ETV Bharat / state

ବାଂଲାଦେଶ ଗଲା ଓଡିଶା କାଜୁ, ପ୍ରଥମ ଥର ପାଇଁ ଭାରତରୁ ହେଲା ରପ୍ତାନି - ବିଦେଶକୁ ଗଲା ଓଡିଶା କାଜୁ

ପ୍ରଥମ ଥର ପାଇଁ ବିଦେଶକୁ ଗଲା ଓଡ଼ିଶା କାଜୁ । ବାଂଲାଦେଶବାସୀ ଚାଖିବେ ଓଡିଶା କାଜୁର ସ୍ବାଦ । ଜାତୀୟ କାଜୁ ଦିବସରେ କାଜୁର ବିଦେଶ ରପ୍ତାନି ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

Odisha Exports Cashew To Bangladesh
Odisha Exports Cashew To Bangladesh
author img

By ETV Bharat Odisha Team

Published : Nov 24, 2023, 11:48 AM IST

ପ୍ରଥମ ଥର ପାଇଁ ଭାରତରୁ ହେଲା ରପ୍ତାନି

ଭୁବନେଶ୍ବର: ବିଶ୍ବବାସୀ ଚାଖିବେ ଓଡିଶା କାଜୁର ସ୍ବାଦ । ପ୍ରଥମ ଥର ପାଇଁ ବିଦେଶକୁ ଗଲା ଓଡିଶା କାଜୁ । ଜାତୀୟ କାଜୁ ଦିବସରେ କାଜୁର ବିଦେଶ ରପ୍ତାନି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବାଂଲାଦେଶ ଗଲା ଓଡିଶାର ୨ ମେଟ୍ରିକ ଟନ କାଜୁ । ଓଡ଼ିଶା କାଜୁର ସ୍ବାଦକୁ ବିଶ୍ୱରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏହାର ଶୁଭାରମ୍ଭ କରିଛନ୍ତି ଓଡିଶା ସରକାର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଡକ୍ଟର ଆରବିନ୍ଦ ପାଢ଼ୀ ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରୁ ବାଂଲାଦେଶକୁ କାଜୁ ବାଦାମ ପଠାଯାଇଛି । ୨ ମେଟ୍ରିକ୍ ଟନ୍ ପ୍ରିମିୟମ୍ ଗୁଣବତ୍ତା କାଜୁ ବାଦାମ ପଶ୍ଚିମବଙ୍ଗ ରପ୍ତାନି ହୋଇଥିଲା । ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (APEDA) ଏହି ପ୍ରୟାସ ଆରମ୍ଭ କରିଛି । ଏପରି ପଦକ୍ଷେପ କେବଳ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବା ସହ ଓଡିଶାର କୃଷି କ୍ଷେତ୍ର ପାଇଁ ମଧ୍ୟ ନୂଆ ରାସ୍ତା ଖୋଲିଛି । ଏଥିସହ ଓଡ଼ିଶାର କାଜୁ ଚାଷୀଙ୍କୁ ବ୍ୟବସାୟ ପାଇଁ ଖୋରାକ ଯୋଗାଇଛି । ତେଣୁ ଜାତୀୟ କାଜୁ ଦିବସ ଅବସରରେ କିଛି କାଜୁ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କୁ ଉତ୍ତମ କାଜୁ ଚାଷର ଦକ୍ଷତା ପ୍ରଶିକ୍ଷଣ ଦିଆଯାଇଛି ।

ଏହା ମଧ୍ଯ ପଢନ୍ତୁ-ବିଶ୍ବ କାଜୁ ଦିବସରେ ମାଗଣାରେ ଭାରତୀୟ କାଜୁ ଖାଇଲେ ଇମିରେଟ୍ସ ବିମାନ ଯାତ୍ରୀ

ଆପେଡା, ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରର IDCO ସମ୍ମିଳନୀ ହଲ୍‌ରେ ଗୁରୁବାର ଏକ ରପ୍ତାନି-ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ କୃଷକ ଉତ୍ପାଦକ ସଂଗଠନ ଏବଂ କୃଷକ ଉତ୍ପାଦକ କମ୍ପାନୀକୁ ସମ୍ବେଦନଶୀଳ କରିବା ପାଇଁ ରୂପାୟନ କରାଯାଇଛି । ଯାହା ସେମାନଙ୍କୁ କୃଷି ରପ୍ତାନି କ୍ଷେତ୍ରରେ ଉଦ୍ୟମ କରିବାକୁ ପ୍ରେରଣା ଯୋଗାଇବା ଆପେଡା ପକ୍ଷରୁ କୁହାଯାଇଛି। ଓଡିଶା ଇସିଜିସି, ଏନଏବିଏଆରଡି, ଆରପିକ୍ୟୁଏସ, କଷ୍ଟମ୍ସ ଇତ୍ୟାଦି ଇପିଓଏଲ/ଏଫ୍‌ପିସିର ପ୍ରାୟ ୪୦ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡିଶା ସରକାର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଆରବିନ୍ଦ ପାଢ଼ୀ କାଜୁ ଚାଷର ବିଭିନ୍ନ ସମ୍ଭାବନା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏଥିସହ ରାଜ୍ୟରେ କାଜୁ ଉତ୍ପାଦନ ଶକ୍ତି ବଢ଼ାଇବା ପାଇଁ କହିଥିଲେ। ଉତ୍ପାଦନ ଅଧିକ ସହ ରପ୍ତାନୀରେ ପ୍ରାଧାନ୍ୟତାକୁ ବଢାଇବା ପାଇଁ ମତ ରଖିଥିଲେ । ଏହାସହ ଚାରା ଉତ୍ପାଦନରେ ଆମ ରାଜ୍ୟ ଭଲ ପଦର୍ଶନ କରିଛି । ତେଣୁ ଉନ୍ନତ ଗୁଣ ସହିତ ଅମଳ ବୃଦ୍ଧି କରିବା ପାଇଁ ଚାଷୀଙ୍କୁ ଆଗକୁ ଆସି କାଜୁ ଚାଷ କରିବା ଆବଶ୍ୟକ । ଏଦିଗରେ ଆବଶ୍ୟକ ଆନୁସଙ୍ଗିକ ସୁବିଧା ଚଷିକୁ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଥିଲେ ବିଭାଗୀୟ ସଚିବ ।

