ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ପାଳିତ ହେଲା ସମ୍ବିଧାନ ଦିବସ । କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ ପକ୍ଷରୁ “ସମ୍ପ୍ରତି ଆମ ସମ୍ବିଧାନ ସୁରକ୍ଷିତ କି” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେବା ସହ ଡ଼ଃ ବି ଆର ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସମ୍ପ୍ରତି ପରିସ୍ଥିତିରେ ସମ୍ବିଧାନର କ୍ଷମତାର ଅପବ୍ୟବହାର ହେଉଛି ବୋଲି ଶରତ କହିଛନ୍ତି ।
-
ଆଜି ସମ୍ବିଧାନ ଦିବସରେ ପିସିସି ସଭାପତି ଶ୍ରୀ ସରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଡାକ୍ତର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। pic.twitter.com/pEKn82xFMW
— Odisha Congress (@INCOdisha) November 26, 2023 " class="align-text-top noRightClick twitterSection" data="
">ଆଜି ସମ୍ବିଧାନ ଦିବସରେ ପିସିସି ସଭାପତି ଶ୍ରୀ ସରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଡାକ୍ତର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। pic.twitter.com/pEKn82xFMW
— Odisha Congress (@INCOdisha) November 26, 2023ଆଜି ସମ୍ବିଧାନ ଦିବସରେ ପିସିସି ସଭାପତି ଶ୍ରୀ ସରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଡାକ୍ତର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। pic.twitter.com/pEKn82xFMW
— Odisha Congress (@INCOdisha) November 26, 2023
ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,"ଆଜିର ଦିନ ପ୍ରତିଟି ଭାରତୀୟମାନଙ୍କ ପାଇଁ ଏକ ଗୌରବର ଦିବସ । ୧୯୪୯ ମସିହା ଆଜିର ଦିନରେ ଭାରତର ସମ୍ବିଧାନ ସଭା (Constituent Assembly) ଭାରତୀୟ ସମ୍ବିଧାନକୁ ସ୍ବୀକାର କରିଥିଲା । ଯେଉଁ ସମ୍ବିଧାନ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନ ହେଉଛି ଭାରତ ବର୍ଷର ସର୍ବଶ୍ରେଷ୍ଠ ଆଇନ ଗ୍ରନ୍ଥ । ଆମ ସମ୍ବିଧାନ ଆମ ଗଣତନ୍ତ୍ରର ମୂଳମନ୍ତ୍ର । ସମ୍ବିଧାନରୁ ଭାରତବର୍ଷର ସବୁ ଆଇନ ସୃଷ୍ଟି ହୋଇଛି । ଏହି ସମ୍ବିଧାନର ପ୍ରଣେତା ହେଉଛନ୍ତି ବାବା ସାହେବ ଭୀମରାଓ ଆମ୍ବେଦକର ।"
ଏହା ବି ପଢନ୍ତୁ- ସମ୍ବିଧାନ ଦିବସରେ ଗୋବର ଉହାଡରେ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି
ସେ ଆହୁରି କହିଛନ୍ତି, "ଆମ ସମ୍ବିଧାନରେ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଉପରେ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀକୁ ସଂପୂର୍ଣ୍ଣ ରୂପେ ବାଖ୍ୟା କରାଯାଇଛି । କିନ୍ତୁ ବିଗତ କିଛିବର୍ଷ ଧରି ଆମେ ଦେଖୁଛୁ ଭାରତବର୍ଷର ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ଓ ଲୋକଙ୍କ ଦ୍ବାରା ନିର୍ବାଚିତ ସରକାରକୁ ଅସାଧୁ ଉପାୟରେ ଭାଙ୍ଗି ଦିଆଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଆଜି ନିରପେକ୍ଷ ରହିପାରୁ ନାହିଁ । ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ରାଜନେତା ବା ନାଗରିକଙ୍କ ଉପରେ କ୍ଷମତାସୀନ ସରକାର ଇଡି ଓ ସିବିଆଇ ଲଗାଇ ତାଙ୍କର କଣ୍ଠରୋଧ କରୁଛନ୍ତି । ଭାରତୀୟଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯାଉଛି । ସମ୍ବିଧାନ ଦ୍ବାରା ପ୍ରଣିତ ଆଇନର ଖୋଲା ଉଲ୍ଲଙ୍ଘନ ହେଉଛି । "
ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଅଞ୍ଚଳରର ଆଧାରରେ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚକ୍ରାନ୍ତ ଚାଲୁଛି । ଭାରତର ଆତ୍ମା ହେଉଛି ସମ୍ବିଧାନ, ଯାହାକି ବିଭିନ୍ନତା ମଧ୍ୟରେ ଏକତାକୁ ମଜଭୁତ ରଖିଛି । ମାତ୍ର କିଛି ନିର୍ଦ୍ଦିଷ୍ଟ କ୍ଷମତା ଲୋଭୀ ଗୋଷ୍ଠୀ ନିଜର ଫାଇଦା ହାସଲ ପାଇଁ ସମ୍ବିଧାନର କ୍ଷମତାର ଅପବ୍ୟବହାର କରୁଛନ୍ତି । ଆମର ପ୍ରିୟ ନେତା ଜନନାୟକ ରାହୁଲ ଗାନ୍ଧୀ ସମ୍ବିଧାନକୁ ସୁରକ୍ଷିତ ଓ ସଶକ୍ତ କରିବାପାଇଁ ଐତିହାସିକ ଭାରତଯୋଡ଼ ଯାତ୍ରା କରିଥିଲେ । ସମ୍ବିଧାନକୁ ଅପବ୍ୟବହାର କରାଯାଉଛି । ସମ୍ବିଧାନକୁ ବଞ୍ଚାଇବାକୁ ପଡ଼ିବ । ଆମ ଗଣତନ୍ତ୍ରକୁ ରକ୍ଷା କରିବାକୁ ପଡ଼ିବ । ସୁତରାଂ ଆମର ସମ୍ବିଧାନ ସମ୍ପ୍ରତି ଅସୁରକ୍ଷିତ ଅବସ୍ଥାରେ ଅଛି । ସମ୍ବିଧାନର ସୁରକ୍ଷା କରିବା ପାଇଁ ଲଢ଼େଇ କରିବା ହିଁ ପ୍ରତ୍ୟେକ ଭାରତୀୟର ପ୍ରଧାନ କର୍ତ୍ତବ୍ୟ ବୋଲି ଶରତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର