ETV Bharat / state

Odia New Year: ପଣା ସଂକ୍ରାନ୍ତିରୁ ବର୍ଷ ଆରମ୍ଭ, ଓଡିଆ ନବବର୍ଷ ପାଳୁଛନ୍ତି ରାଜ୍ୟବାସୀ - ଓଡିଆ ନବବର୍ଷ

ଓଡିଆ ପରମ୍ପରାରେ ଆଜି ମହାବିଷୁବ ସଂକ୍ରାନ୍ତି । ଆଜି ଠାରୁ ଆରମ୍ଭ ହୁଏ ବର୍ଷ । ଘରେ ଘରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ବେଲପଣାର ଆସର । ଅଧିକ ପଢନ୍ତୁ

odia new year
odia new year
author img

By

Published : Apr 14, 2023, 8:48 AM IST

ଭୁବନେଶ୍ବର: ଆଜି ଓଡିଆ ନବବର୍ଷ । ଆଜି ପଣା ସଂକ୍ରାନ୍ତି ହୋଇଥିବାରୁ ଗାଁଠୁ ସହର ବାସିବ ପଣା । ଓଡିଆ ମାସ ବୈଶାଖର ଆରମ୍ଭ ଓ ଇଂରାଜୀ ମାସ ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଇଥାଏ । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜି ମହାବୀର ହନୁମାନଙ୍କୁ ପୂଜା କରାଯିବା ସହ ପ୍ରତ୍ୟେକ ଓଡିଆ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ସୁମାରଣା କରିବେ । ଏହି ଦିନଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ କେହି କେହି ଜଳ ସଂକ୍ରାନ୍ତି ମଧ୍ୟ କହିଥାନ୍ତି । ଆଜି ଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ।

ପାଞ୍ଜି କଥାରେ ସଂକ୍ରାନ୍ତି: ମହାବିଷୁବ ସଂକ୍ରାନ୍ତି ହିଁ ଓଡିଆ ପଞ୍ଜିକାର ପ୍ରଥମ ଦିବସ । ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ମାସ ମାସ ବା ୧୨ଟି ରାଶିରେ ବିଭକ୍ତ କରାଯାଇଥାଏ । ଆଜିଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡକୁ ଗମନ କରିଥାନ୍ତି । ସୂର୍ଯ୍ୟ ଏହି ସମୟକାଳ ମଧ୍ୟରେ ଆକାଶ ପଥରେ ୩୬୦ ଡିଗ୍ରୀ ଗତି କରନ୍ତି ।

ତୁଳସୀ ଦେବୀଙ୍କୁ ସ୍ବତନ୍ତ୍ର ପୂଜା: ବୈଶାଖ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ଏଣୁ ମାସ ଆରମ୍ଭରୁ ତୁଳସୀ ଚଉଁରା ମୂଳେ ପୂଜା କରାଯାଇଥାଏ । ତୁଳସୀଙ୍କ ଉପରେ ଛିଦ୍ରଯୁକ୍ତ ମାଠିଆ ବାନ୍ଧି ଟଙ୍ଗା ଯାଇଥାଏ । ମାସସାରା ଉକ୍ତ ମାଠିଆର ପାଣି ତୁଳସୀ ଦେବୀଙ୍କ ଉପରେ ପଡିଥାଏ । କୁହାଯାଏ ଏଭଳି କଲେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି । ଛତୁଆ, ନବାତ, ଦହି, ଗୁଡ ଆଦି ମିଶାଯାଇ ତୁଳସୀ ଦେବୀଙ୍କ ପାଖରେ ପୂଜା କରାଯାଇଥାଏ । ଆଜିଠାରୁ ଜଳଦାନ କଲେ ପୂଣ୍ୟ ଅର୍ଜନ କରାଯାଏ ବୋଲି ବିଶ୍ବାସ ରହିଛି । ଆଜିଠାରୁ ଉଦ୍ଭିଦ ଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ମଧ୍ୟ କୁହାଯାଏ ।

ମହାବିଷୁବ ସଂକ୍ରାନ୍ତିରେ ପାଳନ ହୁଏ ହନୁମାନ ଜୟନ୍ତୀ: ପବନସୁତ, ମହାବୀର ହନୁମାନଙ୍କର ପୂଜା କରିବା ଦ୍ବାରା ରୌଦ୍ରତାପରୁ ରକ୍ଷା ମିଳିଥାଏ ବୋଲି ବିଶ୍ବାସ ରହିଛି । ଆଜିର ଦିନରେ ହନୁମାନଙ୍କୁ ପଣା ଅର୍ପଣ କରିବା ସହ ନାମ ଜପିଲେ ସକଳ ବ୍ୟାଧି ଦୂର ହୋଇଥାଏ ବୋଲି କୁହାଯାଏ । ତେଣୁ ଆଜିର ଦିନରେ ମହାବୀରଙ୍କ ନାମରେ କମ୍ପିବ ପୁରପଲ୍ଲୀ । ସବୁଠି ଜୟ ହନୁମାନ ଜୟ ବଜରଙ୍ଗ ବାଲୀ ଶୁଭିବ ।

ଦଣ୍ଡଯାତ୍ରାର ଶେଷ ଦିନ: ଆଜି ପବିତ୍ର ଦଣ୍ଡ ଯାତ୍ରା ବା ଝାମୁଯାତ୍ରାର ଉଦଯାପନୀ ହେବ । ଦଣ୍ଡୁଆମାନେ ନିଆଁରେ ଚାଲିଚାଲି ନିଜର ଭକ୍ତିଭାବର ପ୍ରମାଣ ଦେବେ । ଗଞ୍ଜାମର ମୁଖ୍ୟପର୍ବ ଦଣ୍ଡ ନାଚ ହୋଇଥିବା ବେଳେ ଆଜି ଉତ୍ସବମୁଖର ଜିଲ୍ଲା । ଜିଲ୍ଲାର ପ୍ରତି ପ୍ରସିଦ୍ଧ ଦେବୀ ମନ୍ଦିରରେ ଝାମୁ ଯାତ୍ରା ହେବ ।

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକ୍ରାନ୍ତି: ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥାଏ । ଶ୍ରୀ ହନୁମାନଙ୍କୁ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଜଗନ୍ନାଥ ବଲ୍ଲବ ମଠରେ ଥିବା ହନୁମାନଙ୍କୁ ଆଜ୍ଞାମାଳ ଦିଆଯିବା ପରେ ପୂଜାପଣ୍ଡା ଆଜ୍ଞାମାଳ ନେଇ ଦରିଆ ମହାବୀରଙ୍କ ପାଖକୁ ଯାଇଥାନ୍ତି । ସେଠାରୁ ଫେରିବା ପରେ ଶ୍ରୀହନୁମାନ ବାହୁଡା ବିଜେ କରି ବଡଦେଉଳକୁ ଆସିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.