ETV Bharat / state

ଜାପାନରେ ନବୀନ, ଟୋକିଓରେ ଓଡ଼ିଶା ବିଜନେସ ମିଟକୁ କରିବେ ସମ୍ବୋଧନ - ଜାପାନରେ ନବୀନ ପଟ୍ଟନାୟକ

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ । ମୁଖ୍ୟମନ୍ତ୍ରୀ ଓ ଟିମ ଓଡିଶାକୁ ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

ଜାପାନରେ ନବୀନ ପଟ୍ଟନାୟକ
naveen patnaik arrived in Japan
author img

By

Published : Apr 4, 2023, 9:40 AM IST

Updated : Apr 4, 2023, 11:46 AM IST

naveen patnaik arrived in Japan

ଭୁବନେଶ୍ବର: ଜାପାନ ଗସ୍ତରେ ଯାଇ ଟୋକିଓରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ସମୟ ଭୋର 4ଟାରେ ମୁଖ୍ୟମନ୍ତ୍ରୀ ଓ ଓଡିଶା ପ୍ରତିନିଧି ଦଳ ଜାପାନରେ ଅବତରଣ କରିଛନ୍ତି । ଟୋକିଓରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଓ ଟିମ ଓଡିଶାକୁ ସ୍ବାଗତ କରିଛନ୍ତି ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

  • オリッサ州のナヴィーン・パトナーヤク州首相閣下の来日を歓迎します。州首相閣下は、投資、貿易、産業開発の機会に従事するために、オリッサ州の高官や企業代表者からの代表団を率いています。 https://t.co/DJd5f0SUJV

    — India in Japanインド大使館 (@IndianEmbTokyo) April 4, 2023 " class="align-text-top noRightClick twitterSection" data=" ">

ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ବୁଧବାର) ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ । ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ ନିମନ୍ତ୍ରଣ କରିବେ । ଆସନ୍ତା 10 ତାରିଖ ଯାଏ ଶିଳ୍ପପତିଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ଓ ଟିମ ଓଡିଶା । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ, ତାହା ଟିମ ଓଡ଼ିଶାର ଫୋକସ ରହିବ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ଯ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ଏଥିଲାଗି ଜାପାନର 3 ଟି ସହରରେ କାର୍ଯ୍ୟକ୍ରମର ଆୟୋଜନ କରିଛି ଟିମ ଓଡିଶା । ଟୋକିଓ, କ୍ବିଟୋ ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଜାପାନରେ ନିବେଶକ ସମ୍ମିଳନୀ ନେଇ ଆଶାବାଦୀ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଶିଳ୍ପ କ୍ଷେତ୍ରରେ ଓଡିଶା ଶିଖର ଛୁଇଁବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଶିଳ୍ପ, ପର୍ଯ୍ୟଟନ, ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ସହ କ୍ରୀଡ଼ା କ୍ଷେତ୍ରରେ ଜାପାନ ସହିତ ସହଭାଗିତା କରିବାକୁ ଆଶା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ସହ ରୋଡ ସୋ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ ଟିମ ଓଡ଼ିଶାର ପ୍ରତିନିଧି । 2022ରେ ଇଟାଲୀ, ଦୁବାଇ ସହ ଦେଶର ବଡ଼ ସହରରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ନିମନ୍ତ୍ରଣ କରି ଓଡ଼ିଶାକୁ ପୁଞ୍ଜି ଆଣିବାରେ ସଫଳ ହୋଇଛନ୍ତି । ଦୁବାଇରୁ 21 ହଜାର କୋଟି ଟଙ୍କା ପୁଞ୍ଜି ଆସିଥିବା ଜଣାପଡିଛି ।

ଟିମ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ସୋମବାର ପୂର୍ବାହ୍ନ ସାଢେ 9ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ବାହାରିଥିଲେ । ନବୀନ ଆଣ୍ଡ ଟିମ ସୋମବାର ସନ୍ଧ୍ୟାରେ ସିଙ୍ଗାପୁରରେ ପହଁଚିଥିଲେ । ସିଙ୍ଗାପୁରରୁ ଆଉ ପ୍ରାୟ 7 ଘଣ୍ଟାର ଯାତ୍ରା ପରେ ଆଜି (ମଙ୍ଗଳବାର) ଭୋର ସମୟରେ ଜାପାନରେ ପହଁଚିଛି ଓଡିଶା ଟିମ । ମୁଖ୍ୟମନ୍ତ୍ରୀ ସହ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଇପିକଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନେଲ କ୍ରୀଷ୍ଣା ଓ ଏକ ବ୍ୟବସାୟ ପ୍ରତିନିଧି ଦଳ ଜାପାନ ଗସ୍ତରେ ଯାଇଛନ୍ତି । ସେଥିରେ ଷ୍ଟିଲ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ଓ ସମୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରିନ-ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ଶିଳ୍ପର ପ୍ରତିନିଧି ରହିଛନ୍ତି ।

ଜାପାନ ସହିତ ବ୍ୟବସାୟିକ ସହଯୋଗ ନେଇ ଆଲୋଚନାରେ ସାମିଲ ହେବେ । ଗସ୍ତ ସମୟରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦକ୍ଷ ନିବେଶକଙ୍କ ସହିତ ଏକକ ଆଲୋଚନା କରିବେ । ଜାପାନରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହିତ ମଧ୍ୟ ବୈଠକ ଓ ଆଲୋଚନା ହେବ । ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କାମିତସୁ ଷ୍ଟିଲ ୱାର୍କସ୍ ଆଣ୍ଡ ଆର ଆଣ୍ଡ ଡି ସେଣ୍ଟର ପରିଦର୍ଶନ କରିବେ । ଦକ୍ଷତା ବିକାଶ ଓ ହାଇଟେକ ଷ୍ଟାର୍ଟ ଅପ ବାବଦରେ ମଧ୍ୟ ଦଳ ଅନୁଧ୍ୟାନ କରିବ ।

କିୟୋଟୋରେ ଓଡିଶା-ଜାପାନ ସହଭାଗୀତା ନେଇ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର, ଇକୋ ଟୁରିଜିମ ନେଇ ଆଲୋଚନା କରିବେ । ସେହିପରି ଓଡିଶାରେ କ୍ରୀଡା ଓ ଆନୁଷଙ୍ଗିକ ବ୍ୟବସ୍ଥାର ବିକାଶ ଲାଗି ମଧ୍ୟ ଜାପାନ ସହ ସହଭାଗୀତା ଉପରେ ଜୋର ଦିଆଯିବ । ଗତ ମେକ ଇନ ଓଡ଼ିଶା କନକ୍ଲେଭରେ କଣ୍ଟ୍ରି ପାର୍ଟନର ଥିଲା ଜାପାନ । ଜାପାନ ରାଷ୍ଟ୍ରଦୂତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଜାପାନ ଆସିବା ଲାଗି ନିମନ୍ତ୍ରଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 4, 2023, 11:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.