ETV Bharat / state

ଚଳିତ ମାସ ଶେଷ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ! - ଓଡିଶା କ୍ୟାବିନେଟ

2024 ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ନାଁରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକକୁ ଅପେକ୍ଷା । ଜାପାନରୁ କ୍ୟାବିନେଟ ଏବଂ ଦିଲ୍ଲୀରେ ଥାଇ ଦୁଇ ମନ୍ତ୍ରୀଙ୍କ ଇସ୍ତଫା । ନବୀନଙ୍କ ହାଇବ୍ରିଡ଼ କାମକୁ ନେଇ ଚର୍ଚ୍ଚା । ତେବେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କିଏ ହେବେ ସାମିଲ ? ନବାଗତ ନା ବରିଷ୍ଠଙ୍କୁ ମିଳିବ ସୁଯୋଗ । ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଚଳିତ ମାସ 29 ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂରିବାକୁ ଯାଉଛି । ଅଧିକ ପଢନ୍ତୁ

ଚଳିତ ମାସ ଶେଷ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ !

author img

By

Published : May 16, 2023, 10:34 PM IST

ଚଳିତ ମାସ ଶେଷ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ !

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ତଥା ବିଭାଗର ଅଦଳବଦଳ ନେଇ ଚର୍ଚ୍ଚା ଲାଗି ରହିଛି । 2024 ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳର ପୁନର୍ଗଠନ କରିବେ । ଚଳିତ ମାସ ଶେଷ ସପ୍ତାହ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଛି । ନିର୍ବାଚନ ପୂର୍ବରୁ ଅନ୍ତିମ ଅଦଳବଦଳ ହୋଇଥିବାରୁ ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ ।

ଏହାବି ପଢନ୍ତୁ- ଧର୍ମେନ୍ଦ୍ରଙ୍କ ହମଲା:‘ରାଜ୍ୟରେ ଗର୍ଭବତୀ ମା ଓ ନବଜାତ ଶିଶୁଙ୍କ ଅବସ୍ଥା ଚିନ୍ତାଜନକ’

2024 ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ନାଁରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକକୁ ଅପେକ୍ଷା । ଜାପାନରୁ କ୍ୟାବିନେଟ ଏବଂ ଦିଲ୍ଲୀରେ ଥାଇ ଦୁଇ ମନ୍ତ୍ରୀଙ୍କ ଇସ୍ତଫା । ନବୀନଙ୍କ ହାଇବ୍ରିଡ଼ କାମକୁ ନେଇ ଚର୍ଚ୍ଚା । ତେବେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କିଏ ହେବେ ସାମିଲ ? ନବାଗତ ନା ବରିଷ୍ଠଙ୍କୁ ମିଳିବ ସୁଯୋଗ । ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଚଳିତ ମାସ 29 ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ଅଛି । ଏବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ବାହାରେ ଅଛନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟକାଳ ମଧ୍ୟ ଖୁବ କମଦିନ ରହିଛି । ଏ ପରିପ୍ରେକ୍ଷୀରେ ସମ୍ଭବତଃ ମେ ମାସ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଓ ବିଭାଗ ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଗତ ଜାନୁୟାରୀରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ପରେ ସେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ବିଭାଗକୁ ଅର୍ଥମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବାପରେ ସେମାନଙ୍କ ବିଭାଗ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ହାତରେ ରହିଛି । ସେହିପରି ବାଚସ୍ପତି ଇସ୍ତଫା ଦେଇଥିବାରୁ ଏବେ ବାଚସ୍ପତି ପଦବୀ ସମେତ ତିନିଟି ମନ୍ତ୍ରୀ ପଦବୀ ଖାଲି ରହିଛି । ସେହିପରି ଆଗକୁ ନିର୍ବାଚନ ଥିବାରୁ ଆଉ କିଛି ମନ୍ତ୍ରୀବକୁ ମଧ୍ୟ ସରକାର ପରିବର୍ତ୍ତେ ସଂଗଠନ କାର୍ଯ୍ୟରେ ନିୟୋଜନ କରାଯିବାର ସମ୍ଭାବନାକୁ ଏଡାଇଦେଇ ହେବନାହିଁ । ପୂର୍ବରୁ ଦଳୀୟ କାର୍ଯ୍ୟ କରିବା ପାଇଁ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ର ଓ ପଦ୍ମିନୀ ଦିଆନ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେହିଭଳି ସେତେବେଳର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ତାଙ୍କ ସ୍ଥାନରେ ବାଚସ୍ପତି ଭାବେ ଅଧିଷ୍ଠିତ ହୋଇଥିଲେ ।

