ETV Bharat / state

ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ତୁଛା ରାଜନୀତି କରୁଛି ବିଜେପି: ବିଜେଡି

author img

By

Published : Mar 16, 2023, 10:40 PM IST

ବିଜେଡି ପକ୍ଷରୁ ଜାରି ହୋଇଛି ଏକ ପ୍ରେସ ବିବୃତି । ବିବୃତିରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ଆଗ ସ୍ପଷ୍ଟ କରନ୍ତୁ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: 10 ଦଫା ଦାବି ନେଇ 2 ଦିନ ହେଲା ଟ୍ରକ ଡ୍ରାଇଭର ସଂଘ ଚଳାଇଛି ଆନ୍ଦୋଳନ । ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି । ଏହା ବ୍ୟତୀତ ଅନ୍ୟ କିଛି ନୁହେଁ । ଆନ୍ଦୋଳନକୁ ନେଇ ବିଜେପି କରୁଛି ତୁଛା ରାଜନୀତି । ଏପରି କରିବା ନିନ୍ଦନୀୟ ବୋଲି କହିଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ଜାରି ହୋଇଛି ଏକ ପ୍ରେସ ବିବୃତି । ବିବୃତିରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ଆଗ ସ୍ପଷ୍ଟ କରନ୍ତୁ । ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହି ସବୁ ସୁବିଧା ସୁଯୋଗର ଏକ କପି ସାଙ୍ଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା ।

ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରିବା ଫଳରେ ଛାତ୍ରଛାତ୍ରୀଙ୍କଠୁ ନେଇ ଅଭିଭାବକମାନେ ହଇରାଣ ହେଉଛନ୍ତି । ଏକ ଜାତୀୟ ରାଜନୈତିକ ଦଳ ଭାବେ ବିଜେପି ଏହି ସମୟରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ବିରତ ରହିବା ପାଇଁ ଆହ୍ୱାନ କରିବା କଥା । ଏହାକୁ ନେଇ ରାଜନୀତି କରିବା ସେମାନଙ୍କୁ ଶୋଭା ପାଉ ନାହିଁ । ରାଜ୍ୟ ସରକାର ଡ୍ରାଇଭର ଓ ମୋଟର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଲାଗି ବିଚାର ଆଲୋଚନା କରୁଛନ୍ତି । ଅଥଚ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରିବାକୁ ଚେଷ୍ଟା କରୁଛି । ତେଣୁ ଡ୍ରାଇଭର ଭାଇମାନଙ୍କୁ ଆମର ଅନୁରୋଧ, ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ ।

ଓଡ଼ିଶାରେ ଡ୍ରାଇଭର ଓ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ, ତାହା କେବଳ ରାଜ୍ୟ ସରକାର ହିଁ କରିବେ । ବିଜେପି ଏଠାରେ ଆନ୍ଦୋଳନୀକାରୀ ମୋଟର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପୂର୍ବରୁ ପ୍ରଥମେ ନିଜ ଶାସିତ ରାଜ୍ୟମାନଙ୍କରେ ଏହା କରି ଦେଖାଉ । ମୋଟର କର୍ମଚାରୀଙ୍କୁ ଭୁଆଁ ବୁଲାଇ ଓଡ଼ିଶା ବିଜେପି ଡ୍ରାଇଭର ସଂଘ ଆନ୍ଦୋଳନରୁ ରାଜନୈତିକ ଫାଇଦା ହାସଲ କରିବା ଚେଷ୍ଟାରୁ ବିରତ ରହୁ । ଏହା କହିଛନ୍ତି ଲେନିନ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.