ETV Bharat / state

Odisha Weather: ସକ୍ରିୟ ଲଘୁଚାପ, ଆହୁରି ୨ଦିନ ପ୍ରବଳ ବର୍ଷା - ପ୍ରବଳ ବର୍ଷା

ରାଜ୍ୟରେ ମୌସୁମୀ ସାଙ୍ଗକୁ ସକ୍ରିୟ ରହିଛି ଲଘୁଚାପ । ଏଣୁ ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 26, 2023, 4:57 PM IST

ରାଜ୍ୟରେ ଆହୁରି ୨ଦିନ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାସହ ସକ୍ରିୟ ଲଘୁଚାପ ପ୍ରଭାବରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗିରହିଛି ବର୍ଷା । ଏହା ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ହେବ । ଆସନ୍ତା ୨୮ ତାରିଖ ପରେ ପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୭ ରୁ ୨୦ ସେମି ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଏହା ଆଗାମୀ ୨ ଦିନ ଯାଏଁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଝାଡଖଣ୍ଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୮ ତାରିଖରୁ ବଦଳିବ ପାଗ । ବର୍ତ୍ତମାନ ରାଜ୍ୟରେ ୨ ପ୍ରକାରର ନିୟାମକ ସକ୍ରିୟ ରହିଛି । ଗୋଟିଏ ନିମ୍ନଚାପ ରେଖା ଓ ସକ୍ରିୟ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏହା ବି ପଢନ୍ତୁ- Silver Cladding: ଶ୍ରୀମନ୍ଦିର ସିଂହଦ୍ବାର ମୁଖ୍ୟ କବାଟ ରୂପା ଛାଉଣି କାର୍ଯ୍ୟ ଜାରି

ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ୭ରୁ ୨୦ ସେମି ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ଅନୁଗୋଳ, କେନ୍ଦୁଝର । ସେହିପରି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧ ସେମି ବର୍ଷା ଲାଗି ୯ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି ।

ଏପରିକି ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ସହରାଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ । ମାଟି ଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ୧ ଜୁନରୁ ୨୬ ଜୁନ ମଧ୍ୟରେ ୧୩୦ ମିମି ବର୍ଷା ରାଜ୍ୟରେ ରେକର୍ଡ଼ ହୋଇଥିବା ବେଳେ ସ୍ଵାଭାବିକ ବର୍ଷା ୧୭୨.୨ ତୁଳନାରେ ୨୪ ପ୍ରତିଶତ କମ ରହିଛି । ଏଥିସହ ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧.୭ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ୨୬୯% ଅଧିକ । ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳରେ ସର୍ବାଧିକ ବର୍ଷା ୧୯୮.୭ ମିମି ବର୍ଷା ରେକର୍ଡ କରାଯାଇଛି । ଏଥିସହ ୧୦ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୨୫ ସହରରେ ପ୍ରବଳ ବର୍ଷା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.