ETV Bharat / state

Odisha First Digital Reading Corner: ଉଦଘାଟିତ ହେଲା ପ୍ରଥମ ଇ-ରିଡିଂ ରୁମ

author img

By

Published : Mar 21, 2023, 10:02 PM IST

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ ମଙ୍ଗଳବାର ଉଦଘାଟିତ ହୋଇଛି । ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ଇ ରିଡିଂ ରୁମର ଉଦଘାଟନ କରିଛନ୍ତି । ଏହି ରୁମ୍‌ରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ‘ଜ’ ସଫ୍ଟୱେୟାର ରହିଛି । ଏହି ସଫ୍ଟୱେୟାର ମାଧ୍ୟମରେ ସେମାନେ ଅଡିଓ ବୁକ୍ ବାହାର କରି ଶୁଣିପାରିବେ ଆଉ ପାଠ ମନେରଖିପାରିବେ । ଅଧିକ ପଢନ୍ତୁ

Odisha First Digital Reading Corner: ଉଦଘାଟିତ ହେଲା ପ୍ରଥମ ଇ-ରିଡିଂ ରୁମ
Odisha First Digital Reading Corner: ଉଦଘାଟିତ ହେଲା ପ୍ରଥମ ଇ-ରିଡିଂ ରୁମ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଇ-ରିଡିଂ ରୁମ । ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ପାଠପଢ଼ାରେ ହେବ ସହାୟକ। ରାଜ୍ୟର ପ୍ରଥମ ଇ-ରିଡିଂ ରୁମ ଉଦଘାଟିତ ହୋଇଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଇ ରିଡ଼ିଂ ରୁମ । ଏହା ଉଦଘାଟନ କରିଛନ୍ତି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ ମଙ୍ଗଳବାର ଉଦଘାଟିତ ହୋଇଛି । ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ଇ ରିଡିଂ ରୁମର ଉଦଘାଟନ କରିଛନ୍ତି । ଏହି ରୁମ୍‌ରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ‘ଜ’ ସଫ୍ଟୱେୟାର ରହିଛି । ଏହି ସଫ୍ଟୱେୟାର ମାଧ୍ୟମରେ ସେମାନେ ଅଡିଓ ବୁକ୍ ବାହାର କରି ଶୁଣିପାରିବେ ଆଉ ପାଠ ମନେରଖିପାରିବେ । ଯାହାଦ୍ୱାରା ସେମାନେ ଶିକ୍ଷାଗ୍ରହଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା କୁଳସଚିବ ଶ୍ୟାମଳି ମହାପାତ୍ର ନିଜ ମା’ ବିନୋଦିନୀ ମହାପାତ୍ରଙ୍କ ନାମରେ ଏହି ରିଡିଂ ରୁମ୍ ତିଆରି କରିବାକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ସେ ଦେଇଥିବା ଅର୍ଥର ଦୁଇଗୁଣା ଅର୍ଥ ଅର୍ଥାତ୍‌ ୨ ଲକ୍ଷ ଟଙ୍କା ‘ମୋ କଲେଜ’ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଅନୁଦାନ ଦିଆଯାଇଥିଲା ।

ଉଭୟ ଅର୍ଥକୁ ମିଶାଇ ସମୁଦାୟ ୩ ଲକ୍ଷ ଟଙ୍କାରେ ଏହି ରିଡିଂ ରୁମ୍ କର୍ଣ୍ଣର ତିଆରି କରାଯାଇଛି । କାର୍ଯ୍ୟକ୍ରମରେ ‘ମୋ କଲେଜ’ ଅଧ୍ୟକ୍ଷ ଦାସନାୟକ ଏହି ରୁମ୍‌କୁ ଉଦ୍‌ଘାଟନ କରି କହିଛନ୍ତି ଯେ, ଏହି ଇ-ରିଡିଂ ରୁମ୍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଠପଢ଼ାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ପୁରାତନ ଛାତ୍ରୀ ତଥା କୁଳସଚିବ ଶ୍ୟାମଳି ମହାପାତ୍ର ନିଜ ମା’ଙ୍କ ନାମରେ ଏହି ରିଡିଂ ରୁମ୍ ତିଆରି କରିବାକୁ ଅର୍ଥ ଦାନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ଥିବା ପ୍ରତ୍ୟେକ କଲେଜ ଏବଂ ବିଶ୍ୱବିଦ୍ୟାଳୟର ସର୍ବଙ୍ଗୀନ ବିକାଶ କରିବାକୁ ‘ମୋ କଲେଜ ଅଭିଯାନ’ ପ୍ରୟାସ କରିଆସୁଛି ।

