ETV Bharat / state

ଅନାସ୍ଥା ଆଲୋଚନା ବେଳେ ଗୃହକୁ ବିଭ୍ରାନ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ: ପ୍ରସାଦ ହରିଚନ୍ଦନ

author img

By

Published : Aug 11, 2023, 9:15 PM IST

ଗତକାଲି ସଂସଦରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଓଡ଼ିଶାବାସୀ ୨୮ ବର୍ଷ ହେବ କଂଗ୍ରେସ ଉପରେ ବିଶ୍ବାସପ୍ରକଟ କରୁନଥିବା କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହାର ଜବାବ ରଖିଛି ଓଡ଼ିଶା କଂଗ୍ରେସ । ପ୍ରଧାନମନ୍ତ୍ରୀ ଗୃହରେ ଭୁଲ ଓ ବିଭ୍ରାନ୍ତିକର ତଥ୍ୟ ରଖିଥିବା ଅଭିଯୋଗ କଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଅଧିକ ପଢ଼ନ୍ତୁ

Prasad Harichandan Targets PM Modi
Prasad Harichandan Targets PM Modi
Prasad Harichandan Targets PM Modi

ଭୁବନେଶ୍ବର: ଗତକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଏବେ ଦେଶରେ ଅବିଶ୍ବାସ ପାଲଟିଯାଇଛି ବୋଲି ସେ କହିଥିଲେ । ଏପରିକି ଓଡ଼ିଶାରେ କଂଗ୍ରେସ ଦୀର୍ଘ ୨୮ ବର୍ଷ ହେବ ନୋ କନ୍‌ଫିଡେନ୍ସ ଭାବରେ ରହିଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଓଡିଶାବାସୀ କଂଗ୍ରେସକୁ ଆଉ ବିଶ୍ବାସ କୁ ନେଉନାହାନ୍ତି ବୋଲି କହିବା ସହ କଂଗ୍ରେସ ନେତୃତ୍ବରେ ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆକୁ ମଧ୍ୟ ମୋଦି କଟାକ୍ଷ କରିଥିଲେ । ନାଁ ପରିବର୍ତ୍ତନ କରି ବିରୋଧୀ ଲୁଟର ଦୋକାନ ଖୋଲିଛନ୍ତି ବୋଲି ସେ କହିଥିଲେ । ତେବେ ସଂସଦରେ ପ୍ରଧାନମନ୍ତ୍ରୀଙ୍କର ଏଭଳି ବିବୃତ୍ତିକୁ ନେଇ ଓଡ଼ିଶାରେ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ବିଜେପି ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି, "ଗତକାଲି ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ହୃଦୟସ୍ପର୍ଶୀ ଥିଲା । ସମଗ୍ର ଦେଶବାସୀ ଏହାକୁ ସ୍ବାଗତ କରିଛନ୍ତି । ସଂସଦ ଭିତରେ ରାହୁଲ ଗାନ୍ଧିଙ୍କ ଯେଉଁଭଳି ବ୍ୟବହାର, ମହିଳା ସାଂସଦଙ୍କୁ ଫ୍ଲାଇଂ କିସ୍‌ ସଂସଦର ଗାରିମା କକୁ ନଷ୍ଟ କଲା । ରାହୁଲ ଗାନ୍ଧିଙ୍କ ଗ୍ରହଣୀୟତା ଉପରେ ଭାରତବାସୀ ଆଗାମୀ ଦିନରେ ଜବାବ ଦେବେ । ଓଡ଼ିଶାରେ କଂଗ୍ରେସ ନିଜର ଅସ୍ତିତ୍ବ ପାଇଁ ଲଢ଼ୁଛି । ସେମାନେ ନିଜ ଦଳ ଭିତରେ ପରସ୍ପର ସହ ଲଢ଼ୁଛନ୍ତି । ତେଣୁ ସେମାନେ ବିଜେଡି ସରକାର ବିରୋଧରେ ଲଢ଼ିପାରିବେ ନାହିଁ । ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଯାହା, କଂଗ୍ରେସ ୨୦୨୪ ବେଳକୁ ସ୍ଥିତିହୀନ, ସତ୍ତାହୀନ ଦଳ ହୋଇଯାଇଥିବ ।"

ଏହା ମଧ୍ୟ ପଢ଼ନ୍ତୁ...PM Attack On Congress: ମିଳିତ ବିରୋଧୀ UPA ର ଅନ୍ତିମ ସଂସ୍କାର କରିଦେଲେ: ପ୍ରଧାନମନ୍ତ୍ରୀ

ସେପଟେ ପ୍ରଧାନମନ୍ତ୍ରୀଙ୍କ ଏଭଳି କଡ଼ା ସମାଲୋଚନାର ଜବାବ ଦେଇଛି ରାଜ୍ୟ କଂଗ୍ରେସ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଗତକାଲି ଲୋକସଭାରେ ଅନାସ୍ଥା ଆଲୋଚନା ବେଳେ ଗୃହକୁ ବିଭ୍ରାନ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ପାଖରୁ ଏଭଳି ଭୁଲ ତଥ୍ୟ ଆଶା କରାଯାଏ ନାହିଁ । ଓଡ଼ିଶାରେ ଦୀର୍ଘ ୨୮ ବର୍ଷ ହେବ କଂଗ୍ରେସ ଲୋପ ପାଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଲେ । କିନ୍ତୁ ୧୯୯୫- ୨୦୦୦ ପର୍ଯନ୍ତ ଓଡ଼ିଶାରେ କଂଗ୍ରେସ ସରକାର ଥିଲା । ୨୩ ବର୍ଷକୁ ୨୮ ବର୍ଷ କହିଦେଲେ ପ୍ରଧାନମନ୍ତ୍ରୀ । ତାଙ୍କ ପାଇଁ ଭାଷଣ ପ୍ରସ୍ତୁତ ହେଉଛି, ଭାଷଣକୁ ପରଖା ଯାଉଛି । ଏଭଳି ଭୁଲ ଗ୍ରହଣୀୟ ନୁହେଁ । ପ୍ରଧାନମନ୍ତ୍ରୀ ଜାଣିବା ଦରକାର ୧୯୯୫ ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ଥିଲା ମାତ୍ରା ୭ ପ୍ରତିଶତ । କିନ୍ତୁ ୨୦୦୦ ମସିହାରେ ବିଜେଡି ସହ ମିଶି ସେମାନେ ସରକାର ଗଠନ କରିଥିଲେ । ସେହିଭଳି ୧୯୮୫ ମସିହାରେ ସାରା ଭାରତ ବର୍ଷର ମୋଟ ୨ଟି ଲୋକସଭା ସିଟ୍‌ ଜିତିଥିଲା ବିଜେପି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ମଧ୍ୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଅହଂକାର ଦେଖାଇବା ଆଗରୁ ଏହି ତଥ୍ୟକୁ ଭୁଲିଯିବା କଥା ନୁହେଁ । ଭାରତବାସୀ ଏହି ଅହଂକାରକୁ କେବେ ଗ୍ରହଣ କରିବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.