ETV Bharat / state

ଭାରତ ଯୋଡ଼ୋ ଯାତ୍ରାରେ ଶରତ, ରାହୁଲ ଗାନ୍ଧୀଙ୍କ ସହ ଚାଲିଲେ PCC ସଭାପତି - ପିସିସି ସଭାପତି ଶରତ ପଟ୍ଟନାୟକ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଓଡ଼ିଶା କଂଗ୍ରେସର ୨୦୦ରୁ ଊର୍ଦ୍ଧ୍ବ ନେତା ଓ କର୍ମୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଶତାଧିକ କର୍ମୀ ଓ ନେତା ଏହି ଯାତ୍ରାରେ ଯୋଡି ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଓଡ଼ିଶା କଂଗ୍ରେସ ନେତା

author img

By

Published : Jan 4, 2023, 7:32 AM IST

Updated : Jan 4, 2023, 12:00 PM IST

ଭାରତ ଯୋଡ଼ୋ ଯାତ୍ରାରେ ଶରତ

ଭୁବନେଶ୍ବର: ଭାରତରେ କଂଗ୍ରେସକୁ ଜନସାଧାରଣଙ୍କ ନିକଟତର କରିବାକୁ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି । କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି କଂଗ୍ରେସ ସାଂସଦ । ରାହୁଲଙ୍କ ଏହି ପ୍ରୟାସରେ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହେଉଥିବାବେଳେ ଓଡ଼ିଶା କଂଗ୍ରେସର ୨୦୦ରୁ ଅଧିକ ନେତା ଓ କର୍ମୀ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସହିତ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

ଭାରତ ଯୋଡ଼ ଯାତ୍ରା ଏବେ ଉତ୍ତର ପ୍ରଦେଶରେ ଜାରି ରହିଛି । ଆସନ୍ତା ସାଧାରଣତନ୍ତ୍ର ଦିବସ ତଥା ଜାନୁଆରୀ ୨୬ରେ ଏହା କାଶ୍ମୀର ଶ୍ରୀନଗରରେ ସମାପ୍ତ ହେବ । ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ବିଭିନ୍ନ ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଡି ହେଉଥିବାର ଦେଖିବାକୁ ମିଳୁଛି । ଏହି କ୍ରମରେ ଗତକାଲି ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଛନ୍ତି ଓଡ଼ିଶାର ୨୦୦ରୁ ଅଧିକ କର୍ମୀ ଓ ନେତା । ରାହୁଲଙ୍କ ସହ ପାଦରେ ପାଦ ମିଶାଇ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, AICC ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ସମେତ ଶତାଧିକ କର୍ମୀ ଓ ନେତା ଯୋଡି ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 4, 2023, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.