ETV Bharat / state

ପବିତ୍ର ଗର୍ଭଣା ସଂକ୍ରାନ୍ତି, କ୍ଷେତ ହୁଡାରେ ଲାଗି ହେଲା ଜାଉ ଭୋଗ - ଗର୍ଭଣା ସଂକ୍ରାନ୍ତି

ଫସଲକୁ ସୁରକ୍ଷିତ ଏବଂ ଅଧିକ ଅମଳ ଲକ୍ଷ୍ୟରେ ଗର୍ଭଣା ସଂକ୍ରାନ୍ତିରେ କ୍ଷେତ ହୁଡ଼ାରେ ଜାଉ ଭୋଗ କରି ମା' ଲକ୍ଷ୍ମୀଙ୍କୁ ଚାଷୀର ସମର୍ପଣ । ଅଧିକ ପଢନ୍ତୁ

http://10.10.50.80:6060///finalout3/odisha-nle/finalout/17-October-2022/16668664_odkhrdha.mp4

author img

By

Published : Oct 17, 2022, 7:42 PM IST

ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ଗର୍ଭଣା ସଂକ୍ରାନ୍ତି । ଭାରତରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ ସେଥି ମଧ୍ୟରୁ ଅନେକ ପର୍ବ କୃଷି ଭିତ୍ତିକ । ଓଡିଶାରେ ୧୨ ମାସରେ ୧୩ ପର୍ବ ପର୍ବ ପାଳନ କରାଯାଏ । ତେବେ ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି ।

ପବିତ୍ର ଗର୍ଭଣା ସଂକ୍ରାନ୍ତି, କ୍ଷେତ ହୁଡ଼ାରେ ଲାଗି ହେଲା ଜାଉ ଭୋଗ

ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରତ୍ୟେକ ଓଡିଆଙ୍କ ବିଶ୍ବାସ ରହିଛି । ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି । ଏହି ପରମ୍ପରା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ଷେତର ହିଡରେ ଚୁଲି ଖୋଳି ଜାଉ ଭୋଗ ପ୍ରସ୍ତୁତ କରାଯାଇଛି । ଏହି ଭୋଗ ନିଜ ଫସଲକୁ ସୁରକ୍ଷିତ ଏବଂ ଅଧିକ ଅମଳ ଲକ୍ଷ୍ୟରେ ନିଜ ଜମିରେ ମା' ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଲାଗି କରିଛନ୍ତି ଚାଷୀ ।

ଫସଲ କ୍ଷେତ ହୁଡ଼ାରେ ଚୁଲି ପ୍ରସ୍ତୁତ କରି ସେଥିରେ ଜାଳେଣି କାଠ ସାହାଯ୍ୟରେ ଜାଉ ବା ଖିରି ରନ୍ଧାଯାଇ ଥାଏ । ସବୁ ଚଷା ପୁଅ ତାର କ୍ଷେତ ହୁଡ଼ାରେ କରିଥାଏ ଏବଂ କାଠ ଜାଳେଣି ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ବିଲରେ ବୁଲିଥାଏ ଯାହାଦ୍ବାରା ଧାନ ଫସଲକୁ କ୍ଷତି ପହଞ୍ଚାଇଥିବା କୀଟଙ୍କର ବିନାଶ ହୋଇଥାଏ ବୋଲି କୁହାଯାଏ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.