ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, କପି ଉପରେ ରହିବ କଡ଼ା ନଜର

author img

By ETV Bharat Odisha Team

Published : Jan 15, 2024, 5:59 PM IST

Plus 2 board exam 2024: ଆସନ୍ତା ଫେବ୍ରୁଆରୀ 16ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । କପି ରୋକିବାକୁ ନିଯୁକ୍ତ ହେବେ ତ୍ରିସ୍ତରୀୟ ସ୍କ୍ବାଡ । ଅଧିକ ପଢନ୍ତୁ

Plus 2 board exam 2024
Plus 2 board exam 2024

ଭୁବନେଶ୍ବର: ଫେବ୍ରୁଆରୀ ୧୬ରୁ ରାଜ୍ୟରେ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ପରୀକ୍ଷା ଦେବେ ପ୍ରାୟ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ସରିଛି ପ୍ରାକ୍ଟିକାଲ ପରୀକ୍ଷା । ଥିଓରି ପରୀକ୍ଷା ସମୟରେ କପି ରୋକିବା ପାଇଁ ଚଳିତ ବର୍ଷ ତ୍ରିସ୍ତରୀୟ ସ୍କ୍ବାଡ ନିଯୁକ୍ତ କରାଯିବ। କପି ହେଉଥିବା କେନ୍ଦ୍ରଗୁଡ଼ିକ ଉପରେ କଡାକଡ଼ି ନଜର ରଖାଯିବା ବ୍ୟବସ୍ଥା କରାଯିବ । ଏପଟେ ଲାଇଭ ଷ୍ଟ୍ରିମିଙ୍ଗ ମଧ୍ୟ କରାଯିବ । ତ୍ରିସ୍ତରୀୟ ସ୍କ୍ବାଡ ଜଗିବା ସହ କେନ୍ଦ୍ର ଉପରେ ରହିବ କଡା ନଜର ।

ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଖାପାଖି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୧୧୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୭ଟି ଉପ ପରୀକ୍ଷା କେନ୍ଦ୍ର କରାଯାଇଛି । ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା କେନ୍ଦ୍ରଗୁଡିକରେ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି । ଯଦି କୌଣସି କଲେଜ ଅଧ୍ୟକ୍ଷ ସେମାନଙ୍କର ପୁଅ, ଝିଅ, ସ୍ବାମୀ, ସ୍ତ୍ରୀଙ୍କ ସମେତ କୌଣସି ପରିବାର ଲୋକ ପରୀକ୍ଷା ଦେଉଥିବେ ତେବେ ତାଙ୍କୁ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯିବ ନାହିଁ ।

ଏହା ବି ପଢନ୍ତୁ- ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

ଏପଟେ ଜାନୁଆରି ୩୧ ସୁଦ୍ଧା ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ନାମ ଓ ଯୋଗାଯୋଗ ନମ୍ବର ପଠାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କଲେଜରେ ହବ୍ ଗୁଡ଼ିକରେ ଥିବା ଷ୍ଟଙ୍ଗରୁମରେ ସିସିଟିଭି କ୍ୟାମେରା ଲଗାଇବା କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲାଗିନଥିବ ଏବଂ କଲେଜର ଅଧ୍ୟାପକଙ୍କ ତଥ୍ୟ ସମ୍ପର୍କରେ ଯେଉଁ କଲେଜ ଦେଇ ନଥିବେ ସେମାନେ ଜାନୁଆରୀ ୨୫ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ କପି ଉପରେ କଡା ନଜର ରଖାଯାଇଛି ।

ପରୀକ୍ଷା କେନ୍ଦ୍ରରୁ କରାଯିବ ଲାଇଭ ଷ୍ଟ୍ରିମିଙ୍ଗ । ପରୀକ୍ଷା କିଭଳି ଭାବରେ ସଠିକ ଭାବରେ ପରିଚାଳନା କରାଯିବ ସେନେଇ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ସୂଚନା ଥାଉ କି ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଏହି ପରୀକ୍ଷା ମାର୍ଚ୍ଚ ୨୦ ଯାଏଁ ଚାଲି । ପ୍ରତିଦିନ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଏପଟେ ଜାନୁଆରୀ ୨ ତାରିଖରୁ ୧୨ ତାରିଖରେ ଯୁକ୍ତ ଦୁଇ ଦ୍ବାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.