ଭୁବନେଶ୍ବର: ଚାଲିଛି ନାମଲେଖା ଋତୁ । ଚଳିତ ଶିକ୍ଷାବର୍ଷ 2023-24 ବର୍ଷ ପାଇଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ଜାରି ରହିଛି । ଏହି ସମୟରେ ନକଲି ସାର୍ଟିଫିକେଟ ଭୟ ଦେଖିବାକୁ ମିଳିଛି । ରାଜ୍ୟରେ ନକଲି ସାର୍ଟିଫିକେଟ ତାଲିକା ବଢୁଥିବା ଦେଖିବାକୁ ମିଳିଛି । ନାମଲେଖାର ସମୟରେ ଧାର୍ଯ୍ୟ ସିଟକୁ ନେଇ ନକଲି ସାର୍ଟିଫିକେଟ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି । ଏହାଦ୍ବାରା ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ରହିଥାନ୍ତି । ଗତ ବର୍ଷ ପାଖାପାଖି ଏକାଧିକ ଛାତ୍ରଛାତ୍ରୀ ଏହି ପରି କରିଥିବା ନଜରକୁ ଆସିଥିଲା ।
ରାଜ୍ୟରେ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ସିଟ ହାତେଇବାକୁ ନକଲି ସାର୍ଟିଫିକେଟ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି । ଏହାଦ୍ବାରା ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ରହିଥାନ୍ତି । ଗତ ବର୍ଷ ବିଭିନ୍ନ ବିଭାଗର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଏପରି କରିଥିବା ନଜରକୁ ଆସିବ ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏପରିକି ରାଜ୍ୟରେ ଥିବା ପ୍ରମୁଖ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇଥିଲେ । ଗତ ବର୍ଷ ୬୦ଜଣ ଛାତ୍ରଛତ୍ରୀଙ୍କ ଆଡମିସନ ବାତିଲ କରାଯାଇଥିଲା ।
ପ୍ରମୁଖ ମହାବିଦ୍ୟାଳୟ ଗୁଡିକ ମଧ୍ୟରେ ଭୁବନେଶ୍ବରର ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ମହର୍ଷି କଲେଜ, ଭୁବନେଶ୍ବରର ରାଜଧାନୀ ମହାବିଦ୍ୟାଳୟ, ଭଦ୍ରକ ସ୍ବଂୟଶାସିତ ମହାବିଦ୍ୟାଳୟ, କଟକର ଜେକେବିକେ କଲେଜ ଏବଂ ପୁରୀର ଏସସିଏସ ମହାବିଦ୍ୟାଳୟ ଭଳି ଅନେକ ମହାବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଇ ନାମଲେଖାଇଥିବା ନଜରକୁ ଆସିଥିଲା । ଫଳରେ ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସରକାରୀ କଲେଜମାନଙ୍କରେ ଆବଶ୍ୟକତା ଅନୁଯାୟୀ ସିଟ ପାଉନଥିବା ବେଳେ ସାଧାରଣ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦେଖାଇ ସ୍ୱଳ୍ପ ଦେୟରେ ନାମ ଲେଖାଉଥିବା ଅଭିଯୋଗ ହୋଇଥିଲା । ଏଭଳି ଘଟଣାକୁ ନେଇ ଶିକ୍ଷା ବିଭାଗ ନାମଲେଖା ସମୟରେ ସମସ୍ତଙ୍କ ପ୍ରମାଣପତ୍ରକୁ ତନତନ କରି କରି ଦେଖିବା ସହ ଘଟଣାକୁ ଗୁରୁତର ଶହ ମଧ୍ୟ ନେଇଛନ୍ତି ।
ଏହା ବି ପଢନ୍ତୁ...ଯୁକ୍ତ ତିନି ନାମଲେଖା, ରାଜ୍ୟର କମୁଛି ଟପ୍ କଲେଜର କ୍ରେଜ
ନାମଲେଖା ସମୟରେ ନକଲି ସାର୍ଟିଫିକେଟ ଟେନସନକୁ ନେଇ ଅଭିଭାବକ ମହାସଂଘ କହିଛି, ''ରାଜ୍ୟରେ ନାମଲେଖା ପକ୍ରିୟା ଚାଲିଛି । ଅନେକ କଲେଜରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦର୍ଶାଇ ଅନେକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ତେବେ ଏହା ଦ୍ଵାରା ଅନେକ ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ଯଦି ଆଡମିଶନ ସମୟରେ ସଠିକ ଭାବରେ ସାର୍ଟିଫିକେଟ ଯାଞ୍ଚ କରାଯାଏ । ସେମାନଙ୍କ ବିରୋଧରେ କଠୋର ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ତେବେ ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କଲେଜରେ ଉଚିତ ସିଟ ମିଳିପାରିବ ।''
ଭଦ୍ରକ ସ୍ବଂୟଶାସିତ ମହାବିଦ୍ୟାଳୟରୁ ସର୍ବାଧିକ 28 ଜଣ ଛାତ୍ରଛାତ୍ରୀ, ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟରୁ 11 ଜଣ, ରାଜଧାନୀ କଲେଜର 6 ଜଣ, ଭୁବନେଶ୍ବରର ମହର୍ଷି ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । କଟକର ଜେକେବିକେ କଲେଜର 4 ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ପୁରୀ ଏସସିଏସ କଲେଜରେ 11 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ ।
ଗତ ବର୍ଷ ଯେଉଁମାନେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦର୍ଶାଇ ନାମ ଲେଖାଉଛନ୍ତି ସେମାନଙ୍କ ନାମଲେଖାକୁ ବାତିଲ କରାଯାଇଥିଲା । ତେବେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ କେମିତି ହାତଉଛନ୍ତି ? କେଉଁଠି ପ୍ରସ୍ତୁତ କରାଯାଉଛି ? ଏଥିରେ କେଉଁମାନେ ସାମିଲ ରହିଛନ୍ତି ? ତାହା ତଦନ୍ତ ସାପେକ୍ଷ । ଚଳିତ ବର୍ଷ ଯେପରି ନାମଲେଖାରେ ଏହିପରି କୌଣସି ପରିସ୍ଥିତି ସୃଷ୍ଟି ନହୁଏ ସେ ନେଇ ବିଭାଗ ସଜାଗ ରହିଛି ।
ଇଟିିଭି ଭାରତ, ଭୁବନେଶ୍ବର