ସେହିପରି ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ମୁଖ୍ୟ ଶାସନ ସଚିବ ଶାଶ୍ବତ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରୁ କାଜୁ ରପ୍ତାନି ର ଉପଲବ୍ଧ କଥା କହିଥିଲେ । ଓଡ଼ିଶାର ଅମଳ କାଜୁ ନିଜସ୍ୱ ବ୍ରାଣ୍ଡରେ ବିକ୍ରି ହେଲେ ଆମର ଲାଭ ହେବ । ଯାହା ଆମ ରାଜ୍ୟର କାଜୁର ଗୁଣବତ୍ତାକୁ ଜାତୀୟ ସ୍ତରରେ ବଢାଇବା ସହ ଆମ ଅର୍ଥନୀତିକୁ ସୁଦୃଢ କରିବ । ଏହାସହ ରପ୍ତାନି ଉପରେ ବିଶେଷ ଭାବେ ଅର୍ଥନୀତିର ବିକାଶ ନିର୍ଭର କରୁଥିବା ବେଳେ ଖୁବଶୀଘ୍ର ଏୟାର କାର୍ଗୋ ସେବା ବା ଆକାଶ ପଥ ଓ ପୋର୍ଟ ସେବା ବା ଜଳ ପଥ ମାଧ୍ୟମରେ ରପ୍ତାନିରେ ଵ୍ୟଵସ୍ଥା ସରକାରଙ୍କ ତରଫରୁ ଆରମ୍ଭ ହେବ । ଜାନୁଆରୀ ବେଳକୁ ଏହି ସୁବିଧା ଉପଲବ୍ଧ ହେବାକୁ ଥିବା ବେଳେ ଆଗକୁ ଓଡ଼ିଶା ବି କାଜୁ ଚାଷ ଓ ରପ୍ତାନିରେ ବିଶ୍ୱରେ ଏକ ନମ୍ବର ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ସେପଟେ କାଜୁ ଚାଷରେ ପ୍ରଥମ ମହିଳା ଭାବେ ଓଡ଼ିଶାର ଉରୁଶା ଅହମ୍ମଦ ଚାଷ କରିଥିବା ବେଳେ ଆଜି ତାଙ୍କ ଦ୍ୱାରା ଅମଳ ହୋଇଥିବା କାଜୁ ବଂଲାଦେଶ ଯାଇଛି । ଖୋର୍ଦ୍ଧା, ଗଞ୍ଜା, କୋରାପୁଟ, ନବରଙ୍ଗପୁର, ଢେଙ୍କାନାଳ, ନୟାଗଡ଼, ରାୟଗଡା କଟକ, ଗଜପତି, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଅନୁଗୁଳ ଭଳି ୧୩ଟି ଜିଲ୍ଲାରେ କାଜୁ ଚାଷ ହେଉଥିବା ବେଳେ ଗଞ୍ଜାମର ଏହି ମହିଳା ବ୍ୟବସାୟୀ ବିଦେଶୀ ରପ୍ତାନିରେ ନିଜର ସଫଳତା ଦେଖାଇପାରିଛନ୍ତି । ଆଗକୁ ସେ କାଜୁ ଚାଷର ବିକାଶ ଦିଗରେ କାର୍ଯ୍ୟ କରିବା ସହ ଅମଳ ଓ ରପ୍ତାନିର କିଭଳି ବହୁଳତା ଓଡ଼ିଶାରେ ଦେଖାଯିବ ସେଥିପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । ତେବେ ସେ ଏଥିପାଇଁ ଖୁସି ଥିବା ବେଳେ କାଜୁ ଚାଷ ପାଇଁ ଥିବା ଆନୁସଙ୍ଗିକ ଵ୍ୟଵସ୍ଥା ସହ ଯଦି ବ୍ୟବସାୟିକ ବା ଲାଞ୍ଜିଷ୍ଟିକ ସହାୟତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଆନ୍ତା ତେବେ ନୂଆ ଓ ଯୁବ କାଜୁ ଉଦ୍ୟୋଗୀ ଆହୁରି ଓଡ଼ିଶାରେ ସୃଷ୍ଟି ହୋଇପାରନ୍ତା ବୋଲି ସେ କହିଛନ୍ତି । ଯାହା କେବଳ ଓଡିଶା ନୁହେଁ ଭାରତକୁ ବି ବ୍ୟୟ ବହୁଳ କାଜୁ ଚାଷରେ ବିଶ୍ୱରେ ନମ୍ବର ୧ କରିପାରନ୍ତା ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.