ETV Bharat / state

5G Service: ମାସକ ଭିତରେ ରାଜ୍ୟରେ ୫ଜି ସେବା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କ ସୂଚନା

author img

By

Published : Dec 29, 2022, 5:39 PM IST

Updated : Dec 29, 2022, 10:44 PM IST

ଆଉ ମାସକ ମଧ୍ୟରେ ଓଡ଼ିଶାବାସୀ ପାଇବେ ୫ଜି ସେବା (5G Service in Odisha)। ଭୁବନେଶ୍ଵରଠାରେ ରେଲୱେ ପ୍ରକଳ୍ପର ଭୂମିପୂଜନ ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

5G Service in Odisha
5G Service in Odisha

ଭୁବନେଶ୍ବର: ଆଉ ମାତ୍ର ଗୋଟିଏ ମାସ ମଧ୍ୟରେ ଓଡ଼ିଶାରେ ଉପଲବ୍ଧ ହେବ 5G ଇଣ୍ଟରନେଟ ସେବା (5G Service in Odisha)। ଟେଲିକମ ସେକ୍ଟର ଲାଗି ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ଦେଇଛନ୍ତି ୫ ହଜାର ୬୦୦ କୋଟି ଟଙ୍କା । ଆଗକୁ ଗାଁ ଗାଁରେ ମିଳିବ ୫ଜି ସେବା । ଆଜି(ଗୁରୁବାର) ଭୁବନେଶ୍ଵରରେ ରେଲୱେ ପ୍ରକଳ୍ପର ଭୂମିପୂଜନ ବେଳେ ରାଜ୍ୟବାସୀଙ୍କୁ ଏହି ଖୁସି ଖବର ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ (Union Minister Ashwini Vaisnaw on 5g service in Odisha)।

ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଆଗରୁ ରେଲୱେ ଆଉ ଟେଲିକମରେ ଓଡ଼ିଶା ଅବହେଳା ହେଉଥିବା ନେଇ ଅଭିଯୋଗ ହେଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ସେ ଅଭିଯୋଗ ଆଉ ରଖିପାରିବେନି ଓଡି଼ଶାବାସୀ । ମୋଦିଙ୍କ ପୂର୍ବରୁ ତଥା କଂଗ୍ରେସ ସରକାର ବେଳେ ଓଡି଼ଶାକୁ ରେଳ ବିଭାଗ ଦେଉଥିଲା ୮୦୦ କୋଟି । ସେଥିରୁ କାମ ହେଉଥିଲା ମାତ୍ର ୨୦ରୁ ୩୦ କିଲୋମିଟର । ହେଲେ ଏବେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଦେଉଥିବା ବେଳେ ୩୦୦ କିଲୋମିଟର କାମ ହେଉଛି । ଆଉ ଓଡ଼ିଶାକୁ ଅବହେଳା ଅଭିଯୋଗ କରିପାରିବେ ନାହିଁ ।"

ଏହା ବି ପଢନ୍ତୁ- ନୂଆରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଅର୍ଥ ଦେଇଛନ୍ତି କହିଛନ୍ତି ଓଡ଼ିଶାରେ ଯାହା ଦରକାର କର । ମାତ୍ର ଜମି ନଥିଲେ କାମ କେମିତି ହେବ ? ଜମି ପାଇଁ ଶୀଘ୍ର ଅନୁମତି ଦେଲେ ସବୁ ହେବ । ରେଳ ବିକାଶ ଭିତରେ ରାଜନୀତିକୁ ଆଣିବା ଦରକାର ନାହିଁ । ଓଡ଼ିଶାରେ ୩୬ ଷ୍ଟେସନର ପୁନର୍ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅର୍ଥ ଦେଇଛନ୍ତି, ପ୍ରତି ଜିଲ୍ଲାରେ ଷ୍ଟେସନ ବିଶ୍ଵସ୍ତରୀୟ ହେବ । ଓଡ଼ିଶା ପାଇଁ ମୋଦିଙ୍କ ହୃଦୟ ଖୋଲା । ଖୁବଶୀଘ୍ର ଭଦ୍ରକ ପାଇଁ ଗଡିବ ସ୍ଵତନ୍ତ୍ର ମେମୁ ଟ୍ରେନ୍ ଏବଂ ରାମାୟଣ ଏକ୍ସପ୍ରେସ ଭଳି ଓଡ଼ିଶାରେ ଚାଲିବ ଜଗନ୍ନାଥ ସର୍କଲ । ସେହିପରି ଭୁବନେଶ୍ବର ରେଳଷ୍ଟେସନ ପାଇଁ ଆଗ ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦିଆଯାଇଥିଲା କଲେନାହିଁ, କିନ୍ତୁ ଟେଣ୍ଡର ସରିଛି ଖୁବଶୀଘ୍ର ସରିବ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 29, 2022, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.