ETV Bharat / state

କିଡନୀ ଔଷଧ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ଅନ୍ଦୋଳନକାରୀଙ୍କ ଅସନ୍ତୋଷ

ଓଡ଼ିଶା ଷ୍ଟେଟ୍‌ ମେଡିକାଲ କାଉନସିଲ ଲିମିଟେଡ (OSMCL) ମାଧ୍ୟମରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ ହୋଇପାରିଛି ।ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ନିଷ୍କର୍ଷ ବାହାରିଛି। ଅଧିକ ପଢ଼ନ୍ତୁ

author img

By

Published : Nov 21, 2022, 12:11 PM IST

review meeting for kidney medicine
କିଡନୀ ଔଷଧ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ଅନ୍ଦୋଳନକାରୀଙ୍କ ଅସନ୍ତୋଷ ପ୍ରକାଶ

ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍‌ ମେଡିକାଲ କାଉନସିଲ ଲିମିଟେଡ (OSMCL) ମାଧ୍ୟମରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ ହୋଇପାରିଛି । ବିଶେଷଜ୍ଞ କମିଟି ଓ ରୋଗୀମାନେ ଏହାର ପାର୍ଶ୍ବପ୍ରତିକ୍ରିୟା ବାବଦରେ ଅଭିଯୋଗ କରିନାହାନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍କର୍ଷ ବାହାରିଛି । ରାଜ୍ୟରେ ଔଷଧ ଯୋଗାଣ କେମିତି ଚାଲିଛି ସେନେଇ ମୁଖ୍ୟ ଶାସନ ସଚିବ ମହାପାତ୍ର ରବିବାର ସମୀକ୍ଷା କରିଛନ୍ତି ।

ରାଜ୍ୟ ଔଷଧ ନିଗମ ଦ୍ବାରା ସରକାରୀ ଡାକ୍ତରଖାନାଗୁଡ଼ିକରେ ଖୋଲାଯାଇଥିବା ଔ‌ଷଧ ବିତରଣ କେନ୍ଦ୍ର ‘ନିର୍ମାଲ୍ୟ’ରେ ଔଷଧ ପହଞ୍ଚାଇବା ପୂର୍ବରୁ ଏହାର ଗୁଣବତ୍ତା ଯାଞ୍ଚ ଓ ଅନ୍ୟ ପ୍ରକ୍ରିୟା କରାଯାଉଛି । ଏନେଇ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ପ୍ରକାଶ କରିଛନ୍ତି । ବୈଠକରେ କିଡନୀ ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେପଟେ ଦୀର୍ଘ ଦିନ ହେଲା ଧାରଣାରେ ବସିଥିବା କିଡନୀ ରୋଗୀମାନେ ରାସ୍ତା ଅବରୋଧ କରି ବସିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକର କାଉଣ୍ଟର କରିଛନ୍ତି ଆନ୍ଦୋଳନକାରୀ ।

କିଡନୀ ଔଷଧ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ଅନ୍ଦୋଳନକାରୀଙ୍କ ଅସନ୍ତୋଷ

ରୋଗୀ ଓ ସମ୍ପର୍କୀୟମାନେ ଏହାକୁ ଖଣ୍ଡନ କରି ଅସନ୍ତୋଷ ଜାହିର କରିଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ବୈଠକରେ ଆଲୋଚନା ପରେ ଜାରି ହୋଇଥିବା ନିର୍ଦ୍ଦେଶରେ ଧାରଣାରତ ଆନ୍ଦୋଳନକାରୀମାନେ କୌଣସି ମେଡିସିନ ଦୋକାନରୁ ପଇସା ନେବା କଥା ଉଲ୍ଲେଖ ରହିଛି । ଓଡ଼ିଶାର ଗରିବ ଲୋକଙ୍କ ଉପରେ ସରକାର ଆକ୍ଷେପ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଔଷଧ ଦାବିରେ ଆନ୍ଦୋଳନ, ରାଜଧାନୀରେ ରାସ୍ତା ଅବରୋଧ କଲେ କିଡନୀ ରୋଗୀ

ସୂଚନାଯୋଗ୍ୟ, ନିର୍ମାଲ୍ୟ କାଉଣ୍ଟରରେ କିଡନୀ ରୋଗୀ ଓ କିଡନୀ ପ୍ରତ୍ୟାରୋପଣ ହୋଇଥିବା ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଔଷଧ ଯୋଗାଇବା ପୂର୍ବରୁ ଏନ୍‌ଏବିଏଲ୍‌ ପରୀକ୍ଷାଗାରରେ ଗୁଣବତ୍ତା ଯାଞ୍ଚ କରାଯାଇଥାଏ । ପରୀକ୍ଷାଗାରରେ ଯାଞ୍ଚ ପରେ ଉପଯୋଗୀ ଔଷଧ ହୋଇଥଲେ ତାହା ରୋଗୀଙ୍କୁ ବିତରଣ କରାଯାଇଥାଏ । SCBରେ କିଡନୀ ପ୍ରତିରୋପଣ ବ୍ୟବସ୍ଥା 2012 ମାର୍ଚ୍ଚ 12 ମସିହାରେ ଆରମ୍ଭ ହୋଇଥିଲା । ଏସ୍‌ସିବିର ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଆଜି ପର୍ଯ୍ୟନ୍ତ 187 ଜଣ କିଡନୀ ରୋଗୀଙ୍କ ସଫଳତାପୂର୍ବକ ପ୍ରତିରୋପଣ କରାଯାଇଛି । ସେହିପରି 120 କିଡନୀ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏମାନଙ୍କ ମଧ୍ୟରୁ 75 ପ୍ରତିଶତ ରୋଗୀଙ୍କ କହିବା ଅନୁସାରେ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ଦିଆଯାଉଥିବା ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବପ୍ରତିକ୍ରିୟାର ସାମ୍ନା କରିନାହାନ୍ତି । ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.