ଖାଲି ଏତିକି ନୁହେଁ ଛାତ୍ରଛାତ୍ରୀଙ୍କ ଜୀବନରେ ଏହି ଅଭିଯାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି। ଯଦି ଜଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି ଏବଂ ଲକ୍ଷ୍ୟ ସ୍ଥିର ରହିଛି, ତେବେ ନିଶ୍ଚିତ ଭାବେ ଲକ୍ଷ୍ୟ ହାସଲ ହୋଇପାରିବ । ରାଜନୀତି ବିଜ୍ଞାନ ବିଭାଗ ଯୁକ୍ତତିନି ଶେଷ ବର୍ଷର ଦୃଷ୍ଟିବାଧିତ ଛାତ୍ରୀ ଝିଲ୍ଲୀ ପ୍ରଧାନ କହିଛନ୍ତି ଯେ, ଉନ୍ନତମାନର ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାଗ୍ରହଣ କରିବା ଆମର ବହୁତ ବଡ଼ ସ୍ୱପ୍ନ ଥିଲା । ଆଉ ସେ ସ୍ୱପ୍ନ ଆଜି ପୂରଣ ହୋଇଛି । ଆଜି ଆମମାନଙ୍କ ପାଇଁ ବହୁତ ବଡ଼ ଦିନ । ଆମ ଭଳି ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ପାଇଁ ଡିଜିଟାଲ୍ ରିଡିଂ ରୁମ୍ କରାଯାଇଥିବାରୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ‘ମୋ କଲେଜ ଅଭିଯାନ’କୁ ବହୁତ ଧନ୍ୟବାଦ । ଅନ୍ୟପଟେ କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଜେ, ଆମ ବିଶ୍ୱବିଦ୍ୟାଳୟର ପ୍ରତିଟି ଛାତ୍ରୀ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ରହିଛି ।

ଏହା ବ୍ୟତୀତ ଦିବ୍ୟାଙ୍ଗ ଛାତ୍ରୀଙ୍କ ସୁବିଧା ପାଇଁ ଏହି ଇ-ଲର୍ଣ୍ଣିଂ ସେଣ୍ଟରରେ ଆମେ ସବୁ ପ୍ରକାରର ସୁବିଧା କରିବାକୁ ଯୋଜନା କରୁଛୁ । ଯେଉଁଥିରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସଫ୍ଟୱେୟାର ଓ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଅନ୍ୟପଟେ କୁଳସଚିବ ଶ୍ୟାମଳି ମହାପାତ୍ର କହିଛନ୍ତି ଯେ, ନଦୀ ଭଳି ଜୀବନରେ ଆଗକୁ ବଢ଼ିବା ପାଇଁ ମୋ ମା’ ବିନୋଦିନୀ ମହାପାତ୍ର ସର୍ବଦା ମୋତେ ଆଉ ମୋ ଭାଇଭଉଣୀମାନଙ୍କୁ ପ୍ରେରଣା ଦିଅନ୍ତି । ଏହି ବିଶ୍ୱବିଦ୍ୟାଳୟର ଜଣେ ପୁରାତନ ଛାତ୍ରୀ ଭାବେ ଏଠାରେ ଏକ ରିଡିଂ କର୍ଣ୍ଣର କରିବାକୁ ସହାୟତା ପ୍ରଦାନ କରିଥିଲି । ଆଜି ତାହା ବାସ୍ତବରେ ପରିଣତ ହୋଇଛି । ଏଥିପାଇଁ ସବୁ ଶ୍ରେୟ ‘ମୋ କଲେଜ ଅଭିଯାନ’କୁ ଦେଉଛି । କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଚଣ୍ଡିଚରଣ ରଥ, ‘ଉଇ ଫର୍ ୟୁ’ର ଅଭୟ ମହାନ୍ତ, ପ୍ରଫେସର ଚନ୍ଦ୍ରଶେଖର ଲେଙ୍କା, ଲାଇବ୍ରେରୀ ଇନ୍‌ଚାର୍ଜ ନସିମା ବେଗମ୍‌, ପାଖାପାଖି ୧୦୦ ଜଣ ଦୃଷ୍ଟିବାଧିତ ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.