ETV Bharat / state

Elephant census: ପ୍ରଥମ ଥର ହାତୀ ଗଣନା କରିବେ ରାଜ୍ୟ ସରକାର, ଏପ୍ରିଲରୁ ଆରମ୍ଭ - ରାଜ୍ୟ ସରକାରଙ୍କ ଦ୍ବାରା ହେବ ବାଘ ଗଣନା

ରାଜ୍ୟରେ ହେବ ହାତୀ ଗଣନା । ଆସନ୍ତା ଏପ୍ରିଲ ମାସରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ ହେବ । ଏନେଇ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଏସ.କେ. ପୋପଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ ହାତୀ ଗଣନା କରାଯାଉଛି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ହାତୀ ଗଣନା

author img

By ETV Bharat Odisha Team

Published : Oct 18, 2023, 8:54 PM IST

ରାଜ୍ୟ ସରକାରଙ୍କ ଉଦ୍ୟମରେ ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ହାତୀ ଗଣନା

ଭୁବନେଶ୍ବର: ରାଜ୍ୟରେ ହେବ ହାତୀ ଗଣନା । ଆସନ୍ତା ଏପ୍ରିଲ ମାସରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ ହେବ । ଏନେଇ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଏସ.କେ. ପୋପଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ ହାତୀ ଗଣନା କରାଯାଉଛି । ଗତ ଆଠବର୍ଷ ଭିତରେ ପାଖାପାଖୀ ୭୦୦ ହାତୀଙ୍କ ମୃତ୍ୟୁ ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ହାତୀଙ୍କ ସଂରକ୍ଷଣ ଲକ୍ଷ୍ୟ ନେଇ 'ଗଜଉତ୍ସବ' ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ତେବେ ରାଜ୍ୟରେ କେତେ ହାତୀ ଅଛନ୍ତି ତାହା ଆସନ୍ତା ବର୍ଷ ମଧ୍ୟ ଭାଗରେ ସ୍ପଷ୍ଟ ହୋଇଯିବ। ଆସନ୍ତା ବର୍ଷ ଏପ୍ରିଲ ମାସରୁ ହେବ ହାତୀ ଗଣନା । ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ହାତୀ ଗଣନା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ପକ୍ଷରୁ ପ୍ରତି ୫ ବର୍ଷକୁ ଥରେ ଗଣନା ହେଉଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ପ୍ରୟାସରେ ପ୍ରଥମ ଥର ପାଇଁ ପ୍ରତିବର୍ଷ ଗଣନା କରିବାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୧୯୭୬ ଟି ହାତୀ ଅଛନ୍ତି । ବର୍ଷକରେ ହାତୀ ସଂଖ୍ୟା କେତେ ବଢ଼ୁଛି ଏହାକୁ ଜାଣିବା ପାଇଁ ପ୍ରତିବର୍ଷ ହାତୀ ଗଣନା କରାଯିବ ।

ତେଣୁ ଆସନ୍ତା ଏପ୍ରିଲ ମାସରେ ଜଙ୍ଗଲରେ ହାତୀଙ୍କୁ ଦେଖିବା ସହଜ ହେଉଥିବାରୁ ସେବେଠାରୁ ହିଁ ହାତୀ ଗଣନା ଆରମ୍ଭ ହେବ । ସେହିପରି ନଭେମ୍ବର ୧ରୁ ଆରମ୍ଭ ହେବ ବାଘ ଗଣନା । ସବୁଠି ଲାଗିବ କ୍ୟାମେରା । ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ ବାଘ ଗଣନା କରାଯାଉଛି । ଜାନୁଆରୀ ୩୧ ସୁଦ୍ଧା ରାଜ୍ୟରେ ବାଘ ସଂଖ୍ୟା କେତେ ରହିଛି ତାର ତଥ୍ୟ ଆସିବ । ତେବେ କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ ଟି ବାଘ ରହିଛି କିନ୍ତୁ ୨୫ ରୁ ଅଧିକ ବାଘ ଥିବା କହିଛି ରାଜ୍ୟ ଜଙ୍ଗଲ ବିଭାଗ । ଏହାକୁ ପ୍ରମାଣ କରିବାକୁ ରାଜ୍ୟ ସରକାର ନିଜସ୍ଵ ଉଦ୍ୟମରେ ବାଘ ଗଣନା ମଧ୍ୟ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ.....ହାତୀଙ୍କ ଗତିପଥ ଜଗିବାକୁ ନିଯୁକ୍ତି ପାଇଥିବା କର୍ମଚାରୀ ହିଁ ହାତୀକୁ ମାରୁଛନ୍ତି !

ସେହିପରି ହାତୀଙ୍କ ସୁରକ୍ଷା ପାଇଁ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଛି ଗଜଉତ୍ସବ । ଏହି ଉତ୍ସବ ଦ୍ବାରା ଲୋକଙ୍କୁ ସଚେତନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ସହଯୋଗରେ ଏହି ଉତ୍ସବକୁ ଆୟୋଜନ କରିଛି ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ । ଗତ ୮ ବର୍ଷ ଭିତରେ ଓଡିଶାରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ଦେଇଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ବିଭିନ୍ନ ରୋଗ ସହ ରାସ୍ତା ଓ ଟ୍ରେନ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି ବିଦ୍ୟୁତ ଆଘାତ ହେବା ସହ ଗୁଳି ମାରି ସବୁଠାରୁ ଅଧିକ ହାତୀଙ୍କୁ ଶିକାର କରିବା ଚିନ୍ତା ବଢ଼ାଇଛି । ତେଣୁ ହାତୀଙ୍କ ସୁରକ୍ଷା ପାଇଁ ସାଧାରଣ ଲୋକଙ୍କ ସମ୍ପୃକ୍ତି ଓ ସହଭାଗିତା ରହିଲେ ଗଜ ସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ପ୍ରଦୀପ । ସେପଟେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଗଜ ସାଥୀ, ଜନ ସୁରକ୍ଷା ଗଜରକ୍ଷା ପରି ଯୋଜନା ନିଆଯାଇଥିଲେ ମଧ୍ୟ ହାତୀ ମୃତ୍ୟୁ ବଢ଼ୁଛି । ମଣିଷ ଓ ହାତୀଙ୍କ ମଧ୍ୟରେ ହେଉଥିବା ଯୁଦ୍ଧକୁ ଦୁର କରିବା ପାଇଁ ପୁଣି ଥରେ ଗଜ ଉତ୍ସବ ପରି ଅଭିଯାନ ସରକାର ହାତକୁ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.