ETV Bharat / state

ଷ୍ଟାର୍ଟଅପ୍‌ ପରିବେଶର ସମୃଦ୍ଧି ଉପରେ ସରକାରଙ୍କ ଗୁରୁତ୍ବ, ୫ଟି ବୁଝାମଣା ପତ୍ର ସ୍ବାକ୍ଷରିତ - ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨

ମେକ ଇନ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରେ ଷ୍ଟାର୍ଟଅପ୍‌ ପରିବେଶର ସମୃଦ୍ଧି ଉପରେ ସରକାରଙ୍କ ଗୁରୁତ୍ବାରୋପ କରିଛନ୍ତି । ଏନେଇ ୫ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

ଷ୍ଟାର୍ଟଅପ୍‌ ପରିବେଶର ସମୃଦ୍ଧି ଉପରେ ସରକାରଙ୍କ ଗୁରୁତ୍ବ, ୫ଟି ବୁଝାମଣାପତ୍ର ସ୍ବାକ୍ଷରିତ

author img

By

Published : Dec 1, 2022, 9:57 PM IST

ଭୁବନେଶ୍ବର: ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌ ଭାବରେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତବର୍ଷ ଓଡ଼ିଶା ଷ୍ଟାର୍ଟଅପ୍‌ ର୍ୟାଙ୍କିଂରେ ଦେଶରେ ଶୀର୍ଷ ପ୍ରଦର୍ଶନକାରୀ ଭାବରେ ସ୍ବୀକୃତ ହୋଇଛି । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଅତ୍ୟାଧୁନିକ ଇନ୍‌କ୍ୟୁବେଟରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ରାଜ୍ୟରେ ଷ୍ଟାର୍ଟଅପ୍‌ ଅଭିବୃଦ୍ଧି (Start up ecosystem)କୁ ଜୋରଦାର କରିବା ଲକ୍ଷ୍ୟରେ ଆଜି ୫ଟି ବୁଝାମଣାପତ୍ର ସମେତ ୭ଟି ଆଗ୍ରହ ପତ୍ର ସ୍ବାକ୍ଷରିତ ହୋଇଛି (Odisha Government signs 5 MoU ) । ‘ଷ୍ଟାର୍ଟଅପ୍‌ ଯାତ୍ରା’ ପରି ବ୍ୟାପକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ବୋଲି ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି ।

‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ -୨୦୨୨’ (Make in Odisha Conclave 2022)ର ଏକ ପ୍ଲେନାରୀ ଅଧିବେଶନରେ ଯୋଗଦେଇ ରାଜ୍ୟରେ ଷ୍ଟାର୍ଟଅପ୍‌ ପରିମଣ୍ଡଳର ଅଭିବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇଥିବା କଥା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଅନ୍ୟ ଅତିଥିମାନଙ୍କ ଗହଣରେ ଷ୍ଟାର୍ଟଅପ୍‌ ନେଇ ଗୋଟିଏ ଫଳାଫଳ ବିବରଣୀ ଏବଂ କଫିଟେବୁଲ୍‌ ପୁସ୍ତକ ଉନ୍ମୋଚନ କରିଛନ୍ତି । ଷ୍ଟାର୍ଟଅପ୍‌ ଯାତ୍ରା ପୁରସ୍କାରଗୁଡ଼ିକ ପ୍ରଦାନ କରାଯାଇଛି । ଏଠାରେ ଅନୁଷ୍ଠିତ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପ୍ରମୁଖ ଶିଳ୍ପସଂସ୍ଥାର କାର୍ଯ୍ୟକର୍ତ୍ତାମାନଙ୍କ ସମାବେଶରେ ‘ଷ୍ଟାର୍ଟଅପ୍‌ ଦୃଷ୍ଟାନ୍ତରେ ପରିବର୍ତ୍ତନ ଏବଂ ଭବିଷ୍ୟତ ମାର୍ଗ’ ଶୀର୍ଷକ ପ୍ରସଙ୍ଗକୁ ନେଇ ବକ୍ତୃତାମାଳା ଅନୁଷ୍ଠିତ ହୋଇଛି । ଏଥିରେ ମନ୍ତ୍ରୀଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- Make In Odisha Conclave: ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ, ଓଡ଼ିଶା ହେବ ଟ୍ରିଲିୟନ୍ ଡଲାର ଇକୋନୋମି

