ କ୍ୱାର୍ଟରଠାରୁ ୫ କିଲୋମିଚର ପରିସୀମା ଭିତରେ ଜମି ଯୋଗାଇଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ନୋଟିସ ଅନୁଯାୟୀ, ରାଜ୍ୟରେ ୧୮ଟି ବ୍ଲକରେ ଯୁକ୍ତ ତିନି କଳା ବିଭାଗର ସ୍ନାତକ ମହାବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ପାଇଁ ମହାବିଦ୍ୟାଳୟ ନଥିବା ବ୍ଲକରେ ମହାବିଦ୍ୟାଳୟ ଖୋଲାଯାଇଛି । ଆସନ୍ତା ଶିକ୍ଷାବର୍ଷ ଅର୍ଥାତ 2024-25 ଶିକ୍ଷାବର୍ଷରୁ ଏହି କଲେଜଗୁଡିକରେ ପାଠପଢା ଆରମ୍ଭ ହେବ ।

ଏହାମଧ୍ୟ ପଢନ୍ତୁ.. ମାନସିକ ନିର୍ଯ୍ୟାତନା ଦେଉଥିଲେ କଲେଜ ଅଧ୍ୟକ୍ଷ, ଥାନାର ଦ୍ବାରସ୍ଥ ହେଲେ ଅଧ୍ୟାପିକା

ଗଜପତିର ଗୁମ୍ମା, ଗଞ୍ଜାମର ଧରକୋଟ, କଳାହାଣ୍ଡିର ଥୁଆମୂଳ-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ, ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷଗୁମୁଡ଼ା, ଝରିଗାଁ, ରାଇଗଡ଼, ରାୟଗଡ଼ାର କାଶିପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଏବଂ କୁଆଁରମୁଣ୍ଡା ବ୍ଲକରେ ସ୍ନାତକ ମହାବିଦ୍ୟାଳୟ ଖୋଲାଯିବ । ଏହିସବୁ ଅଞ୍ଚଳରେ ମହାବିଦ୍ୟାଳୟ ନିର୍ମାଣ ନିମନ୍ତେ ବ୍ଲକ ହେ଼ଡ କ୍ୱାର୍ଟରଠାରୁ ୫ କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ ।

ସୂଚନା ଅନୁଯାୟୀ, ରାଜ୍ୟରେ ଉଚ୍ଚ ଶିକ୍ଷା ପାଇଁ ଅନେକ ଛାତ୍ରଛାତ୍ରୀମାନେ ଦୂରଦୂରାନ୍ତକୁ ଯାଉଛନ୍ତି । ଅନେକ ସ୍ଥାନରେ ଦୂରରେ ମହାବିଦ୍ୟାଳୟ ରହିଥିବାରୁ ଯୁକ୍ତ ଦୁଇ ପାଠପଢା ପରେ ଯୁକ୍ତ ତିନି ପାଠ ପଢ଼ିବା ପାଇଁ ଅନେକ ଛାତ୍ରଛାତ୍ରୀ ଇଚ୍ଛା ପ୍ରକାଶ କରୁନାହାନ୍ତି । ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ଛାଡ଼ୁଛନ୍ତି । ଯେଉଁଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଯୁକ୍ତ ତିନି ମହାବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ହେଲେ ଏହାରି ମଧ୍ୟରେ ୧୮ଟି ବ୍ଲକରେ ଯୁକ୍ତ ତିନି ମହାବିଦ୍ୟାଳୟ ନଥିବା ବେଳେ ଖୁବ ଶୀଘ୍ର ଏହି ସବୁ ଅଞ୍ଚଳରେ ମହାବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତିି ନିଆଯାଇଛି । ଆସନ୍ତା ଶିକ୍ଷାବର୍ଷଠାରୁ ଏହି ମହାବିଦ୍ୟାଳୟଗୁଡିରେ ପାଠ ପଢା ଆରମ୍ଭ ହେବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.