ବାଚସ୍ପତି ପଦବୀ ଲାଗି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ କରାଯିବା କଥା । ବାଚସ୍ପତି ଇସ୍ତଫା ଦେଇଥିବାରୁ ଏବେ ଉପବାଚସ୍ପତି ରଜନୀକାନ୍ତ ସିଂହ ଦାୟିତ୍ବରେ ଅଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବ କିମ୍ବା ଆଗାମୀ ଅଧିବେଶନ କାଳରେ ନୂଆ ବାଚସ୍ପତି ନିର୍ବାଚିତ ହେବେ ସେ ସଂକ୍ରାନ୍ତରେ ମଧ୍ୟ କିଛି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ । ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ କିଏ ବସିବେ, ସେ ନେଇ ବିଜେଡିରେ ଅଙ୍କକଷା ଚାଲିଛି । ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ସର୍ବାଧିକ ଚର୍ଚ୍ଚାକୁ ଆସିଥିଲା । ମାତ୍ର ଦେବୀ ବାଚସ୍ପତି ପଦ ପାଇଁ ଆଗ୍ରହୀ ନଥିବା କୁହାଯାଉଛି । ନିଜ ନିର୍ବାଚନମଣ୍ଡଳୀରେ ବେଶି ସକ୍ରିୟ ରହିବା ପାଇଁ ବାଚସ୍ପତି ପଦକୁ ଦେବୀ ନା କହିଥିବା ଶୁଣିବାକୁ ମିଳୁଛି । ବାଚସ୍ପତି ଆସନ ପାଇଁ ବିଧାୟକ ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା, ଅମର ଶତପଥୀ, ଶଶୀଭୂଷଣ ବେହେରା, ନୃସିଂହ ସାହୁ, ବଦ୍ରି ନାରାୟଣ ପାତ୍ର ନାମକୁ ବିଚାରକୁ ନିଆଯାଇଛି । ଏହି ଅଭିଜ୍ଞ ନେତାଙ୍କ ଭିତରୁ କେହି ବାଚସ୍ପତି ହୋଇପାରନ୍ତି । ତେବେ ପୁତ୍ରବଧୂ ନିର୍ଯାତନା ଅଭିଯୋଗ ଆସିବା ପରେ ଶଶୀଭୂଷଣ ବେହେରା ଏହି ରେସରୁ ବାଦ ପଡିବା ଯଥେଷ୍ଟ ସମ୍ଭାବନା ରହିଛି ।

3 ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 3 ଆସନ ପାଇଁ ବିଜେଡିରେ ପ୍ରାୟ 30 ବିଧାୟକ ଆଶାୟୀ ଅଛନ୍ତି । ହେଭିୱେଟଙ୍କ ସହ କିଛି ଯୁବ ଏବଂ ନବାଗତଙ୍କ ନାଁ ବି ଚର୍ଚ୍ଚାରେ ଅଛି । ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଓ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ଗଂଜାମ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ବିକ୍ରମ କେଶରୀ ଆରୁଖଙ୍କୁ ନବୀନ ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରାଇବା ସହ ଗଞ୍ଜାମ ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଥିବା ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲାରୁ ମହିଳା ନେତ୍ରୀ ଭାବେ ଲତିକା ପ୍ରଧାନଙ୍କ ନାଁ ବି ଚର୍ଚ୍ଚାରେ ଅଛି । ସେହିପରି ଯୁବ ମୁହଁ ଭାବେ ବିକ୍ରମ ପଣ୍ଡା ଅନ୍ୟତମ ଦାବିଦାର ହୋଇପାରନ୍ତି । ମନ୍ତ୍ରୀ ପଦ ପାଇଁ ହେଭିୱେଟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନାଁକୁ ବିଚାରକୁ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ନୂଆ ମୁହଁ ଓ ମହିଳା କାର୍ଡରେ ସବୁବେଳେ ବିରୋଧୀଙ୍କୁ ଚକମା ଦେବାରେ ମାହିର ନବୀନ ସେଭଳି ରଣନୀତି ବି ଆପଣାଇପାରନ୍ତି । ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ଦେଇ ଦେଶରେ ଉଦାହରଣ ସୃଷ୍ଟି କରିଥିବା ନବୀନ କୌଣସି ନବାଗତ ବିଧାୟିକାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି । ଏଭଳି ଆକଳନ ନେଇ ଲତିକାଙ୍କ ସହ ବର୍ଷା ସିଂ ବରିହା, ଦୀପାଳି ଦାସ, ମିନାକ୍ଷୀ ମହାନ୍ତଙ୍କ ନାଁ ଚର୍ଚ୍ଚାରେ ରହିଛି । ପଶ୍ଚିମ ଓଡ଼ିଶାକୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ବ ମିଳିପାରେ । ଏ କ୍ଷେତ୍ରରେ ମହିଳା ବିଧାୟକଙ୍କ ସହ କିଛି ପୁରୁଣା ହେଭିୱେଟ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି । ସୁଶାନ୍ତ ସିଂହ, ଶାରଦା ନାୟକ, ସୁବ୍ରତ ତରାଇଙ୍କ ମଧ୍ୟ ଆଶାୟୀ ଥିବା କୁହାଯାଉଛି । ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ଭୂପିନ୍ଦର ସିଂହ, ମୟୂରଭଞ୍ଜ ଜିଲ୍ଲାର ରାଜକିଶୋର ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ । ରାଜ୍ୟପାଳ ବର୍ତ୍ତମାନ ରାଜ୍ୟ ବାହାରେ ଅଛନ୍ତି । ଅନ୍ୟପଟେ କିଛି ମନ୍ତ୍ରୀଙ୍କୁ ଭୁବନେଶ୍ବର ନ ଛାଡ଼ିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଶୁଣିବାକୁ ମିଳିଛି । ତେଣୁ ଆଉ କିଛି ମନ୍ତ୍ରୀ ଇସ୍ତଫା ଦେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ମନ୍ତ୍ରୀ ମଣ୍ଡଳୀରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା ସହ ଅନେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ବଦଳିପାରେ ବୋଲି ଚର୍ଚ୍ଚା ଲାଗି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.