ETV Bharat / state

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଦୁବାଇରେ ତେଜିଲା ସ୍ବର

author img

By

Published : Sep 8, 2022, 1:01 PM IST

ସୁଦୂର ଦୁବାଇରେ ଉଠିଲା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି । ଅଧିକ ପଢନ୍ତୁ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଦୁବାଇରେ ତେଜିଲା ସ୍ବର
ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଦୁବାଇରେ ତେଜିଲା ସ୍ବର

ଆବୁଧାବି: ୧୮୧୭ ମସିହାରେ ଖୋର୍ଦ୍ଧାର ବରୁଣେଇରୁ ବ୍ରିଟିଶଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ପ୍ରଥମ ସଶସ୍ତ୍ର ଗଣବିପ୍ଳବ । ପାଇକ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଏହି ମୁକ୍ତି ସଂଗ୍ରାମ ସଂଗଠିତ ହୋଇଥିଲା । ପରେ ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପଟ୍ଟଶାଣୀ, ମାଧବ ଚନ୍ଦ୍ର ରାଉତରାୟଙ୍କ ଭଳି ବୀର ପାଇକମାନେ ଏଥିରେ ଯୋଗଦେଇ ଇଂରେଜଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ ।

କିନ୍ତୁ ଇଂରେଜ ବିରୁଦ୍ଧରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ବିଦ୍ରୋହକୁ ଭାରତ ସରକାର ଆଜି ପର୍ଯ୍ୟନ୍ତ କୌଣସି ମାନ୍ୟତା ଦେଇନାହାନ୍ତି । ପାଇକ ବିଦ୍ରୋହକୁ(Paika Revolution) ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ପାଇଁ ଓଡିଶାରେ ଦାବି ଜୋର ଧରିଥିବା ବେଳେ ଏବେ ସୁଦୂର ଦୁବାଇରେ ମଧ୍ୟ ସମାନ ଦାବି ଉଠିଛି । ଦୁବାଇର ହୋଟେଲ ଗ୍ରାଣ୍ଡ ଏକସେଲ ଠାରେ ଦୁବାଇ ଓଡ଼ିଆ ସମାଜ ଓ ଖୋର୍ଦ୍ଧା ନାଗରିକ ମଞ୍ଚ ମିଳିତ ସହଯୋଗରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଏକ ସଭା ଓ ଶୋଭାଯାତ୍ରା ଆୟୋଜିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ନାଗରିକ ମଞ୍ଚର ସଭାପତି ସଞ୍ଜୟ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି, ''ଭାରତ ସରକାରଙ୍କ ପାଇକଙ୍କ ପ୍ରତି ଏଭଳି ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସମସ୍ତ ଓଡ଼ିଆଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ।'' ଉଲ୍ଲେଖଯୋଗ୍ୟ, ପାଇକ ବିଦ୍ରୋହ ଓଡ଼ିଆ ଜାତି ପାଇଁ ଏକ ଗର୍ବ ଓ ବଳିଦାନର ଗାଥା । ଦୀର୍ଘ ଦିନରୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି ଜୋର ଧରିଛି ।

ଏହାମଧ୍ୟ ପଢନ୍ତୁ: ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନ ପଚାରିଲା କେନ୍ଦ୍ରାପଡ଼ା ବିଜେପି ଯୁବମୋର୍ଚ୍ଚା

ମାର୍ଚ୍ଚ ୨୯ ତାରିଖ ୧୮୧୭ ମସିହାରେ ଘୁମୁସରକୁ ଶତାଧିକ ବ୍ୟକ୍ତି ବାଣପୁର ଅଭିମୁଖେ ଯାତ୍ରା ତଥା ଟ୍ରେଜେରୀ ଲୁଟ୍ ଇତ୍ୟାଦିରୁ ହିଁ ପାଇକ ବିଦ୍ରୋହ ସୂତ୍ରପାତ ହୋଇଥିଲା । ପାଇକ ବିଦ୍ରୋହୀ ଥିଲା ବାସ୍ତବ ପକ୍ଷେ ଇଂରେଜ ଶାସନ ବିରୁଦ୍ଧରେ ଏକ ଜନ ଆନ୍ଦୋଳନ । ଏଥିରେ ପାଇକ, ରୟତ, ଜମିଦାର ଦଳବେହେରା ସମସ୍ତେ ଇଂରେଜ ସରକାରଙ୍କ ଆର୍ଥିକ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ।

ସିପାହୀ ବିଦ୍ରୋହର ଠିକ ଚାଳିଶବର୍ଷ ପୂର୍ବରୁ ଇଂରେଜ ଶାସନ ଉତ୍ପୀଡନ ବିରୁଦ୍ଧରେ ଏପରି ସଂଗ୍ରାମ ହୋଇଥିବାରୁ ଏହାକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଜୋର ଦେଇ କୁହାଯାଇପାରେ । ଏହି ମାନ୍ୟତା ଦାବିରେ ନିକଟରେ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ(massive paika rally) ହୋଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.