ସଚିବ ଶାଶ୍ବତ ମିଶ୍ର କହିଛନ୍ତି, ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ବାରା ନିଯୁକ୍ତି ସୁଯୋଗରେ ବ୍ୟାପକ ସମ୍ଭାବନା ରହିଛି । ସମାଜରେ ଦୈନନ୍ଦିନ ସମସ୍ୟାର ସମାଧାନ ସମ୍ଭବ ହୋଇପାରୁଛି । ସୂଚନା ପ୍ରଯୁକ୍ତି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରଗୁଡ଼ିକରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍‌ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ । ଷ୍ଟାର୍ଟଅପ୍‌ ଓଡ଼ିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓଁକାର ରାୟ କହିଛନ୍ତି ଯେ, ୨୦୧୬ରୁ ଇତି ମଧ୍ୟରେ ୨୫ଟି କ୍ରିୟାଶୀଳ ଇନକ୍ୟୁବେଟର ଦ୍ବାରା ୧୪୩୪ଟି ଷ୍ଟାର୍ଟଅପ୍‌ ରାଜ୍ୟରେ କାର୍ଯ୍ୟ କରୁଛି । ଏଥିରୁ ୫୯୦ଟି ଷ୍ଟାର୍ଟଅପ୍‌ କେବଳ ମହିଳାମାନଙ୍କ ନେତୃତ୍ବରେ ପରିଚାଳିତ ହେଉଛି । ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ବିକାଶ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ବୃହତ୍‌ ପାଣ୍ଠି ପ୍ରତିଷ୍ଠା କରିବେ ।

ଏଥିପାଇଁ ୧୨୦୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯିବ । ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ପଦ୍ମଭୂଷଣ ଅଜୟ ଚୌଧୁରୀ, ‘ଫିକି’ ଷ୍ଟାର୍ଟଅପ୍‌ କମିଟିର ଅଧ୍ୟକ୍ଷ, ଇନ୍‌ଟେଲ୍‌ ଇଣ୍ଡିଆର କଣ୍ଟ୍ରିହେଡ୍‌ ନିବୃତ୍ତି ରାୟ ମଧ୍ୟ ଓଡ଼ିଶାରେ ଷ୍ଟାର୍ଟଅପ୍‌ ସମୃଦ୍ଧିର ସମୀକ୍ଷା କରି ଅନୁକୂଳ ମନ୍ତବ୍ୟ ଦେଇଛନ୍ତି । ବିଶିଷ୍ଟ ସାମ୍ବାଦିକ ମାଧବନ୍‌ ନାରାୟଣ, ଆଇଏଏନ୍‌ର ଅନ୍ୟତମ ପ୍ରତିଷ୍ଠାତା ପଦ୍ମଜା ରୂପାରେଲ୍‌, ଇଣ୍ଡିଆ କ୍ୟାପିଟାଲ୍‌ର ପ୍ରତିଷ୍ଠାତା ରାଜ୍‌ ମିଶ୍ର, ଲେଟ୍‌ଅସ୍‌ ଭେଞ୍ଚରର ସହପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଶାନ୍ତି ମୋହନ, କୋଣ୍ଟାକ୍‌ର ମ୍ୟାନେଜିଂ ପାର୍ଟନର ପ୍ରେମ୍‌ ପାର୍ଥସାରଥି, ସି ଫଣ୍ଡର ମ୍ୟାନେଜିଂ ପାର୍ଟନର ମନୋଜ କୁମାର ଅଗ୍ରୱାଲଙ୍କ ପରି ଷ୍ଟାର୍ଟଅପ୍‌ ଉଦ୍ୟୋଗୀବୃନ୍ଦ ‘ଔଦ୍ୟୋଗିକତା: ନୂଆ ଓଡ଼ିଶାର ସାରାଂଶ’ ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଛନ୍ତି । ଭୁବନେଶ୍ବର ସ୍ଥିତ ‘ଟାଏ’ର ସଭାପତି ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଚିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.