ETV Bharat / state

ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା; ସରକାରଙ୍କ ସଂସ୍ଥାଗତ ଦକ୍ଷତା ବିକାଶର ହେଲେ ମୁଖ୍ୟ ଉପଦେଷ୍ଟା

author img

By

Published : Aug 4, 2023, 10:34 PM IST

ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ବ ମିଳିବା ସହ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ସଂସ୍ଥାଗତ ଦକ୍ଷତା ବିକାଶର ମୁଖ୍ୟ ଉପଦେଷ୍ଟା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢ଼ନ୍ତି

subroto bagchi appoints as chief adviser for institutional capacity building
ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା

ଭୁବନେଶ୍ବର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସଂସ୍ଥାଗତ ଦକ୍ଷତା ବିକାଶର ମୁଖ୍ୟ ଉପଦେଷ୍ଟା ହୋଇଛନ୍ତି ସୁବ୍ରତ । ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ମିଳିବ । ଏହି ନିଯୁକ୍ତି ପରେ ସୁବ୍ରତ ରାଜନୀତିରେ ପ୍ରବେଶ ନେଇ ହେଉଥିବା ଚର୍ଚ୍ଚାର ସାମୟିକ ଅବସାନ ଘଟିଛି ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ସୁବ୍ରତ ଦୀର୍ଘ 7 ବର୍ଷ ଧରି କାର୍ଯ୍ୟ କରିଛନ୍ତି । ହଠାତ ଗତ ଜୁନ 29 ତାରିଖରେ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଟ୍ୱିଟ୍‌ କରି ଇସ୍ତଫା ଦେଇଥିବା ଖୋଦ ସୁବ୍ରତ ସୂଚନା ଦେଇଥିଲେ । ସେହି ପଦରେ ଅନ୍ୟ ଜଣେ ନୂଆ ନିଯୁକ୍ତି ପାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ । ଏହା ପରେ ସୁବ୍ରତଙ୍କୁ ନେଇ ନାନା ଚର୍ଚ୍ଚା ଏବଂ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସୁବ୍ରତ ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିବା କଥା କୁହାଗଲା । ସେହିପରି ସେ ନିଜ କ୍ୟାନସର ହସ୍ପିଟାଲକୁ ଅଧିକ ସମୟ ଦେବା ପାଇଁ ଇସ୍ତଫା ଦେଇଥିବା କଥା ମଧ୍ୟ କୁହାଯାଉଥିଲା । କିନ୍ତୁ ରାଜ୍ୟ ସରକାର ଆଜି ପୁଣିଥରେ ତାଙ୍କୁ ନୂଆ ନିଯୁକ୍ତି ଦେଇ ଥଇଥାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ୧୪ଟି ନୂତନ ଏସଡିସି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଇନଷ୍ଟିଚ୍ୟୁସନାଲ କ୍ୟାପାସିଟି ବିଲ୍‌ଡିଂ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ସୁବ୍ରତ । ସୁବ୍ରତଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ସୁବ୍ରତଙ୍କୁ ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ସଂସ୍ଥାଗତ କ୍ଷମତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉପାଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ଏଭଳି ପଦ ପ୍ରଥମ ଥର ପାଇଁ ରାଜ୍ୟ ସରକାରରେ ସୃଷ୍ଟି ହୋଇଛି । ସେ ରାଜ୍ୟର ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକର ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ । ସେସବୁକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା ଦେବେ । ରାଜ୍ୟର ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ଓ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ଏକୀକୃତ ଦିଗଦର୍ଶନ ଦେବେ । ସୁବ୍ରତଙ୍କୁ ରାଜ୍ୟ ସରକାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ସହ ଏହି ପଦବୀରେ 7 ବର୍ଷ ଧରି କାର୍ଯ୍ୟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.