ETV Bharat / state

Naveen Cabinet Reshuffle: ବରିଷ୍ଠଙ୍କୁ ସୁଯୋଗ, ବହୁ ଆଶାୟୀ ନିରାଶ ! - ସମ୍ପ୍ରସାରଣ ହେଲା ମନ୍ତ୍ରୀ ମଣ୍ଡଳ

ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ପରେ, ତାଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ, ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ଓ ମନ୍ତ୍ରୀ ସାରଦା ନାୟକଙ୍କୁ ଶ୍ରମ ଓ ଇଏସଆଇ ବିଭାଗ ମିଳିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ

ବରିଷ୍ଠଙ୍କୁ ସୁଯୋଗ, ବହୁ ଆଶାୟୀ ନିରାଶ !
ବରିଷ୍ଠଙ୍କୁ ସୁଯୋଗ, ବହୁ ଆଶାୟୀ ନିରାଶ !
author img

By

Published : May 22, 2023, 8:20 PM IST

ବରିଷ୍ଠଙ୍କୁ ସୁଯୋଗ, ବହୁ ଆଶାୟୀ ନିରାଶ !

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ 9.50 ରେ ଶପଥ ନେଇଛନ୍ତି ୩ ନୂଆ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ । ଲୋକସେବା ଭବନର କନଭେନସନ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୁରା ମନ୍ତ୍ରୀ ମଣ୍ଡଳ।

ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ପରେ, ତାଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ, ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ଓ ମନ୍ତ୍ରୀ ସାରଦା ନାୟକଙ୍କୁ ଶ୍ରମ ଓ ଇଏସଆଇ ବିଭାଗ ମିଳିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ 12 ତାରିଖରେ ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ଦାସ, ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଉଭୟ ବିଭାଗର ଅତିରିକ୍ତ ଦାୟିତ୍ବ ତୁଳାଉଥିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି 3 ଜଣ ନୂଆ ମନ୍ତ୍ରୀ ଶପଥ ନେବା ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରୁ ଅର୍ଥ ବିଭାଗ କାଢି ବିକ୍ରମ କେଶରୀ ଆରୁଖଙ୍କୁ ଦିଆଯାଇଛି । ସେହିପରି ପ୍ରମିଳା ମଲ୍ଲିକଙ୍କ ପାଖରେ ଥିବା ଶ୍ରମ ବିଭାଗକୁ ସାରଦା ନାୟକ, ଗଣଶିକ୍ଷା ବିଭାଗକୁ ସୁଦାମ ମାରାଣ୍ଡିଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ନିରଞ୍ଜନ ପୂଜାରୀଙ୍କ ପାଖରେ ସ୍ବାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗ ରହଛି । ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇନାହିଁ ।

ଏହାବି ପଢନ୍ତୁ- Odisha Cabinet Reshuffle: 3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ, ଜାଣନ୍ତୁ କାହା ପାଖରେ କେଉଁ ବିଭାଗ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୁନର୍ଗଠନ । ବିଭିନ୍ନ ଦିଗକୁ ବିଚାର କରି ମନ୍ତ୍ରୀମଣ୍ଡଳ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡିଶାରୁ ପୂର୍ବରୁ 6 ଜଣ ମନ୍ତ୍ରୀ ଥିବା ବେଳେ ଆଜି ସାରଦଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା 7 କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଉଷା ଦେବୀଙ୍କ ପରେ ତୃତୀୟ ମନ୍ତ୍ରୀ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ସେହିପରି ମୟୁରଭଞ୍ଜ ଜିଲ୍ଲରା ପୂର୍ବରୁ ମନ୍ତ୍ରୀ ବାସନ୍ତ୍ରୀ ହେମ୍ବ୍ରମ ମନ୍ତ୍ରୀ ମଣ୍ଡଳରେ ଥିବା ବେଳେ ଏବେ ସୁଦାମଙ୍କୁ ସୁଯୋଗ ମିଳିଛି ।

ଚର୍ଚା ହେଉଛି ମନ୍ତ୍ରୀ ହେବାକୁ ବହୁ ଆଶାୟୀ ବିଧାୟକ ଥିଲେ । କିନ୍ତୁ ସୁଯୋଗ ମିଳିନାହିଁ । ବରିଷ୍ଠ ନେତା ମାନଙ୍କୁ ପୁଣି ଥରେ ନବୀନ ବିଶ୍ବାସକୁ ନେଇଛନ୍ତି । ନୂଆ ଶପଥ ଗ୍ରହଣ କରିଥିବା 3 ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଶ୍ବାସ କରି ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଉଛୁ । ମିଳିଥିବା ବିଭାଗକୁ ସୁଚାରୁ ରୂପେ ପରିଚାଳନା କରିବୁ ।

ଏହାବି ପଢନ୍ତୁ- ଶୀତଳ ଷଷ୍ଠୀରେ କାହିଁକି ଆସନ୍ତି କିନ୍ନର, କଣ ରହିଛି ରହସ୍ୟ ?

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି । ଏହାପରେ ବିଜେଡି ଦଳୀୟ ସାଂଗଠନିକ ସ୍ତରରେ କିଛି ପରିବର୍ତ୍ତନ କରି ନିର୍ବାଚନକୁ ଓହ୍ଲାଇବାକୁ ଯାଉଛି । ବହୁ ଆଶାୟୀ ବିଧାୟକଙ୍କୁ ସୁଯୋଗ ମିଳିନଥିବାରୁ ଅସନ୍ତୁଷ୍ଟ ଥିବା କୁହାଯାଉଛି । କିନ୍ତୁ କେହି ମୁହଁ ଖୋଲୁନାହାଁନ୍ତି । କିଛି ଜିଲ୍ଲା ମନ୍ତ୍ରୀ ଶୁନ୍ୟ ମଧ୍ୟ ଥିବାରୁ ସେହି ଜିଲ୍ଲାର ନେତା ମାନେ ବାଚସ୍ପତି ପଦକୁ ଆଖି ପକାଇଛନ୍ତି । ତେବେ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ଏହି ସମ୍ପ୍ରସାରଣ ଦଳକୁ ଶକ୍ତି ଦେଉଛି ନା ଦଳ ପାଇଁ ସଂକଟ ବଢାଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.