ETV Bharat / state

3rd Richest CM Naveen: ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ, ଜାଣନ୍ତୁ କେତେ ସମ୍ପତ୍ତି ? - ଏଡିଆର ରିପୋର୍ଟ

ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସମ୍ପତ୍ତି ହେଉଛି 15 ଲକ୍ଷ 38 ହଜରା 38 ଟଙ୍କା । ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ତାଳିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ
ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ
author img

By

Published : Apr 12, 2023, 4:05 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନି ମୁଖ୍ୟମନ୍ତ୍ରୀ । ନବୀନଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ୟ ହେଉଛି 63 କୋଟି 87 ଲକ୍ଷ 41 ହଜାର 816 ଟଙ୍କା । ପ୍ରକାଶିତ ହୋଇଥିବା ଏଡିଆର ରିପୋର୍ଟରୁ ଏହା ଜଣାପଡିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ କୌଣସି ମାମଲା ନାହିଁ ।

ଏଡିଆର ରିପୋର୍ଟ ଅନୁସାରେ ଦେଶର ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗନ ମୋହନ ରେଡ୍ଡୀ । ତାଙ୍କର ମୋଟ ସମ୍ପତ୍ତିର ମୁଲ୍ୟ ହେଉଛି 510 କୋଟି 38 ଲକ୍ଷ 16 ହଜାର 566 ଟଙ୍କା । ଦେଶର ଦ୍ବିତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ପ୍ରେମାଙ୍କ ସମ୍ପତ୍ତିର ମୁଲ୍ୟ ହେଉଛି 163 କୋଟି 50 ଲକ୍ଷ 58 ହଜାର 142 ଟଙ୍କା ।

ଏହାବି ପଢନ୍ତୁ- ଜିଲ୍ଲାବାସୀଙ୍କ ସ୍ବପ୍ନ ହେଲା ପୂରଣ, କଳାହାଣ୍ଡି ମେଡ଼ିକାଲ କଲେଜକୁ ମିଳିଲା ଅନୁମୋଦନ

ସେହିପରି ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସମ୍ପତ୍ତି ହେଉଛି 15 ଲକ୍ଷ 38 ହଜରା 38 ଟଙ୍କା । ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ତାଳିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ଏକ କୋଟି 18 ଲକ୍ଷ 75 ହଜାର ଟଙ୍କା । ଗରିବ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଖଟ୍ଟରଙ୍କ ସମ୍ପତ୍ତିର ମୁଲ୍ୟ ହେଉଛି 1 କୋଟି 27 ଲକ୍ଷ 985 ଟଙ୍କା ।

ସେହିପରି ଏଡିଆର ରିପୋର୍ଟ ଅନୁସାରେ ନବୀନ ପଟ୍ଟନାୟକଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ଦେଶର ସର୍ବାଧିକ ମାମଲା ଥିବା ମୁଖ୍ୟମନ୍ତ୍ରୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ତାଙ୍କ ନାଁ ରେ ମୋଟ 64 ମାମଲା ରହିଛି । ସେଥିରୁ ସଂଗୀନ ମାମଲା ହେଉଛି 37 ଟି । ଏଡିଆର ରିପୋର୍ଟ ଅନୁସାରେ ଓଡିଶାର ବିଜୁ ଜନତା ଦଳ ଭାରତରେ ଦ୍ବିତୀୟ ଆଞ୍ଚଳିକ ଧନି ରାଜନୈତିକ ଦଳ । ତାଲିମନାଡୁର ଡିଏମକେ ହେଉଛି ଦେଶର ସବୁଠାରୁ ଧନି ଆଞ୍ଚଳିକ ରାଜନୈତିକ ଦଳ । ବିଜେଡି ପାଖରେ ରହିଛି 307.288 କୋଟି। ଯାହା ସମସ୍ତ ରାଜନୈତିକ ଦଳର ମୋଟ ଆୟର 25.33 ପ୍ରତିଶତ । ଡିଏମକେର ସବୁଠୁ ଅଧିକ ଆୟ 318.745 କୋଟି । ଟିଆରଏସର ମୋଟ ଆୟ 218.112 କୋଟି ।

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗତ୍ୟ: ଏଡିଆର ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏଟ । ଏହାସହ ଦେଶର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ (ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ) ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ । ଏତତ ବ୍ୟତୀତ 3 ଜଣ ମୁଖ୍ୟମନ୍ତ୍ରୀ ଦ୍ବାଦଶ ପାସ କରିଥିବା ବେଳେ, 11 ଜଣ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏଟ । 4 ଜଣ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏଟ ପ୍ରଫେସନାଲ, 9 ଜଣ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ପୋଷ୍ଟ ଗ୍ରାଜୁଏଟ, ଜଣେ ମୁଖ୍ୟମନ୍ତ୍ରୀ (ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ) ଶିକ୍ଷାଗତ ଯୋଗ୍ୟତା ହେଉଛି ଡକ୍ଟରେଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଡିପ୍ଲୋମା ।

ଦେଶର ଜଣେ ମହିଳା ମୁଖ୍ଯମନ୍ତ୍ରୀ: ଦେଶର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ଶାସନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.