ETV Bharat / state

Power Outage Issue; ମୁଖ୍ୟ ଶାସନ ସଚିବ ବିରକ୍ତି ପ୍ରକାଶ କଲେ, ବୈଠକ ଡାକିଲେ

ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘୋଷିତ ବିଜୁଳି କାଟ ଖବର ଆସୁଛି । ରାଜଧାନୀ ଭୁବନେଶ୍ବରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ପାୱାର କଟକୁ ନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଜବ ଯୁକ୍ତି ଜାରି ରହିଛି । ସେ କହିଛନ୍ତି ଯେ, ପାୱାରକଟ କେଉଁଠି ହେଉନି । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଅଧିକ ପଢନ୍ତୁ

author img

By

Published : Jun 10, 2023, 9:08 PM IST

ମୁଖ୍ୟ ଶାସନ ସଚିବ ବିରକ୍ତି ପ୍ରକାଶ କଲେ, ବୈଠକ ଡାକିଲେ

ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜରୁରୀ ବୈଠକ । ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରେ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି । କାଳବୈଶାଖୀ ଯୋଗୁଁ କଟିଥିବା ବିଦ୍ୟୁତ ସଂଯୋଗ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରଦୀପ । ସେପଟେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଜବ ଯୁକ୍ତି ଜାରି ରହିଛି । ଗତକାଲି କେନ୍ଦ୍ରାପଡାରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି କେଉଁଠି ହେଉନି ପାୱାର କଟ ।

ଏହାବି ପଢନ୍ତୁ- Weather Update: ଆଉ ୩ଦିନ ରାଜ୍ୟରେ ଅସହ୍ୟ ଗୁଳୁଗୁଳି, ୧୩ ପରେ କମିବ ତାପମାତ୍ରା

ରାଜ୍ୟରେ ବାରମ୍ବାର ବିଦ୍ୟୁତ କାଟ ନେଇ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଲାଣି । ଏହାର କିପରି ସମାଧାନ କରାଯିବ ସେନେଇ ମୁଖ୍ୟ ଶାସନ ସଚିବ ଡାକିଥିବା ବୈଠକରେ ସମୀକ୍ଷା କରାଯିବ । ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ନେଇ ଅଭିଯୋଗ ଆସୁଛି । ଗୁରୁବାର କାଳବୈଶାଖୀ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହୋଇଥିଲା । ହେଲେ ବିଦ୍ୟୁତ ସଂଯୋଗ ବିଳମ୍ବିତ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ । ଯଦି କାଳବୈଶାଖୀରେ ଏମିତି, ତେବେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ସେ ବିଦ୍ୟୁତ ଯୋଗାଣ ସଂସ୍ଥାକୁ ଟ୍ବିଟ କରି ପ୍ରଶ୍ନ କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘୋଷିତ ବିଜୁଳି କାଟ ଖବର ଆସୁଛି । ରାଜଧାନୀ ଭୁବନେଶ୍ବରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ପାୱାର କଟକୁ ନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଜବ ଯୁକ୍ତି ଜାରି ରହିଛି । ସେ କହିଛନ୍ତି ଯେ, ପାୱାରକଟ କେଉଁଠି ହେଉନି । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ କାଟିବାକୁ ବାଧ୍ୟ । ଅବେଳାରେ କାଳବୈଶାଖୀ ଯେଉଁଭଳି ହେଉଛି, ଖୁଣ୍ଟ ଉପୁଡୁଛି । ଆଖି ପିଛୁଳାକେ ଏ କାମ ହୋଇଯିବନି । ଉପଭୋକ୍ତାମାନେ ଯେତେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ସେ ହାରରେ ଭିତ୍ତିଭୂମି ନାହିଁ । ଲୋଡ କାପାସିଟି ସମ୍ଭାଳିବା ବଡ ଚ୍ୟାଲେଞ୍ଜ । ପାୱାର ସର୍ଟେଜ ଅଛି ଏକଥା କହିବା ଭୁଲ । ଭିତ୍ତିଭୂମିର ତ୍ରୁଟି ରହିଛି । ରାଜ୍ୟ ସରକାରଙ୍କ କାମ ହେଉଛି କମ୍ପାନୀ ଗୁଡିକୁ ତାଗିଦ କରି କାମ କରିବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.