ETV Bharat / state

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ - ଜଳବାୟୁ ପରିବର୍ତ୍ତନ ବିଭାଗର ବୈଠକ

ମନ୍ତ୍ରୀ ପ୍ରଦିପ କୁମାର ଅମାତ ଅଧ୍ୟକ୍ଷତାରେ ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟି ଓ ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବୈଠକ ।

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌

author img

By

Published : Nov 2, 2022, 9:44 AM IST

ଭୁବନେଶ୍ବର: ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟି ଓ ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ । ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ଅନୁଷ୍ଠିତ ହୋଇଛି ବୈଠକ । ରାଜ୍ୟ ସରକାର ଜୈବବିବିଧତା, ବନ୍ୟଜନ୍ତୁ ଓ ଜଳସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଉଥିବା କହିଛନ୍ତି ମନ୍ତ୍ରୀ ।

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌

ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ,''ରାଜ୍ୟର ବନ୍ୟଜନ୍ତୁ ଓ ସେମାନଙ୍କ ବାସସ୍ଥାନର ଉପଯୁକ୍ତ ସୁରକ୍ଷା ପାଇଁ ଓଡ଼ିଶାରେ ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଜିଆଇଜେଡ୍‌ ଭିତରକନିକାକୁ ପ୍ରମୁଖ ରାମସାର୍‌ ସାଇଟ୍ ଭାବରେ ଚୟନ କରାଯାଇଛି । ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଭିତରକନିକା ରାମସାର୍‌ ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ବାୟୋଲୋଜିକାଲ ଆକଳନ ଉପରେ ଏକ ଅଧ୍ୟୟନ କରିଛି । ଦୀର୍ଘକାଳୀନ ତଥ୍ୟରୁ ସର୍ବେକ୍ଷଣ ଓ ବିଶ୍ଳେଷଣ କରି ଜଳର ଗୁଣାତ୍ମକ ମୂଲ୍ୟାଙ୍କନ ଓ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରସ୍ତୁତି ପାଇଁ ହାଇଡ୍ରୋଲୋଜିକାଲ୍‌ ବ୍ୟବସ୍ଥା ଏବଂ ମନିଟରିଂ ପାରାମିଟର ଗୁଡ଼ିକୁ ନିଶ୍ଚିତ କରିବା ପାଇଁ ସିଡିଏ ସୁପାରିଶ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି'' ।

''ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏ ବିଷୟରେ ଅତିଥିମାନଙ୍କୁ ବିଶେଷ ଅବଧାରଣା ଦେଇଛନ୍ତି । ରାଜ୍ୟର ଜୈବ ସମ୍ବଳର ସଂରକ୍ଷଣ ପାଇଁ ସରକାର ୭୨୫୬ଟି ଜୈବବିବିଧତା ପରିଚାଳନା କମିଟି ଗଠନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୧-୨୦୩୦ ବର୍ଷ ପାଇଁ ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ବିସ୍ତୃତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଓ ବନ୍ୟଜନ୍ତୁ ସଂରକ୍ଷଣ, ଜଳ ଓ ଏହାର ମାନର ସଂରକ୍ଷଣ ଆଦି ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ଏଗୁଡ଼ିକୁ ସଂରକ୍ଷିତ କରିବାକୁ ହେଲେ ପୃଥିବୀର ପ୍ରତ୍ୟେକଟି ଦେଶ ମଧ୍ୟରେ ସମନ୍ୱୟ ଦରକାର ବୋଲି ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟିର ପ୍ରତିନିଧିମାନେ କହିଛନ୍ତି'' ।

ଏହା ମଧ୍ୟ ପଢନ୍ତୁ-ଏକାଠି ହେଲେ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଆକାଶମାର୍ଗରୁ ଓଡ଼ିଶାର ନଦନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସରକାରଙ୍କ ପରିବେଶ ସଂସଦୀୟ କମିଟିକୁ ବିଭୋର କରିଛି ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ । ଜୈବବିବିଧତା, ବନ୍ୟଜନ୍ତୁ, ହେନ୍ତାଳବଣର ସୁରକ୍ଷା ଓ ସଂରକ୍ଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଓଡ଼ିଶା ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ବନ ସୁରକ୍ଷା ସମିତିମାନେ ଏ ଦିଗରେ ରାଜ୍ୟ ସରକାରଙ୍କୁ ସମୁଚିତ ସହଯୋଗ କରିଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣରେ କହିଥିଲେ । ଭିତରକନିକା ରାମସାର ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ଇକୋଲୋଜିକାଲ୍‌ ଆକଳନର ଆବଶ୍ୟକତା ଉପରେ ଚିଲିକା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ବିସ୍ତୃତ ସୂଚନା ଦେଇଥିଲେ ।

ଉକ୍ତ ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପ୍‌ଲି, ଦେବୀଦତ୍ତ ବିଶ୍ୱାଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ଓ ଜର୍ମାନ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ପ୍ରତିନିଧିମାନେ ଆଜି ଭିତରକନିକା ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.