ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ସରକାରୀ ତଥ୍ୟ ଠାରୁ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କ ଅଧିକ ମୃତ୍ୟୁ ସଂଖ୍ୟା ପ୍ରସଙ୍ଗକୁ ଖଣ୍ଡନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଜି 10ଟା ସୁଦ୍ଧା ବାଲେଶ୍ବର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ 275 ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ସେ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।
ଏନେଇ ସେ କହିଛନ୍ତି, "275 ଜଣ ମୃତକଙ୍କ ମଧ୍ୟରୁ 108 ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ମୃତଦେହ ହସ୍ତାନ୍ତର ପକ୍ରିୟା ଜାରି ରହିଛି । ଚାରୋଟି ମୃତଦେହକୁ ତାଙ୍କ ସମ୍ପର୍କୀୟ ଚିହ୍ନଟ କରିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ହସ୍ତାନ୍ତର କରାଯିବ । 275ଟି ମୃତଦେହ ମଧ୍ୟରୁ 190ଟି ଭୁବନେଶ୍ବରକୁ ଅଣାଯିବ । 180ଟି ମୃତଦେହ ପହଞ୍ଚିଥିବା ବେଳେ ଆଉ 10ଟି ଖୁବଶୀଘ୍ର ପହଞ୍ଚିବ । 180 ମଧ୍ୟରୁ 23ଟି ମୃତଦେହ ଚି଼ହ୍ନଟ ହୋଇଥିବା ବେଳେ ହସ୍ତାନ୍ତର ପକ୍ରିୟା ଆରମ୍ଭ ହୋଇଯାଇଛି । ଏହା ସହ ଦେଶର ଯେକୌଣସି ସ୍ଥାନରୁ ଏହି ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବସାଇଟ ଏବଂ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି । ଏକ ସ୍ବତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ମୃତଦେହକୁ ଚିହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି ।"
ଏହା ବି ପଢନ୍ତୁ- Odisha train accident: ସରକାରଙ୍କ ପିଛା ଛାଡୁନାହାନ୍ତି ଦିଦି, କହିଲେ ‘ଡାଲ ମୈ କୁଛ କାଲା ହୈ’
ମୃତଦେହ ଚିହ୍ନଟ ଲାଗି ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଟୋଲ ଫ୍ରି ନମ୍ବର ହେଉଛି 18003450061 । ଦେଶର ଯେକୌଣସି ସ୍ଥାନରୁ ଫୋନ କରିପାରିବେ । ଓଡ଼ିଶାର ଲୋକଙ୍କ ପାଇଁ 1929 ନମ୍ବରରେ ଯୋଗାଯୋଗ କରିପାରିବେ । ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସିବେ, ସେମାନେ ଏହି ନମ୍ବରରେ କଲ କରିପାରିବେ । ଅଫିସରମାନେ ସାହାଯ୍ୟ କରିବେ, ସମ୍ପର୍କୀୟଙ୍କୁ କୌଣସି ଅସୁବିଧା ହେବ ନାହିଁ । ୪ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି ବୋଲି ପ୍ରଦୀପ କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକ ମୃତ୍ୟୁ ସଂଖ୍ୟା ଯେଉଁ ପ୍ରସଙ୍ଗକୁ ମୁଖ୍ୟ ଶାସନ ସଚିବ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହା ସମସ୍ତ କାର୍ଯ୍ୟ ସାମ୍ବାଦିକଙ୍କ ସାମ୍ନାରେ କରାଯାଇଛି ଏଥିରେ ଲୁଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ।
ଇଟିଭି ଭାରତ, ଭୁବନେଶ୍ବର