ETV Bharat / state

ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ, ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବ - ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ଆସନ୍ତା ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା
author img

By

Published : Jul 30, 2023, 6:09 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି । ବାୟୁମଣ୍ଡଳରେ ସୃଷ୍ଟ ଏହି ଲଘୁଚାପ ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପଶ୍ଚିମବଙ୍ଗ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ଏହାସହ ଜଡ଼ିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬କିମି ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ବିସ୍ତୃତ ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪ଟି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମ୍ବଲପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଜଗତସିଂହପୁର, ପୁରୀ, ସୋନପୁର, ବଲାଙ୍ଗୀର ,କଳାହାଣ୍ଡି, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ନବରଙ୍ଗପୁରକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ୍‌ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଲଘୁଚାପ ସକ୍ରିୟ ରହିଥିବା ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ପାଣିପାଗ ବିଭାଗ ବାରଣ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: Weather Update: ରାଜ୍ୟ ମୌସୁମୀରେ ବି ନାହିଁ ବିସ୍ତୃତ ବର୍ଷା, ଆସୁଛି ଆଉ ଏକ ଲଘୁଚାପ

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥୂବା ସୂଚନା ଦେଇଛି ପାଣିପାଗ ବିଭାଗ । କନ୍ଧମାଳର ବାଲିଗୁଡ଼ାରେ ସର୍ବାଧିକ ୧୩୫ ମିମି ବର୍ଷା ରେକର୍ଡ ହୋଇଛି । ବରଗଡ଼ ଅତାବିରାରେ ୧୨୪ ମିମି ଏବଂ ଝାରସୁଗୁଡ଼ାର ଲଇକେରାରେ ୧୦୩.୪ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଥିଲେ ମଧ୍ୟ କେତେକ ସ୍ଥାନରେ ବର୍ଷା ଉଭାନ ହୋଇଛି । ଶ୍ରାବଣରେ ବର୍ଷାର ଦେଖାନାହିଁ । ରାଜ୍ୟରେ କାଁ ଭାଁ ବର୍ଷା ହେଉଥିଲେ ମଧ୍ୟ ବିସ୍ତୃତି ବର୍ଷା ନଥିବାରୁ ଗୁଳୁଗୁଳିରୁ ତ୍ରାହି ମିଳୁନି । କାହିଁକି ନା, ୧ ଜୁନରୁ ୩୦ ଜୁଲାଇ ମଧ୍ୟରେ ସ୍ୱାଭାବିକ ୫୩୯.୨ ମିମି ବର୍ଷା ହେବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ୪୭୫.୪ ମିମି ବର୍ଷା ରେକର୍ଡ ହୋଇଛି । ଏବେ ସୁଦ୍ଧା ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ୧୬ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.